Hindi News >>Home >>Odisha National-International

Japan Moon Mission: ‘ଚନ୍ଦ୍ରଯାନ-୩’ର ସଫଳତା ପରେ ଚନ୍ଦ୍ରକୁ ରକେଟ୍ ପଠାଇଲା ଜାପାନ

Japan Moon Mission: ଜାପାନ ପ୍ରେରଣ କରିଥିବା ଏହି ରକେଟର ନାମ ହେଇଛି ଏଚଆଇଆଇ- ଏ ରକେଟ୍ (H-IIA rocket) । ଯାହା ଦୁନିଆ ସହ ଲୁନାର ଲ୍ୟାଣ୍ତର ସଂପର୍କରେ ତଥ୍ୟ ପ୍ରଦାନ କରିବ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 07, 2023, 10:38 AM IST

Japan Moon Mission: ଭାରତ ପରେ ଜାପାନ ଆରମ୍ଭ କଲା ମିଶନ ଚନ୍ଦ୍ର (Japan Moon Mission) । ଚନ୍ଦ୍ରପୃଷ୍ଠରେ ଭାରତର ଚନ୍ଦ୍ରଯାନ-୩ର (chandrayaan-3) ସଫ୍ଟ ଲ୍ୟାଣ୍ତି ପରେ ଏବେ ଜାପାନ ମଧ୍ଯ ଏବେ ଚନ୍ଦ୍ରକୁ ଏକ ଲ୍ୟାଣ୍ତର (Japan launches rocket) ପଠାଇଛି । ଜାପାମ ଏକ୍ସ-ରେ ଟେଲିସ୍ପୋପ୍ ଥିବା ଏକ ରକେଟ୍ ଲଞ୍ଚ କରିଛି । ଜାପାନ ପ୍ରେରଣ କରିଥିବା ଏହି ରକେଟର ନାମ ହେଇଛି ଏଚଆଇଆଇ- ଏ ରକେଟ୍ (H-IIA rocket) । ଯାହା ଲୁନାର ଲ୍ୟାଣ୍ତର ସଂପର୍କରେ ତଥ୍ୟ ପ୍ରଦାନ କରିବ ।

ସୂଚନା ଅନୁଯାୟୀ, ଏହି ଏଚଆଇଆଇ- ଏ ରକେଟ୍ କୁ (H-IIA rocket) ଦକ୍ଷିଣ-ପଶ୍ଚିମ ଜାପାନର ତନେଗସିମା ସ୍ପେସ ସେଣ୍ଟରରୁ (Japan Tanegashima Space Centre) ଏହାକୁ ପ୍ରେରଣ କରାଯାଇଛି । ତେବେ ଏହି ସମୟର ଦୃଶ୍ୟକୁ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ୍ ଏଜେନ୍ସି ‘ଜାକ୍ସାରେ’  (Japan aerospace exploration agency) ସିଧାପ୍ରସାରଣ କରାଯାଇଥିଲା । ତେବେ ଏଚଆଇଆଇ- ଏ ରକେଟ୍ ଟି ଉପରକୁ ଉଠିବା ପରେ ସେଥିରୁ ଧୁଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ସେହି ମୁହୂର୍ତ୍ତରେ ‘ଜାକ୍ସା’ରେ (Jaxa) ଆରେ ଲିଫ୍‌ଟ-ଅଫ୍‌ କଲୁ’ ବୋଲି କୁହାଯାଇଛି। ଏନେଇ ଆହୁରି କୁହାଯାଇଛି ଯେ ‘ତନେଗସିମା ସ୍ପେସ୍‌ ସେଣ୍ଟର୍‌ରୁ ୨୦୨୩ ମସିହା ସେପ୍ଟେମ୍ବର ୭ ତାରିଖ ସକାଳ ୮:୪୨ ମିନିଟ୍‌ରେ ମି‌ଷ୍ଟୁବିସି ହେବି ଇଣ୍ଡଷ୍ଟ୍ରଜ୍‌ (ଏମ୍‌ଏଚ୍‌ଆଇ) ଏକ୍ସ-ରେ ଇମେଜ୍‌ ଥିବା ଏଚ୍‌ଆଇଆଇ-ଏ ଲଞ୍ଚ୍‌ କରିଛି।’

ଲଞ୍ଚ୍‌ ହେବାର ମାତ୍ର ୧୩ ମିନିଟ୍ ପରେ ରକେଟ୍ ଟି ଏକ୍ସରେ ଇମେଜ ଆଣ୍ତ ସ୍ପେକ୍ଟ୍ରୋସ୍ପୋପି ମିସନ ନାମରେ ପୃଥିବୀ ଚାରିପଟେ ଏକ ସାଟଲାଇଟ ରଖିଛି । ଏହି ସାଟଲାଇଟ୍‌ ଗତିକୁ ମାପିବା ସହ ପଥରେ କ’ଣ ସବୁ ରହିଛି ତାହାର ତଥ୍ୟ ପ୍ରଦାନ କରିବ।

Also Read-India Vs Bharat: ଆଗରୁ ବି ବଦଳିଛି ଅନେକ ଦେଶର ନାଁ, ଦେଖନ୍ତୁ ତାଲିକା

 

Read More
{}{}