Hindi News >>Home >>Odisha National-International

ଆମେରିକାକୁ ଚୀନର ଖୋଲା ଚ୍ୟାଲେଞ୍ଜ, ଡ୍ରାଗନର ଏହି ପଦକ୍ଷେପରୁ ବାଇଡେନଙ୍କ ଉଡ଼ିଲା ହୋସ୍!

America China Tension: ସୁରକ୍ଷା କାରଣରୁ ଦୁନିଆର ସମସ୍ତ ଦେଶ ବିଶେଷକରି ଶତ୍ରୁ ଦେଶ ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ପରସ୍ପରର ଯୁଦ୍ଧ ଜାହାଜ, ଏୟାରକ୍ରାଫ୍ଟ କ୍ୟାରିୟର ଠାରୁ ଯଥେଷ୍ଟ ଦୂରତା ରକ୍ଷା କରନ୍ତି । ଫଟୋରେ ଆମେରିକାର ଯୁଦ୍ଧ ଜାହାଜ ଉପରେ ଉଡ଼ୁଥିବା ଯୁଦ୍ଧ ବିମାନ ଚୀନର ନୌସେନାର J-15 ବୋଲି ଚିହ୍ନଟ ହୋଇଛି । ଜେ-15 ହେଉଛି ଏକ ଯୁଦ୍ଧ ବିମାନ ଯାହା ଚାଇନାର ବିମାନ ବାହକରୁ ଉଡୁଛି ।

Advertisement
ଆମେରିକାକୁ ଚୀନର ଖୋଲା ଚ୍ୟାଲେଞ୍ଜ, ଡ୍ରାଗନର ଏହି ପଦକ୍ଷେପରୁ ବାଇଡେନଙ୍କ ଉଡ଼ିଲା ହୋସ୍!
Stop
Zee Odisha Desk|Updated: Sep 27, 2022, 09:24 AM IST

ବେଜିଂ: America China Tension: ଆମେରିକା (US) ଓ ଚୀନ (China) ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦକ୍ଷିଣ ଚୀନ ସାଗରରେ ଉଭୟ ଦେଶର ନୌସେନା ମୁହାଁମୁହିଁ ହୋଇଛନ୍ତି । ଏପରି ଅନେକ ଘଟଣା ମଧ୍ୟ ଘଟିଛି ଯେତେବେଳେ ଆମେରିକା ଓ ଚୀନର ନୌସେନା ମୁହାଁମୁହିଁ ହୋଇଥିଲେ । ଆଜିକାଲି ଚୀନର ଏକ ଯୁଦ୍ଧ ବିମାନର ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆମେରିକାର ଯୁଦ୍ଧ ଜାହାଜ ଉପରେ ଉଡ଼ୁଥିବା ଦେଖିବାକୁ ମିଳିଛି । ଆମେରିକାର ଯୁଦ୍ଧ ଜାହାଜ ଆର୍ଲେଜ ବୁର୍କ କ୍ଲାସ୍  ବୋଲି କୁହାଯାଉଛି । ତେବେ ଏହି ଘଟଣାର ସମୟ ଓ ସ୍ଥାନ ବିଷୟରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ଏହା ସତ୍ତ୍ବେ ଆମେରିକାର ଯୁଦ୍ଧ ଜାହାଜ ଉପରେ ଚୀନ ଯୁଦ୍ଧ ବିମାନର ଉଡ଼ାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ସୁରକ୍ଷା କାରଣରୁ ଦୁନିଆର ସମସ୍ତ ଦେଶ ବିଶେଷକରି ଶତ୍ରୁ ଦେଶ ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ପରସ୍ପରର ଯୁଦ୍ଧ ଜାହାଜ, ଏୟାରକ୍ରାଫ୍ଟ କ୍ୟାରିୟର ଠାରୁ ଯଥେଷ୍ଟ ଦୂରତା ରକ୍ଷା କରନ୍ତି । ଫଟୋରେ ଆମେରିକାର ଯୁଦ୍ଧ ଜାହାଜ ଉପରେ ଉଡ଼ୁଥିବା ଯୁଦ୍ଧ ବିମାନ ଚୀନର ନୌସେନାର J-15 ବୋଲି ଚିହ୍ନଟ ହୋଇଛି । ଜେ-15 ହେଉଛି ଏକ ଯୁଦ୍ଧ ବିମାନ ଯାହା ଚାଇନାର ବିମାନ ବାହକରୁ ଉଡୁଛି ।

