Hindi News >>Home >>Odisha National-International

Pentagon: ୟୁଏଫଓ-ଏଲିୟନ ବାବଦରେ ଆସିଲା ବଡ଼ ଖବର, ପ୍ରକାଶ ପାଇଲା ପେଣ୍ଟାଗନ୍ ରିପୋର୍ଟ

UFO and Alien News ମଣିଷ ବିକଶିତ ହୋଇ ଆଜିର ଆଧୁନିକରେ ଯୁଗରେ ପ୍ରବେଶ କରିବା ପର ଠାରୁ ବର୍ଷ ବର୍ଷ ଧରି ଅଜନ୍ତା ଉଡନ୍ତା ବସ୍ତୁ ଅର୍ଥାତ ୟୁଏଫଓ ଏବଂ ଅନ୍ୟ ଗ୍ରହର ଜୀବ ଏଲିୟନ ଉପରେ ବୈଜ୍ଞାନିକ ଗବେଷଣା ଜାରି ରହିଛି। କେବଳ ସେତିକି ନୁହେଁ ଆଜି ସମୟରେ ମଧ୍ୟ ଉଭୟ ୟୁଏଫଓ ଏବଂ ଏଲିୟନ ବିତର୍କର ପ୍ରସଙ୍ଗ ଭାବେ ମଣିଷ ସମାଜ ଆଗରେ ଉଭା ହୋଇଛନ୍ତି। 

Advertisement
Pentagon: ୟୁଏଫଓ-ଏଲିୟନ ବାବଦରେ ଆସିଲା ବଡ଼ ଖବର, ପ୍ରକାଶ ପାଇଲା ପେଣ୍ଟାଗନ୍ ରିପୋର୍ଟ
Stop
Zee Odisha Desk|Updated: Dec 18, 2022, 12:13 AM IST

Pentagon on UFO and Alien: ଆଜିର ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ସମାଜ ଅନେକ କ୍ଷେତ୍ରରେ ଅଗ୍ରଗତି ହାସଲ କରିଛି। ହେଲେ ଏପରି କିଛି କ୍ଷେତ୍ର ରହିଛି ଯାହାକୁ ବିଜ୍ଞାନ ବଳରେ ଭେଦ କରିବାରେ ସଫଳ ହୋଇନାହିଁ ଆଜିର ସଭ୍ୟ ଏବଂ ବିକଶିତ ମଣିଷ। ବର୍ତ୍ତମାନର ବିଜ୍ଞାନ ଯୁଗରେ ମଣିଷ ସମାଜ ଏପରି ଦୁଇଟି ରହସ୍ୟମୟ କ୍ଷେତ୍ର ହେଉଛି ଅଜନ୍ତା ଉଡନ୍ତା ବସୁ ଅର୍ଥାତ ୟୁଏଫଓ ଏବଂ ଅନ୍ୟ ଗ୍ରହର ଜୀବ ଏଲିୟନ। 

ମଣିଷ ବିକଶିତ ହୋଇ ଆଜିର ଆଧୁନିକରେ ଯୁଗରେ ପ୍ରବେଶ କରିବା ପର ଠାରୁ ବର୍ଷ ବର୍ଷ ଧରି ଅଜନ୍ତା ଉଡନ୍ତା ବସ୍ତୁ (Unidentified Flying Object) ୟୁଏଫଓ (UFO) ଏବଂ ଅନ୍ୟ ଗ୍ରହର ଜୀବ ଏଲିୟନ (Alien) ଉପରେ ବୈଜ୍ଞାନିକ ଗବେଷଣା ଜାରି ରହିଛି। କେବଳ ସେତିକି ନୁହେଁ ଆଜି ସମୟରେ ମଧ୍ୟ ଉଭୟ ୟୁଏଫଓ ଏବଂ ଏଲିୟନ ବିତର୍କର ପ୍ରସଙ୍ଗ ଭାବେ ମଣିଷ ସମାଜ ଆଗରେ ଉଭା ହୋଇଛନ୍ତି। କେହି ଏହାର ବାସ୍ତବତା ସମ୍ପର୍କରେ ଅବଗତ ହୋଇନାହାଁନ୍ତି କିମ୍ବା ଏହାର କୌଣସି ମଜବୁତ ପ୍ରମାଣ ବର୍ତ୍ତମାନ ପର୍ଯ୍ୟନ୍ତ ଉପସ୍ଥାପିତ ହୋଇ ପାରିନାହିଁ।   

Also Read: Shocking News: ପ୍ରଶାନ୍ତ ମହାସାଗରରେ ଉଡୁଥିବାର ଦେଖାଗଲା UFO, ରେକର୍ଡିଂ କଲେ ପାଇଲଟ

