Hindi News >>Home >>Odisha National-International

Mother Dairy Milk:ଗୃହିଣୀ ଟେନସନ, ଦାମ ବଢାଇଲା ମଦର ଡାଏରୀ ଜାରି ହେଲା ନୂଆ ମୂଲ୍ୟ

ମଦର ଡାଏରୀ ଦିଲ୍ଲୀ-ଏନସିଆର ବଜାରରେ ସବୁଠାରୁ ବଡ ଦୁଗ୍ଧ ଯୋଗାଣକାରୀ ଏବଂ ଏହା ପଲି ପ୍ୟାକ୍ ଏବଂ ଭେଣ୍ଡିଂ ମେସିନ୍ ମାଧ୍ୟମରେ ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ଯୋଗାଇଥାଏ । 

Advertisement
Mother Dairy Milk:ଗୃହିଣୀ ଟେନସନ, ଦାମ ବଢାଇଲା ମଦର ଡାଏରୀ ଜାରି ହେଲା ନୂଆ ମୂଲ୍ୟ
Stop
Rasmita Sahoo|Updated: Nov 20, 2022, 05:29 PM IST

Mother Dairy Milk:ପୁଣି ରୋଷେଇ ଘରେ ମହଙ୍ଗା ମାଡ଼ । ଦିନକୁ ଦିନ ପ୍ରତିଟି ସାମଗ୍ରୀର ଦର ବଢୁଥିବା ବେଳେ ଏବେ ମଦର ଡାଏରୀର ଦାମ ବଢିବା ପରେ ମୁଣ୍ଡରେ ହାତ ଦେଲେଣି ଗୃହିଣୀ। ମାର୍କେଟରେ ମଦର ଡାଏରୀର ଫୁଲ କ୍ରିମ କ୍ଷୀରର ଦାମ ପ୍ରତି ଲିଟର ଏକଟଙ୍କା ଓ ଟୋକନ କ୍ଷୀରର ମୂଲ୍ୟ ପ୍ରତି ଲିଟର ଦୁଇଟଙ୍କା ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି। ମଦର ଡାଏରୀ ଚଳିତ ବର୍ଷ ଚତୁର୍ଥ ଥର ପାଇଁ କ୍ଷୀରର ଦାମକୁ ବଢାଇଛି। ଯାହାକୁ ନେଇ ଗୃହିଣୀ ମାନେ ଏବେ ଟେନସନରେ। 

ମଦର ଡାଏରୀ (Mother Dairy) ପ୍ରବକ୍ତାଙ୍କ କହିବା ଅନୁଯାୟୀ, 'ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୬୩ ରୁ ୬୪ ଟଙ୍କାକୁ ବୃଦ୍ଧି ପାଇଛି। ଟୋକେନ୍ କ୍ଷୀରର ମୂଲ୍ୟ ଲିଟର ପିଛା ୪୮ ରୁ ୫୦ ଲିଟରକୁ ବୃଦ୍ଧି ପାଇଛି, ତଥାପି ୫୦୦ ମିଲି ପ୍ୟାକ୍ ଫୁଲ କ୍ରିମ୍ କ୍ଷୀରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ମଦର ଡାଏରୀ ଦିଲ୍ଲୀ-ଏନସିଆର ବଜାରରେ ସବୁଠାରୁ ବଡ ଦୁଗ୍ଧ ଯୋଗାଣକାରୀ ଏବଂ ଏହା ପଲି ପ୍ୟାକ୍ ଏବଂ ଭେଣ୍ଡିଂ ମେସିନ୍ ମାଧ୍ୟମରେ ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ଯୋଗାଇଥାଏ । ଆଉ ଏହି ଦାମ ସୋମବାର ଅର୍ଥାତ କାଲିଠାରୁ ଦିଲ୍ଲୀ-ଏନସିଆର (Delhi-NCR) ବଜାରରେ ଲାଗୁ ହେବାକୁ ଯାଉଛି।

Also Read: Safest cars: ସୁରକ୍ଷା ଦୃଷ୍ଟିରୁ 5Star,୬ ଲକ୍ଷରୁ ଆରମ୍ଭ କାର୍ ର ମୂଲ୍ୟ

ଦୁଗ୍ଧ ମୂଲ୍ୟରେ ବୃଦ୍ଧି ଏହି ସମୟରେ ସାଧାରଣ ଲୋକଙ୍କ ଘର ବଜେଟକୁ ପ୍ରଭାବିତ କରିବ କାରଣ ଖାଦ୍ୟ ମୁଦ୍ରାସ୍ଫୀତି ଏକ ଉଚ୍ଚ ସ୍ତରରେ ରହିଅଛି। ଦୁଗ୍ଧ ଚାଷୀଙ୍କ (Dairy Farmer) ଠାରୁ କଞ୍ଚା କ୍ଷୀରର କ୍ରୟ ମୂଲ୍ୟ ବୃଦ୍ଧି ଯୋଗୁଁ ମଦର ଡାଏରୀ ଏହାର ମୂଲ୍ୟ ବୃଦ୍ଧି କରିଛି ବୋଲି ମଦର ଡାଏରୀ ପ୍ରବକ୍ତା କହିଛନ୍ତି।

Also Read: KYC-Enabled Caller ID: ଆସୁଛି Truecaller ଭଳି ନୂଆ ସରକାରୀ ଆପ୍‌, TRAI ଆଣୁଛି ନୂଆ ସିଷ୍ଟମ

ଚଳିତ ବର୍ଷ ୧୬ ଅକ୍ଟୋବରରେ, ମଦର ଡାଏରୀ ଦିଲ୍ଲୀ-ଏନସିଆର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ବଜାରରେ ଫୁଲ୍ କ୍ରିମ୍ କ୍ଷୀର (Full Cream Milk) ଏବଂ ଗାଇ କ୍ଷୀରରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା ​​। ମାର୍ଚ୍ଚ ଏବଂ ଅଗଷ୍ଟ ମାସରେ ମଧ୍ୟ ସମସ୍ତ ପ୍ରକାରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା।

Read More
{}{}