Hindi News >>Home >>Odisha National-International

କିଏ ସେ ଅର୍ପିତା ମୁଖାର୍ଜୀ? ଯାହାଙ୍କ ଘରେ ଚଢାଉ କରି ED କୁ ମିଳିଲା ନଗଦ ୨୦ କୋଟି ଟଙ୍କା

Arpita Mukherjee: ପଶ୍ଚିମବଙ୍ଗର ଚର୍ଚ୍ଚିତ ଶିକ୍ଷା ନିଯୁକ୍ତି ଦୁର୍ନୀତି ତଦନ୍ତ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଯାଏ ପହଞ୍ଚି ସାରିଛି । ଶିକ୍ଷା ଦୁର୍ନୀତି ମାମଲା ବର୍ତ୍ତମାନ ମନ୍ତ୍ରୀଙ୍କ ନିକଟକୁ ପହଞ୍ଚିଛି । ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଛି । ମମତା ବାନାର୍ଜୀ ନେତୃତ୍ୱାଧୀନ ସରକାରରେ ମନ୍ତ

Advertisement
କିଏ ସେ ଅର୍ପିତା ମୁଖାର୍ଜୀ? ଯାହାଙ୍କ ଘରେ ଚଢାଉ କରି ED କୁ ମିଳିଲା ନଗଦ ୨୦ କୋଟି ଟଙ୍କା
Stop
Tamal Bakchi|Updated: Jul 23, 2022, 12:04 PM IST

କୋଲକାତା: Arpita Mukherjee: ପଶ୍ଚିମବଙ୍ଗର ଚର୍ଚ୍ଚିତ ଶିକ୍ଷା ନିଯୁକ୍ତି ଦୁର୍ନୀତି ତଦନ୍ତ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଯାଏ ପହଞ୍ଚି ସାରିଛି । ଶିକ୍ଷା ଦୁର୍ନୀତି ମାମଲା ବର୍ତ୍ତମାନ ମନ୍ତ୍ରୀଙ୍କ ନିକଟକୁ ପହଞ୍ଚିଛି । ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଛି । ମମତା ବାନାର୍ଜୀ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟତମ ମନେ କରାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ଚଢ଼ାଉ ବେଳେ ପ୍ରାୟ ୨୦ କୋଟି ନଗଦ ଟଙ୍କା ଉଦ୍ଧାର କରିଥିଲା । ଶୁକ୍ରବାର ଠାରୁ ପାର୍ଥା ଚାଟାର୍ଜୀଙ୍କ ଘରେ ମଧ୍ୟ ଚଢାଉ ଚାଲିଛି । ଏହି ସମୟରେ ପ୍ରଶ୍ନ ଉଠିଛି ଯେ ଅର୍ପିତା ମୁଖାର୍ଜୀ (Arpita Mukherjee) କିଏ ଓ ସେ ପାର୍ଥ ଚାଟାର୍ଜୀଙ୍କ ନିକଟତର କେମିତି ହେଲେ ।

ଇଡିର ଚଢ଼ାଉ ପରେ ଚର୍ଚ୍ଚାକୁ ଆସିଥିବା ଅର୍ପିତା ମୁଖାର୍ଜୀଙ୍କ ବିଷୟରେ ଆଲୋଚନା କରିବା ତ ସେ ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ଯଦିଓ ଖୁବ୍ କମ୍ ସମୟ ପାଇଁ । ଅର୍ପିତା ମୁଖାର୍ଜୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ମୁଖ୍ୟତଃ ପାର୍ଶ୍ୱ ଭୂମିକା ନିର୍ବାହ କରିଛନ୍ତି । ବଙ୍ଗାଳୀ ଚଳଚ୍ଚିତ୍ର ବ୍ୟତୀତ ସେ ଓଡିଆ ଓ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ।

