Hindi News >>Home >>Odisha National-International

Historic Monuments: ଅଭ୍ୟୟାରଣ୍ୟରୁ ମିଳିଲା ପୁରୁଣା ମୂର୍ତ୍ତି ସହ ଐତିହାସିକ ମନ୍ଦିର

Historical Monument in Bandhavgarh: ଦେଶର ଏକ ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପରିଚିତ ବାନ୍ଧବଗଡ଼ ଜାତୀୟ ଉଦ୍ୟାନ। ପ୍ରାୟ ୩୨ ପାହାଡ ଦ୍ୱାରା ଘେରି ରହିଥିବା ଏହି ଜାତୀୟ ଉଦ୍ୟାନକୁ ବାଘ ପୁନରୁଦ୍ଧାର କେନ୍ଦ୍ର ମଧ୍ୟ କୁହାଯାଏ।

Advertisement
Historic Monuments: ଅଭ୍ୟୟାରଣ୍ୟରୁ ମିଳିଲା ପୁରୁଣା ମୂର୍ତ୍ତି ସହ ଐତିହାସିକ ମନ୍ଦିର
Stop
Subhramjit Ray|Updated: Oct 07, 2022, 11:28 PM IST

Bandhavgarh National Park: ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଖନନ ସମୟରେ ଅନେକ ଐତିହାସିକ କୀର୍ତ୍ତିରାଜି ସହ ପ୍ରାଚୀନ ଗୁମ୍ଫା ମନ୍ଦିର ମଠ ଆଦି ଉଦ୍ଧାର କରାଯାଇଛି। ସଦ୍ୟ ଏକ ଅଭୟାରଣ୍ୟରୁ ୨ ହଜାର ବର୍ଷର ପୁରୁଣା ମୂର୍ତ୍ତି ସହ ଐିତିହାସିକ  ମନ୍ଦିର ଠାବ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ। ମଧ୍ୟ ପ୍ରଦେଶ ବାନ୍ଧବଗଡ଼ ଜାତୀୟ ଉଦ୍ୟାନରୁ ଏହି ଐତିହାସିକ କୀର୍ତ୍ତିରାଜିକୁ ଆବିଷ୍କାର କରିଛି ଏଏସଆଇ। ଯେଉଁ ଐତିତିହାସିକ ଐତିହ୍ୟ ବୌଦ୍ଧ ଏବଂ ହିନ୍ଦୁ ଧର୍ମ ସହିତ ଜଡିତ ରହିଥିବାର କୁହାଯାଉଛି।

ବାନ୍ଧବଗଡ଼ ଜାତୀୟ ଉଦ୍ୟାନ (Bandhavgarh National Park) ପରିସରରେ ସର୍ଭେ କରାଯିବା ସମୟରେ ଏଠାରୁ ଅନେକ ଐତିହାସିକ କୀର୍ତ୍ତିରାଜିକୁ (Historical Monument) ଆବିଷ୍କାର କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archaeological Survey of India) ଏଏସଆଇ (ASI)। ଏଠାରେ ହୋଇଥିବା ଅନୁସନ୍ଧାନ ସମୟରେ ଗୋଟିଏ କିମ୍ବା ଦୁଇଟି ନୁହେଁ ନୁହେଁ ଏକା ଥରକେ ୨୬ ମନ୍ଦିର ମିଳିଛି। ଯାହା ଏବେ ଆଶ୍ଚର୍ଯ୍ୟ ପାଲଟିଛି। ଏଠାରୁ ମନ୍ଦିର ବ୍ୟତୀତ ୨୬ଗୁମ୍ଫା ସହ ୨ ମଠ ଏବଂ ସ୍ତୁପ ମଧ୍ୟ ମିଳିଛି। କେବଳ ସେତିକି ନୁହେଁ ଅନୁସନ୍ଧାନ ସମୟରେ ୨୪ ଶିଳାଲେଖା, ୪୬ କଳାକୃତି ଏବଂ ୧୯ ଜଳ ସରଞ୍ଚନା ମଧ୍ୟ ମିଳିଛି।

Also Read: ଏଠାରେ ଠାବ ହେଲା ଦୁନିଆର ସବୁଠୁ ବଡ଼ ଗୁମ୍ଫା; ମିଳିଲା ବିପୁଳ ପରିମାଣର...

