Hindi News >>Home >>Odisha National-International

Shocking News: ରାଜନୈତିକ ରାଜଧାନୀ ପରେ ବିଗିଡିଗଲା ଆର୍ଥିକ ରାଜଧାନୀର ବାୟୁମଣ୍ଡଳ, ନିଶ୍ୱାସ ନେବା ହୋଇଗଲାଣି କଷ୍ଟ

Air Quality Index: ପବନର ବେଗ କମ୍ କିମ୍ବା ପବନ ନ ଥିବା ବେଳେ PM 2.5 ସ୍ତର ବଢି ଯାଇଥାଏ। ମୁମ୍ବାଇରେ ଖରାପ ବାୟୁ ଗୁଣ ଛୋଟ ପିଲା ଏବଂ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। 

Advertisement
Shocking News: ରାଜନୈତିକ ରାଜଧାନୀ ପରେ ବିଗିଡିଗଲା ଆର୍ଥିକ ରାଜଧାନୀର ବାୟୁମଣ୍ଡଳ, ନିଶ୍ୱାସ ନେବା ହୋଇଗଲାଣି କଷ୍ଟ
Stop
Subhramjit Ray|Updated: Nov 16, 2022, 05:32 PM IST

AQI of Mumbai: ରାଜନୈତିକ ରାଜଧାନୀ ଦିଲ୍ଲୀ ପରେ ଏବେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ବାୟୁମଣ୍ଡଳ ବିଗଡ଼ି ଯାଇଛି। ଏଠାରେ ବାୟୁ ଗୁଣବତ୍ତା ଖରାପ ହୋଇଯିବା ସହ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ରୋଗ ନିୟନ୍ତ୍ରଣ ରାଷ୍ଟ୍ରୀୟ କେନ୍ଦ୍ର ୱେବସାଇଟ୍ ଅନୁଯାୟୀ ମୁମ୍ବାଇରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୫୦ ଅତିକ୍ରମ କରିଛି। ଦୀପାବଳି ପରେ ପ୍ରଥମ ଥର ପାଇଁ ମୁମ୍ବାଇରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୫୦ ପାର କରିଯାଇଛି। ଏଠାକାର ବାୟୁ ଗୁଣବତ୍ତା ସୂଚକାଙ୍କ ରହିବା ସହିତ ଖରାପ ରହିଛି।

ସେହିପରି ମୁମ୍ବାଇ ଉପକଣ୍ଠସ୍ଥ ଅନ୍ୟାନ୍ୟ ଅଞ୍ଚଳ ମାଲାଡରେ AQI ୩୨୦, ମଝଗାଓଁରେ AQI ୩୧୬, ବୋରିବଲିରେ AQI ୩୦୩ ଏବଂ ଚେମ୍ବୁରରେ AQI ୨୮୬ ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ମୁମ୍ବାଇ ତୁଳନାରେ ଦିଲ୍ଲୀର ବାୟୁ ଗୁଣବତ୍ତା ଭଲ ରହିଛି। ଦିଲ୍ଲୀର AQI ୧୭୬ ରହିଥିବାର ଜଣାପଡ଼ିଛି।

Also Read: Polluted City: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନୁହେଁ ଏହି ସହର ହେଉଛି ସବୁଠାରୁ ପ୍ରଦୂଷିତ

ମୁମ୍ବାଇର ଅନ୍ୟାନ୍ୟ ଅଞ୍ଚଳର AQI 

  • ମାଲାଡ୍-୩୨୦
  • ମଝଗାଓଁ-୩୧୬
  • ବୋରିବଲୀ-୩୦୩ 
  • ଚେମ୍ବୁର-୨୮୬ 
  • ଭାଣ୍ଡୁପ୍-୧୭୬ 
  • କୋଲାବା-୨୮୩ 
  • ୱର୍ଲି-୧୧୫ 
  • BKC-୧୮୦ 
  • ଅନ୍ଧେରୀ-୧୯୭ 
  • ନାଭି ମୁମ୍ବାଇ-୧୬୯

