Hindi News >>Home >>Odisha National-International

Shocking News: ଭାରତୀୟ ଟେକ୍ନୋଲୋଜି ଆଗରେ ଫେଲ ଆମେରିକା-ଚୀନ୍, ନେବାକୁ ଅନେଇ ବସିଛି ପାକିସ୍ତାନ

UPI Payment System: ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଏକ ହେଉଛି ପେମେଣ୍ଟ ପ୍ଲାଟଫର୍ମ। ଯାହାର ଗୁରୁତ୍ୱ ସମଗ୍ର ବିଶ୍ୱରେ ଦିନକୁ ଦିନ ବଢିବାରେ ଲାଗିଛି। ବ୍ୟାଙ୍କିଂ ଜଗତରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ପେମେଣ୍ଟ ସିଷ୍ଟମ ଏକ ପରିବର୍ତ୍ତନ ରୂପେ ଉଭା ହୋଇଛି।

Advertisement
Shocking News: ଭାରତୀୟ ଟେକ୍ନୋଲୋଜି ଆଗରେ ଫେଲ ଆମେରିକା-ଚୀନ୍, ନେବାକୁ ଅନେଇ ବସିଛି ପାକିସ୍ତାନ
Stop
Zee Odisha Desk|Updated: Jan 28, 2023, 11:43 PM IST

UPI Syetem of India: ଭାରତୀୟ ପାଖରେ ଏପରି ଏକ ଟେକ୍ନୋଲୋଜି ରହିଛି ଯାହାର ବିକଳ୍ପ ଆମେରିକା-ଚୀନ୍ ଭଳି ଦେଶ ପାଖରେ ନାହିଁ। ଏହି ଟେକ୍ନୋଲୋଜି ପାଇବାକୁ ପାକିସ୍ତାନ ଭଳି ଦେଶ ମଧ୍ୟ ଅନେଇ 
ବସିଛି। ଯିଏ ବର୍ତ୍ତମାନ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏହି ଭାରତୀୟ ଟେକ୍ନୋଲୋଜି ଏବେ ସମଗ୍ର ବିଶ୍ୱରେ ଏହାର ଉପସ୍ଥିତି ମଜବୁତ କରିବାରେ ଲାଗିଛି। 

ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (Unified Payments Interface) ଅର୍ଥାତ ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ (UPI Payment Platform) ହେଉଛି ଏକ ଭାରତୀୟ ଉତ୍ପାଦ। ଯାହାର ଗୁରୁତ୍ୱ ସମଗ୍ର ବିଶ୍ୱରେ ଦିନକୁ ଦିନ ବଢିବାରେ ଲାଗିଛି। ବ୍ୟାଙ୍କିଂ ଜଗତରେ ୟୁପିଆଇ ପେମେଣ୍ଟ ସିଷ୍ଟମ (UPI Payment System) ଏକ ପରିବର୍ତ୍ତନ ରୂପେ ଉଭା ହୋଇଛି। ୟୁପିଆଇ (UPI) ଏତେ ସଫଳ ହୋଇଛି ଯେ ଭାରତ (India) ବ୍ୟତୀତ ଭୁଟାନ (Bhutan), ୟୁଏଇ (UAE), ଶ୍ରୀଲଙ୍କା (Sri Lanka)ସମେତ ଅନେକ ଦେଶରେ ଏହାକୁ ବ୍ୟବହାର କରି ବିଭିନ୍ନ ଦେୟ ପ୍ରଦାନ କରାଯାଉଛି। କେବଳ ଏତିକି ନୁହେଁ କାନାଡା (Canada) ସମେତ ଅନ୍ୟ କେତେକ ଦେଶ ମଧ୍ୟ ୟୁପିଆଇ ଦେୟ (UPI Payment) ବ୍ୟବସ୍ଥା ଆରମ୍ଭ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକା-ଚୀନ୍ (America-China) ଭଳି ଦେଶ ଭାରତୀୟ ପେମେଣ୍ଟ ସିଷ୍ଟମ ୟୁପିଆଇ (Indian Payment System UPI) ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ଏନେଇ କୁହାଯାଉଛି ଯେ ଆମେରିକାର ନିଜସ୍ୱ ୟୁପିଆଇ ବ୍ୟବସ୍ଥା (American UPI System) ସଫଳ ହୋଇନାହିଁ। କାରଣ ଆମେରିକୀୟ ନାଗରିକ (American Citizen) ସେମାନଙ୍କର ସ୍ୱଦେଶୀ ୟୁପିଆଇ ସିଷ୍ଟମ ବ୍ୟବହାର କରୁନାହାଁନ୍ତି। ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନ (Pakistan) ଭଳି ଦେଶ ୟୁପିଏ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଚାହୁଁଛି। ହେଲେ ସୁରକ୍ଷାଗତ କାରଣରୁ ପାକିସ୍ତାନ ସରକାର (Pakistan Govt) ୟୁପିଆଇ ଠାରୁ ଦୂରେଇବାରେ ଲାଗିଛନ୍ତି।

Also Read: India: ବିଶ୍ୱ ଗୁରୁ ପଥରେ ଭାରତ, ୧୦ ଦେଶକୁ ଦେବ ନିଜର ଏହି ବହୁଚର୍ଚ୍ଚିତ ସେବା

ଗତ ୨୦୧୬ ବର୍ଷରେ ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ ଲଞ୍ଚ କରାଯାଇଥିଲା। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (National Payments Corporation of India) ଏନପିସିଆଇ (NPCI) ଦ୍ୱାରା ବିକଶିତ ହୋଇଥିଲା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଅର୍ଥାତ ୟୁପିଆଇ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (Reserve Bank of India) ଆରବିଆଇ (RBI) ତତ୍ତ୍ୱାବଧାନରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ୟୁପିଆଇ।

ଏହା ଏକ ମାଗଣା ସେବା। ଭାରତରେ ଫୋନ ପେ (Phone Pay), ଗୁଗୁଲ୍ ପେ (Google Pay), ପେଟିଏମ୍ (Paytm) ଭଳି ଆପ୍ ହେଉଛି ପ୍ରମୁଖ ୟୁପିଆଇ ପେମେଣ୍ଟ ଗେଟୱେ ପ୍ଲାଟଫର୍ମ। ଗତ ବର୍ଷ ଡିସେମ୍ବରରେ ୧୨.୮୨ ଲକ୍ଷ କୋଟି ଟଙ୍କାର ରେକର୍ଡ ୟୁପିଆଇ ଦେୟ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ୟୁପିଆଇ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ସମ୍ପ୍ରତି ଜଣେ ବ୍ୟକ୍ତି ଟେଲର ନିକଟରେ ୟୁପିଆଇ ପେମେଣ୍ଟ ସହ ଜଡିତ ଏକ ପୋଷ୍ଟ କରିଥିଲେ। ଯାହାକୁ ରିଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଏହା ସମଗ୍ର ଭାରତରେ ଏକ ସାଧାରଣ ଦୃଶ୍ୟ। ଟେକ୍ନୋଲୋଜି ଏବଂ ନବସୃଜନ ଗ୍ରହଣ କରିବାରେ ଆମ ଲୋକ ଚମତ୍କାର ପ୍ରଦର୍ଶନ କରିଛନ୍ତି। "

Read More
{}{}