ଦେଶର ଏକ ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପରିଚିତ ବାନ୍ଧବଗଡ଼ ଜାତୀୟ ଉଦ୍ୟାନ। ଏଠାରେ ମିଳିଥିବା ୨୦୦୦ ବର୍ଷର ପୁରୁଣା ମନ୍ଦିର ନବମ ଶତାବ୍ଦୀର ବୋଲି କୁହାଯାଉଛି। ଏହି ମନ୍ଦିର ୨ ହଜାର ବର୍ଷ ପୁରୁଣା। ଯେଉଁଥିରେ ବହୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହା ସହିତ ଭଗବାନ ବିଷ୍ଣୁଙ୍କ ଶୟନ ଅବତାର ମୂର୍ତ୍ତି ସହ ବରାହାଙ୍କ ସ୍ୱତନ୍ତ୍ର ମୂର୍ତ୍ତି ମିଳିଛି। 

 ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରୁ ଏଏସଆଇ ମୋଟ ୨୬ ଗୁମ୍ଫା ଠାବ କରିଛି। ଏହି ଗୁମ୍ଫା ମହାରାଷ୍ଟ୍ର ଅଜନ୍ତା ଏଲୋରା ଗୁମ୍ଫା ସହିତ ସମାନ। ଏହି ଗୁମ୍ଫା ବୌଦ୍ଧ ଧର୍ମ ସହିତ ଜଡିତ ରହିଛି। ଯାହା ମନୁଷ୍ୟକୃତ ଗୁମ୍ଫା ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ବ୍ରାହ୍ମୀ ଲିପିରେ ଲେଖା ହୋଇଥିବା ଅନେକ ଲେଖା ଗୁମ୍ଫା ଭିତରୁ ମିଳିଛି। ଏହି ଲେଖାକୁ ପଢିବା ପରେ ଏହା ଜଣାପଡୁଛି ଯେ ଏହା ଭୀମସେନା, ମହାରାଜା ପୋଥାସିରୀ ଏବଂ ମହାରାଜା ଭଟ୍ଟଦେବଙ୍କ ସମୟର। ଏହି ଲେଖାରେ ମଥୁରା, ପବତ, ବେଜବରଜା, ସପତନାଇରିକା ଏବଂ କୌଶାମ୍ବୀ ଭଳି ସ୍ଥାନ ବାବଦରେ ଉଲ୍ଲେଖ କରାଯାଇଛି।

Also Read: ଦେଶର ରହସ୍ୟମୟ ଗାଁ; ଯେଉଁଠୁ ରାତାରାତି ଗାଏବ ହୋଇଯାଇଥିଲେ ହଜାର ହଜାର ଲୋକ

ବାନ୍ଧବଗଡ଼ ବେଶ ଲମ୍ବା ସମୟ ଧରି ମଘ ରାଜବଂଶ ଦ୍ୱାରା ଶାସିତ ହୋଇଥିଲା। ବାନ୍ଧବଗଡ଼ ବାବଦରେ ଶିବ ପୁରାଣରେ ମଧ୍ୟ ଉଲ୍ଲେଖ କରାଯାଇଛି। ବିଶ୍ୱାସ କରାଯାଏ ଯେ ଲଙ୍କାରୁ ଅଯୋଧ୍ୟାକୁ ଫେରୁ ଥିବାବେଳେ ଭଗବାନ ରାମ ଭାଇ ଲକ୍ଷ୍ମଣଙ୍କୁ ଉପହାର ସ୍ୱରୂପ ବାନ୍ଧବଗଡ ପ୍ରଦାନ କରିଥିଲେ। ବର୍ତ୍ତମାନର ବାନ୍ଧବଗଡ ଜାତୀୟ ଉଦ୍ୟାନ ମଧ୍ୟ ପ୍ରଦେଶ ଉମରିଆ ଜିଲ୍ଲାରେ ଅବସ୍ଥିତ। ଯାହାକୁ ୧୯୬୮ ମସିହାରେ ପ୍ରତିଷ୍ଠା କରା ଯାଇଥିଲା। ଭୌଗୋଳିକ କ୍ଷେତ୍ର ଦୃଷ୍ଟିରୁ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ବାଘଙ୍କ ସଂଖ୍ୟା ବହୁତ ଅଧିକ। ପ୍ରାୟ ୩୨ ପାହାଡ ଦ୍ୱାରା ଘେରି ରହିଥିବା ଏହି ଜାତୀୟ ଉଦ୍ୟାନକୁ ବାଘ ପୁନରୁଦ୍ଧାର କେନ୍ଦ୍ର ମଧ୍ୟ କୁହାଯାଏ।

{}{}