ବଙ୍ଗୀୟ ଚଳଚ୍ଚିତ୍ର ସୁପରଷ୍ଟାର ପ୍ରସନ୍ଜିତ ଓ ଜିତଙ୍କ ମୁଖ୍ୟ ଭୂମିକାର କିଛି ଚଳଚ୍ଚିତ୍ରରେ ଅର୍ପିତା ମୁଖାର୍ଜୀ ମଧ୍ୟ ସାଇଡ୍ ରୋଲ୍ କରିଛନ୍ତି । ଏହା ବ୍ୟତୀତ ଅର୍ପିତା ମୁଖାର୍ଜୀ ବଙ୍ଗାଳୀ ଚଳଚ୍ଚିତ୍ର ଅମର ଅନ୍ତରନାଡରେ ମଧ୍ୟ ଅଭିନୟ କରିଥିଲେ । ଇଡିର ଚଢ଼ାଉ ପରେ ମିଳିଥିବା ୨୦ କୋଟି ନଗଦ ଅର୍ଥ ସହିତ ଅର୍ପିତା ମୁଖାର୍ଜୀ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଅଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଅନୁଯାୟୀ, ଶିକ୍ଷା ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ ବେଳେ ଅର୍ପିତା ମୁଖାର୍ଜୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି ।   

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି କ'ଣ? ଯେଉଁଥିପାଇଁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ED

ଏହା ବି ପଢ଼ନ୍ତୁ:-ଆମେରିକାର ଏହି ପଦକ୍ଷେରୁ ବଢ଼ିଲା ସାରା ଦୁନିଆର ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

ଏହା ବି ପଢ଼ନ୍ତୁ:-ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇଗଲା ଖେଳ, ଭାଙ୍ଗିଲା ଇମ୍ରାନଙ୍କ ସ୍ୱପ୍ନ

ଅର୍ପିତା ମୁଖାର୍ଜୀଙ୍କ ବିଷୟରେ କୁହାଯାଉଛି ଯେ ସେ ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟତର । ପାର୍ଥ ଚାଟାର୍ଜୀ ମଧ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରରେ ଶିକ୍ଷା ମନ୍ତ୍ରୀ ରହିଛନ୍ତି । ଏବେ ପ୍ରଶ୍ନ ଉଠିଛି ଯେ ଏକଦା ବଙ୍ଗାଳୀ ଚଳଚ୍ଚିତ୍ରରେ ସାଇଡ୍ ରୋଲରେ ଅଭିନୟ କରିଥିବା ଅର୍ପିତା ମୁଖାର୍ଜୀ କିପରି ଶାସକ ତୃଣମୂଳ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଗଣା ଯାଉଥିବା ପାର୍ଥ ଚାଟାର୍ଜୀଙ୍କ ନିକଟତର ହେଲେ ।

ବାସ୍ତବରେ, ଟିଏମସିର ଜଣେ ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଦକ୍ଷିଣ କୋଲକାତାର ଲୋକପ୍ରିୟ ଦୁର୍ଗା ପୂଜା କମିଟି ନାକତଲା ଉଦୟନର ପରିଚାଳନା କରୁଛନ୍ତି । ଏହା କୋଲକାତାର ସବୁଠାରୁ ବଡ଼ ଦୁର୍ଗା ପୂଜା କମିଟି ମଧ୍ୟରୁ ଅନ୍ୟତମ । ୨୦୧୯ ଓ ୨୦୨୦ରେ ପାର୍ଥ ଚାଟାର୍ଜୀଙ୍କ ଦୁର୍ଗା ପୂଜା ଉତ୍ସବରେ ଅର୍ପିତା ମୁଖାର୍ଜୀ ମଧ୍ୟ ଚେହେରା ରହିସାରିଛନ୍ତି । ଦୁର୍ଗା ପୂଜା ସମୟରେ ମୁକ୍ତିଲାଭ କରିଥିବା ପୋଷ୍ଟରରେ ପାର୍ଥ ଚାଟାର୍ଜୀଙ୍କ ନାମ ସଂଗଠନର ସଭାପତି ଭାବରେ ଲେଖାଯାଇଥିଲା ।

{}{}