ଏହି କ୍ରମରେ ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ (American Defense Headquarters Pentagon) ଅଜନ୍ତା ଉଡନ୍ତା ବସ୍ତୁ ଏବଂ ଅନ୍ୟ ଗ୍ରହର ଜୀବ ସହ ଜଡ଼ିତ ଶହ ଶହ ରିପୋର୍ଟ ଗ୍ରହଣ କରିଛି। ହେଲେ ଉଭୟ ୟୁଏଫଓ ଏବଂ ଏଲିୟନ ବିଷୟରେ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ଗତ ଜୁଲାଇରେ ଅଲ୍-ଡୋମେନ୍ ଅନୋମାଲି ରିଜୋଲ୍ୟୁସନ୍ ଅଫିସ୍ (All Domain Anomaly Resolution Office) ଏଏଆରଓ (AARO) ପ୍ରତିଷ୍ଠା କରାଯାଇଥିଲା। ଏହି ଅଫିସ କେବଳ ଆକାଶରେ ଉଡୁଥିବା ଅଜ୍ଞାତ ଉଡନ୍ତା ବସ୍ତୁକୁ ଚିହ୍ନଟ କରିନଥାଏ, ବରଂ ଜଳ ଏବଂ ମହାକାଶରେ ଅଜ୍ଞାତ ବସ୍ତୁ ଉପରେ ମଧ୍ୟ ନଜର ରଖିଥାଏ।

ଆକାଶରେ ଉଡୁଥିବା ଅଜ୍ଞାତ ଉଡନ୍ତା ବସ୍ତୁ ଉପରେ ଧ୍ୟାନ ଦେବାର ଏକ ବର୍ଷରୁ ଅଧିକ ସମୟ ପରେ  ଏଏଆରଓ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ହେଲେ ଗତ ବର୍ଷ ପେଣ୍ଟାଗନ୍ ରୀ ୟୁଏଫଓ ୟୁନିଟ୍ ବାବଦରେ ପ୍ରଥମେ ଦାବି କରାଯାଇଥିଲା। ଯଦିଓ ଆମେରିକୀୟ ନୌସେନା ସହାୟତାରେ ଏନେଇ ଚାଲିଥିବା ଅଭିଯାନକୁ ଗୁପ୍ତ ଭାବରେ କାର୍ଯ୍ୟକାରୀ କରାଯାଉଥିଲା। ଆମେରିକାର ନୌସେନା ଗୁଇନ୍ଦା ଶାଖା ଅଧୀନରେ ପରିଚାଳିତ ଏହି ଅଭିଯାନର ନାମ ହେଉଛି "ଅଜ୍ଞାତ ଉଡନ୍ତା ବସ୍ତୁ। " 

ଗତ ବର୍ଷ ଜୁନରେ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ ଗତ ୨୦୦୪ ବର୍ଷରୁ ୨୦୨୧ ପର୍ଯ୍ୟନ୍ତ ୟୁଏଫଓ ଏବଂ ଏଲିୟନ ସହ ଜଡିତ ୧୪୪ ଘଟଣା ଘଟିଛି। ଏହା ମଧ୍ୟରୁ ପ୍ରାୟ ୮୦ ଘଟଣାକୁ ସେନସର ସହାୟତାରେ କଏଦ କରାଯାଇଛି। ଏଏଆରଓ ନିର୍ଦ୍ଦେଶକ ସୀନ୍ କିର୍କପାଟ୍ରିକ୍ କହିଛନ୍ତି ଯେ, ୟୁଏଫଓ ଚିହ୍ନଟ କରାଯିବାର ଅନେକ ରିପୋର୍ଟ ଆମ ପାଖରେ ରହିଛି। ଏହାର ସଂଖ୍ୟା ଶହ ଶହରେ ରହିଛି।

Also Read: Shocking News: ଏଲିଅନଙ୍କୁ ସ୍ୱାଗତ କରିବା ପାଇଁ ଏହି ଦେଶରେ ନିର୍ମାଣ ହେଲା ସ୍ୱତନ୍ତ୍ର କେନ୍ଦ୍ର

 

ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଏହି ପ୍ରଶ୍ନର ଉତ୍ତର ଜାଣିବା ଏଏଆରଓ ପ୍ରତିଷ୍ଠା କରିଥିଲା। ଯେଉଁଥିରେ ଅଲୌକିକ ଜୀବନ ପ୍ରକୃତରେ ରହିଛି ନା ନାହିଁ ତାହା ଉପରେ ଅନୁସନ୍ଧାନ କରିବାକୁ ଏବଂ ସାମରିକ ବିମାନ କିମ୍ବା ସାମରିକ ପ୍ରତିଷ୍ଠାନ ଉପରେ ହେବାକୁ ଯାଉଥିବା ଅସ୍ପଷ୍ଟ ଆକ୍ରମଣ ଉପରେ ନଜର ରଖିବା ଲାଗି ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ମେ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସଂସଦ କଂଗ୍ରେସ ଏହି ପ୍ରସଙ୍ଗ ଉପରେ ପ୍ରଥମ ଶୁଣାଣି କରିଥିଲା। ଅନେକ କଂଗ୍ରେସ ସଦସ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେମାନେ କହିବା କଥା ଯେ କ'ଣ ପ୍ରକୃତରେ ୟୁଏଫଓ ରହିଛି ନା ପ୍ରତିଦ୍ୱନ୍ଦ୍ୱୀ ଚୀନ୍ କିମ୍ବା ଋଷିଆ ପକ୍ଷରୁ ଏଭଳି ଅଜନ୍ତା ଉଡନ୍ତା ବସ୍ତୁ ଉଡ଼ାଣ କରାଯାଉଛି। କାରଣ ସୁରକ୍ଷାଗତ ଦୃଷ୍ଟିକୋଣରୁ ଆମେରିକା ଉପରେ କ୍ରମାଗତ ଭାବେ ବିପଦ ରହିଛି।

 

Read More
{}{}