ଏହି ସମୟରେ ଦିଲ୍ଲୀର ବାୟୁ ମଧ୍ୟ ଅତ୍ୟଧିକ ବିଷାକ୍ତ ହୋଇଯାଇଛି। ଏଠାରେ ମଧ୍ୟ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ବିଗତ ବର୍ଷ ପରିସ୍ଥିତି ଆହୁରି ଖରାପ ଥିଲା। ଗତ ବର୍ଷ ଦିୱାଲି ପରଦିନ ଦିଲ୍ଲୀର AQI ୪୬୨ ରହିଥିବାର ରେକର୍ଡ କରାଯାଇଥିଲା। ଏନେଇ ହୋଇଥିବା ଏକ ଆକଳନ ବିଷୟରେ କହିବାକୁ ଗଲେ ଦିଲ୍ଲୀର AQI ୨୦୧୬ ବର୍ଷରେ ୪୪୫, ୨୦୧୭ ବର୍ଷରେ ୪୦୭, ୨୦୧୮ ବର୍ଷରେ ୩୯୦, ୨୦୧୯ ବର୍ଷରେ ୩୬୮, ୨୦୨୦ ବର୍ଷରେ ୪୩୫ ଏବଂ ୨୦୨୧ ବର୍ଷରେ ୪୬୨ ରହିଥିଲା।

ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳର AQI 

  • ପୁସା-୧୪୫ 
  • ଲୋଡି ରୋଡ୍-୧୨୮
  • ଦିଲ୍ଲୀ ବିଶ୍ୱବିଦ୍ୟାଳୟ-୩୦୩ 
  • ଦିଲ୍ଲୀ ବିମାନବନ୍ଦର- ୧୯୦
  • ନୋଏଡା- ୨୦୪
  • ମଥୁରା ରୋଡ୍- ୧୯୩
  • ଆୟାନଗର-୧୬୬ 
  • ଗୁରୁଗ୍ରାମ-୨୦୪
  • ଧୀରପୁର- ୨୧୮ 

Also Read: Air Pollution: ଗୁରୁତର ହେଉଛି ବାୟୁ ପ୍ରଦୂଷଣ, ହ୍ରାସ ପାଉଛି ୧୫ ଲକ୍ଷ ଲୋକଙ୍କ ଜୀବନ

 

ପାର୍ଟିକୁଲେଟ ମାଟର (PM2.5) ହେଉଛି ଏକ ବାୟୁ ପ୍ରଦୂଷକ ଯାହା ବାୟୁରେ ପ୍ରଦୂଷଣର ମାତ୍ରା ଅଧିକ ହେଲେ ଜନସ୍ୱାସ୍ଥ୍ୟ ପାଇଁ ଚିନ୍ତାର ବିଷୟ। ମୁମ୍ବାଇର ପରିବେଶରେ PM 2.5 ପ୍ରଦୂଷକ ଅଧିକ ରହିଛି। PM2.5 ବାୟୁରେ କ୍ଷୁଦ୍ର କଣିକା ଯାହା ଦୃଶ୍ୟମାନତାକୁ ହ୍ରାସ କରିଥାଏ ଏବଂ ବାୟୁ ଗୁଣବତ୍ତା ସ୍ତର ବଝିବା ସହିତ ବାୟୁକୁ ଧୂଆଁଳିଆ କରି ଦେଇଥାଏ। ପବନର ବେଗ କମ୍ କିମ୍ବା ପବନ ନ ଥିବା ବେଳେ PM 2.5 ସ୍ତର ବଢି ଯାଇଥାଏ। ମୁମ୍ବାଇରେ ଖରାପ ବାୟୁ ଗୁଣ ଛୋଟ ପିଲା ଏବଂ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଅନ୍ୟପକ୍ଷରେ ଯେଉଁମାନେ ଶ୍ୱାସରୋଗ କିମ୍ବା କୌଣସି ଆଲର୍ଜିରେ ପୀଡ଼ିତ, ସେମାନଙ୍କୁ ଶ୍ୱାସକ୍ରିୟା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଖରାପ ବାୟୁ ଗୁଣବତ୍ତାକୁ ଧ୍ୟାନରେ ରଖି ଡାକ୍ତର ଏପରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥାନ୍ତି।

 

Read More
{}{}