Hindi News >>Home >>Odisha National-International

aiims doctor : ମଝି ଆକାଶରେ ଅଟକି ଗଲା ଜୀବନ, ଆଉ ତା'ପରେ...

ନୂଆଦିଲ୍ଲୀ: ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ ଡାକ୍ତରମାନେ ଈଶ୍ବରଙ୍କ ଦ୍ୱିତୀୟ ରୂପ। କର୍ଣ୍ଣାଟକର ବେଙ୍ଗାଲୁରୁରୁ ରାଜଧାନୀ ଦିଲ୍ଲୀକୁ ଆସୁଥିବା ଭିସ୍ତାରା ବିମାନ ଉଡ଼ାଣରେ ପାଞ୍ଚ ଜଣ ଡାକ୍ତର ଦୁଇ ବର୍ଷର ଶିଶୁର ଜୀବନ ରକ୍ଷା କରିଥିଲେ, ଯାହାର ନିଶ୍ୱାସ ବନ୍ଦ ହୋଇଯାଇଥିଲା। ସୋସିଆଲ ମିଡିଆରେ ଦିଲ୍ଲୀ AIIMS ଦ୍ୱାରା ଏହି ଘଟଣା ସମ୍ପର୍କରେ ସ

Advertisement
aiims doctor : ମଝି ଆକାଶରେ ଅଟକି ଗଲା ଜୀବନ, ଆଉ ତା'ପରେ...
Stop
Zee Odisha Desk|Updated: Aug 29, 2023, 03:35 PM IST

aiims doctor : ନୂଆଦିଲ୍ଲୀ: ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ ଡାକ୍ତରମାନେ ଈଶ୍ବରଙ୍କ ଦ୍ୱିତୀୟ ରୂପ। କର୍ଣ୍ଣାଟକର ବେଙ୍ଗାଲୁରୁରୁ ରାଜଧାନୀ ଦିଲ୍ଲୀକୁ ଆସୁଥିବା ଭିସ୍ତାରା ବିମାନ ଉଡ଼ାଣରେ ପାଞ୍ଚ ଜଣ ଡାକ୍ତର ଦୁଇ ବର୍ଷର ଶିଶୁର ଜୀବନ ରକ୍ଷା କରିଥିଲେ, ଯାହାର ନିଶ୍ୱାସ ବନ୍ଦ ହୋଇଯାଇଥିଲା। ସୋସିଆଲ ମିଡିଆରେ ଦିଲ୍ଲୀ AIIMS ଦ୍ୱାରା ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। 

ଗତ ୨୭ ତାରିଖରେ ବାଙ୍ଗାଲୋରରୁ ଦିଲ୍ଲୀକୁ ଆସୁଥିବା ଭିସ୍ତାରାର UK-814 ବିମାନରେ ଦୁଇ ବର୍ଷର ବାଳିକା ହଠାତ୍ ଅସୁସ୍ଥ ହୋଇପଡିଥିଲା। ପିଲାଟି ସିଆନୋଟିକ୍ ରୋଗରେ ପୀଡିତ ଥିଲା। ତାଙ୍କୁ ଇଣ୍ଟ୍ରାକାର୍ଡିଆକ୍ ପାଇଁ ଅପରେସନ୍ କରାଯାଇଥିଲା। ଝିଅଟିର ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଫଳରେ ଚେତା ହରାଇ ପଡ଼ିଥିବା ଝିଅଟିର ଅବସ୍ଥାକୁ ଦେଖି ବିମାନରେ ଥିବା ଲୋକମାନେ ଭୟଭୀତ ହେଲେ। ଏହି ସମୟରେ ବିମାନରେ ଉପସ୍ଥିତ ଥିବା ଦିଲ୍ଲୀ AIIMS ର ପାଞ୍ଚଜଣ ଯୁବ ଡାକ୍ତର ଉକ୍ତ ଝିଅଟିର ଚିକିତ୍ସା କରିଥିଲେ। 

 

