Hindi News >>Home >>Odisha National-International

Cow Hug Day: 'ପ୍ରେମ ଦିବସ' ନୁହେଁ ୧୪ ଫେବୃଆରୀରେ 'ଗାଈ ଆଲିଙ୍ଗନ ଦିବସ' ପାଳନ କର!

Cow Hug Day in India:  ଆସନ୍ତା ୧୪ ଫେବୃଆରୀରେ ପ୍ରେମ ବଦଳରେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛି ଭାରତୀୟ ପଶୁ କଲ୍ୟାଣ ବୋର୍ଡ। 

Advertisement
Cow Hug Day: 'ପ୍ରେମ ଦିବସ' ନୁହେଁ ୧୪ ଫେବୃଆରୀରେ 'ଗାଈ ଆଲିଙ୍ଗନ ଦିବସ' ପାଳନ କର!
Stop
Zee Odisha Desk|Updated: Feb 09, 2023, 06:57 PM IST

14 February Cow Hug Day: ଭାରତୀୟ ପଶୁ କଲ୍ୟାଣ ବୋର୍ଡ ଏକ ବିଜ୍ଞପ୍ତି ଜାରି କରିଛି। ଆସନ୍ତା ୧୪ ତାରିଖରେ "ପ୍ରେମ ଦିବସ" ପାଳନ କରିବା ବଦଳରେ "ଗାଈ ଆଲିଙ୍ଗନ ଦିବସ" ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛି ବୋର୍ଡ। ବୁଧବାର ଭାରତୀୟ ପଶୁ କଲ୍ୟାଣ ବୋର୍ଡ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିବର୍ଷ ୧୪ ଫେବୃଆରୀରେ "ପ୍ରେମ ଦିବସ" ପାଳନ କରାଯାଇଥାଏ। ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଅଧୀନରେ ଆସୁଥିବା ବୋର୍ଡ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, "ସମସ୍ତ ଗାଈ ପ୍ରେମୀ ଗୋ ମାତାର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଏବଂ ଜୀବନକୁ ସୁଖ ଏବଂ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ କରିବା ପାଇଁ ୧୪ ଫେବୃଆରୀରେ ଗାଈ ଆଲିଙ୍ଗନ ଦିବସ ପାଳନ କରିବେ। "

ବିଜ୍ଞପ୍ତିରେ ଜରିଆରେ ଦର୍ଶାଯାଇଛି ଯେ ଗାଈକୁ ଆଲିଙ୍ଗନ କରିବା ଦ୍ୱାରା "ଭାବପ୍ରବଣତା" ଆସିବ ଏବଂ "ସାମୂହିକ ସୁଖ" ବୃଦ୍ଧି ପାଇବ। ଏହା ମଧ୍ୟ ଦର୍ଶାଯାଇଛି ଯେ ବୈଦିକ ପରମ୍ପରା ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ବିଲୁପ୍ତ ହେବାକୁ ବସିଛି। ପାଶ୍ଚାତ୍ୟ ସଭ୍ୟତାର ଝଲକ ଆମର ଭୌତିକ ସଂସ୍କୃତି ଏବଂ ଐତିହ୍ୟକୁ ଭୁଲାଇ ଦେଇଛି। ଅଧିକାରୀ କହିଛନ୍ତି ଯେ ଦକ୍ଷ କର୍ତ୍ତୃପକ୍ଷଙ୍କ ଅନୁମୋଦନ ସହିତ ବିଜ୍ଞପ୍ତି ଜାରି କରାଯାଇଛି। 

ଜାରି ହୋଇଥିବା ବିଜ୍ଞପ୍ତିରେ ପାଶ୍ଚାତ୍ୟ ସଂସ୍କୃତି ବିରୋଧରେ ଅତିକ୍ରମଣ ଅଭିଯୋଗ ଲଗାଯାଇଛି। ଯାହା ଭାରତୀୟ ଐତିହ୍ୟ ଏବଂ ବୈଦିକ କାଳର ପରମ୍ପରାକୁ ନଷ୍ଟ କରୁଛି। ଜଣେ ଗାଈକୁ ଆଲିଙ୍ଗନ କରିବା ଦ୍ୱାରା ମାନସିକ ସମୃଦ୍ଧ ହୋଇଥାଏ। ଗାଈର ମହତ୍ତ୍ୱକୁ ହୃଦୟଙ୍ଗମ କରି ୧୪ ଫେବୃଆରୀକୁ ଗାଈ ଆଲିଙ୍ଗନ ଦିବସ ଭାବରେ ପାଳନ କରାଯିବା ଆବଶ୍ୟକ। ଗତ ୬ ଫେବୃଆରୀରେ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯାହାକୁ ମତ୍ସ୍ୟ ଏବଂ ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି।

ଏହି ବିଜ୍ଞପ୍ତି ସମର୍ଥନରେ ବହୁ ଦକ୍ଷିଣପନ୍ଥୀ ସଙ୍ଗଠନ ଆଗକୁ ଆସିଛନ୍ତି। ପ୍ରେମ ଦିବସ ଭାରତୀୟ ସଂସ୍କୃତିର ଏକ ଅଂଶ ନୁହେଁ ବୋଲି ପୂର୍ବରୁ ଦକ୍ଷିଣପନ୍ଥୀ ସଙ୍ଗଠନ ନିଜର ମତାମତ ମାଧ୍ୟମରେ ଜଣାଇ ସାରିଛନ୍ତି।  ପ୍ରେମ ଦିବସକୁ ବିରୋଧରେ ପାର୍କ ଏବଂ ବେଳାଭୂମି ଭଳି ସ୍ଥାନରେ ଏକାଠି ହେଉଥିବା ପ୍ରେମୀଯୁଗଳଙ୍କ ଉପରେ ଆକ୍ରମଣ କରିବାକୁ ପଛେଇନାହାଁନ୍ତି ଦକ୍ଷିଣପନ୍ଥୀ ସଙ୍ଗଠନ।

Read More
{}{}