ଏଭଳି ପରିସ୍ଥିତିରେ ମନେ କରାଯାଉଛି ଯେ ଏହି ଘଟଣା ଚୀନର ମୁଖ୍ୟ ଭୂମି ଠାରୁ ବହୁ ଦୂରରେ ଦକ୍ଷିଣ କିମ୍ବା ପୂର୍ବ ଚୀନ ସାଗରରେ ଘଟିଛି । ଚୀନ ନୌସେନାରେ ବର୍ତ୍ତମାନ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ଅଛି । ସେ ୨ଟିର ନାମ ଲିଆଓନିଂ ଓ ଶୋଣ୍ଡୋଙ୍ଗ, ଯାହା ଅଧିକାଂଶ ସମୟ ଦକ୍ଷିଣ ଚୀନ ସାଗରରେ ପାଟ୍ରୋଲିଂ କରନ୍ତି । ଏହି ଦୁଇଟି ବିମାନ ବାହକ ଉପରେ J-15 ଯୁଦ୍ଧ ବିମାନ ମୁତୟନ ରହିଛି । ଏଠାରେ କହି ରଖୁଛୁ ଯେ, ଆମେରିକାର ନୌସେନାରେ କାର୍ଯ୍ୟ କରୁଥିବା ଆର୍ଲେଜ ବୁର୍କ କ୍ଲାସ୍ ଯୁଦ୍ଧ ଜାହାଜ ହେଉଛି ସର୍ବ ବୃହତ ବିଧ୍ବଂସକ । ଆର୍ଲ ବୁର୍କ କ୍ଲାସର ଯୁଦ୍ଧ ଜାହାଜରେ ବିଭିନ୍ନ ଉନ୍ନତ ଅସ୍ତ୍ରଶସ୍ତ୍ର ଓ ସିଷ୍ଟମ ନିୟୋଜିତ କରାଯାଇଛି । ଏହି ଗାଇଡ୍ ମିସାଇଲ୍ ବିନାଶକ ୧୯୯୧ରେ ଆମେରିକାର ନୌସେନାରେ ନିୟୋଜିତ ହୋଇଥିଲା । ଏହି ଯୁଦ୍ଧ ଜାହାଜ ଋଷର ବୁଡ଼ାଜାହାଜକୁ ମୁକାବିଲା କରିବା ପାଇଁ ଡିଜାଇନ୍ କରାଯାଇଥିଲା । ବର୍ତ୍ତମାନ ଏହା ଆଣ୍ଟି-ଏୟାର, ଆଣ୍ଟି-ସବମରୀନ, ଭୂପୃଷ୍ଠ ଓ ସ୍ଥଳଭାଗ ଆକ୍ରମଣକୁ ରୋକିବା ପାଇଁ ଉଚ୍ଚ ବିପଦେପୂର୍ଣ୍ଣ ଅଞ୍ଚଳରେ ନିୟୋଜିତ ହୋଇଛି । ଏହି ଯୁଦ୍ଧ ଜାହାଜରେ ସି ସ୍ପାରୋ, ଟୋମହାକ୍ ଏବଂ ASROC ଆଣ୍ଟି-ସବମରୀନ୍ କ୍ଷେପଣାସ୍ତ୍ର ନିୟୋଜିତ କରାଯାଇଛି ।

ଅଧିକ ପଢ଼ନ୍ତୁ:-ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ହେବ ନାହିଁ ନିର୍ବାଚନ, ଏହି ବ୍ୟକ୍ତି ପୁଣି ସମ୍ଭାଳିବେ କମାଣ

ଅଧିକ ପଢ଼ନ୍ତୁ:-ଖୁସି ଖବର: ସରକାରୀ କର୍ମଚାରୀଙ୍କ ଅପେକ୍ଷା ହେଲା ଶେଷ, ମହଙ୍ଗା ଭତ୍ତାକୁ ନେଇ ଆସିଲା ଜରୁରୀ ଅପଡେଟ୍

ଅଧିକ ପଢ଼ନ୍ତୁ:-ଆମେରିକା-ପାକିସ୍ତାନର ବନ୍ଧୁତା ଉପରେ ଜୟଶଙ୍କରଙ୍କ 'ସର୍ଜିକାଲ ଷ୍ଟ୍ରାଇକ୍', କହିଲେ-ବୋକା ବନାନ୍ତୁ ନାହିଁ, ଜାଣିଛୁ...

 

J-15 ଯୁଦ୍ଧ ବିମାନଗୁଡ଼ିକ ମୁଖ୍ୟତ ଏୟାରକ୍ରାଫ୍ଟ କ୍ୟାରିୟରରୁ ଅପରେଟ କରାଯାଇଥାଏ । ଏହି ବିମାନକୁ ଚୀନ ୟୁକ୍ରେନରୁ କିଣାଯାଇଥିବା Su-33 ର ଅସମ୍ପୂର୍ଣ୍ଣ ପ୍ରୋଟୋଟାଇପରୁ ବିକଶିତ କରିଛି । ଚୀନ ନୌସେନାରେ ବର୍ତ୍ତମାନ ଅତି କମରେ ୩୪ J-15 ଯୁଦ୍ଧ ବିମାନ ଅଛି । ଚୀନରେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ଉପରେ କାର୍ଯ୍ୟ କରିବା ପାଇଁ ଏଗୁଡ଼ିକ ହେଉଛି ଏକମାତ୍ର ଫିକ୍ସଡ ୱିଙ୍ଗ ବିମାନ । ଏହି ବିମାନ ମଧ୍ୟ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି, କାରଣ ଏହା ମଧ୍ୟ ଏୟାରକ୍ରାଫ୍ଟ କ୍ୟାରିୟରରୁ ଉଡ଼ୁଥିବା ଦୁନିଆର ସବୁଠାରୁ ଭାରି ଯୁଦ୍ଧ ବିମାନ । ଚୀନର ଉଭୟ ଏୟାରକ୍ରାଫ୍ଟ କ୍ୟାରିୟର ହେଉଛି ସ୍କି ଜମ୍ପର୍ । ଏଭଳି ପରିସ୍ଥିତିରେ ଏପରି ଭାରି ବିମାନକୁ ଏଥିରୁ ବାହାରିବା ପାଇଁ ଇଞ୍ଜିନର ସମ୍ପୂର୍ଣ୍ଣ ଶକ୍ତି ଦେବାକୁ ପଡ଼ିଥାଏ । ଏହି କାରଣରୁ ଏହି ଯୁଦ୍ଧ ବିମାନଟି ସମ୍ପୂର୍ଣ୍ଣ ଇନ୍ଧନ ଟ୍ୟାଙ୍କ କିମ୍ବା ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ସହ ଉଡ଼ିପାରିବ ନାହିଁ ।

Read More
{}{}