ଥଣ୍ଡା ପଡ଼ିଯାଇଥିଲା ହାତ ଗୋଡ଼ 
ଅଚେତ ହୋଇ ପଡ଼ିଥିବା ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ ଉକ୍ତ ପାଞ୍ଚ ଯୁବ ଡାକ୍ତରୀଦଳ। ଉକ୍ତ ଝିଅଟିର ନାଡ଼ି ମିଳିବା କଷ୍ଟକର ହୋଇ ପଡିଥିବା ବେଳେ ହାତ ଓ ପାଦ ଥଣ୍ଡା ପଡ଼ିଯାଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବା ଏକ ପ୍ରକାର ବନ୍ଦ ହୋଇ ପଡିଥିଲା। କେବଳ ଏତିକି ନୁହେଁ ଉକ୍ତ ନାବାଳିକାର ଓଠ ଓ ଆଙ୍ଗୁଠି ସବୁ ହଳଦିଆ ପଡ଼ି ଯାଇଥିଲା। ଏଭଳି ସ୍ଥିତିରେ ଡାକ୍ତରୀ ଦଳ ସିପିଆର ଦେବା ଆରମ୍ଭ କରିଦେଇଥିଲେ। ପରେ ତାଙ୍କୁ ବିମାନରେ ହିଁ IV କେନୁଲା ଔଷଧ ପ୍ରଦାନ କରାଯାଇଥିଲା। ତେବେ ଚିକିତ୍ସା ସମୟରେ ଉକ୍ତ ନାବାଳିକାଙ୍କୁ ହୃଦଘାତ ଆସିଥିଲା। ସେହି ସମୟରେ ଡାକ୍ତରୀ ଦଳଙ୍କ ପାଇଁ ସମସ୍ୟା ଦ୍ୱିଗୁଣିତ ହୋଇଯାଇଥିଲା। 

ଡାକ୍ତରୀ ଟିମ ଏଇଡି ବ୍ୟବହାର କରି ବିମାନରେ ପ୍ରାୟ ୪୫ମିନିଟ ପର୍ଯ୍ୟନ୍ତ ଚିକିତ୍ସା ଜାରି ରଖିଥିଲେ। ତେବେ ଡାକ୍ତରୀ ଟିମ ଉକ୍ତ ନାବାଳିକାକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲା। ପରେ ଉକ୍ତ ନାଗପୁରରେ ବିମାନ ଅବତରଣ ହେବା ପରେ ଉକ୍ତ ଶିଶୁଙ୍କୁ ଶିଶୁ ବିଶେଷଜ୍ଞଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ସଦ୍ୟ ସୂଚନା ମୁତାବକ ଅନୁଯାୟୀ ଉକ୍ତ ଶିଶୁଟିର ଅବସ୍ଥା ବିପଦମୁକ୍ତ ରହିଥିବା ଜଣାପଡ଼ିଛି। 

ତେବେ ବିମାନରେ ଚିକିତ୍ସା କରିଥିବା ଡାକ୍ତରୀ ଦଳ ମଧ୍ୟରେ ଏମସର ଆନାସ୍ଥେସିଆ ବିଭାଗର ଡ. ନବଦୀପ କୌର, ଏସଆର କାର୍ଡିଆକ ରେର୍ଡିଓଲୋଜି ଡ. ଦମନଦୀପ ସିଂହ, ପୂର୍ବ ଏସଆର ଏମ୍ସ ରେଡ଼ିଓଲୋଜି ଡ. ଋଷଭ ଜୈନ, ପୂର୍ବ ଏସଆର ଓବିଜି ଡ. ଆଇସିକା ଓ କାର୍ଡିଆକ ରେଡ଼ିଓଲୋଜିର ଡ. ଅବିଚଳା ଟ୍ୟାକ୍ସକ ସାମିଲ ରହିଥିଲେ। 

Also Read: Mamata Banerjee: ଦିଦି ଦେଲେ ନୂଆ ‘ଚନ୍ଦ୍ରଜ୍ଞାନ’, କହିଲେ-‘ଇନ୍ଦିରା ଗାନ୍ଧୀ ଯେତେବେଳେ ଚନ୍ଦ୍ରରେ ପହଞ୍ଚିଥିଲେ...’ ଦେଖନ୍ତୁ ଭିଡିଓ

Also Read: Lingaraj Temple: ପୂଜାପଣ୍ଡା ଓ ବଡୁ ସେବାୟତଙ୍କ ମଧ୍ୟରେ ଟଣାଓଟରା, ଉପାସରେ ପ୍ରଭୁ ଲିଙ୍ଗରାଜ

Also Read: Dengue: ହୋଇଯାଆନ୍ତୁ ସତର୍କ! ଡେଙ୍ଗୁ ପରେ ଏବେ ଫାଇଲେରିଆ ଚିନ୍ତା..

Read More
{}{}