Hindi News >>Home >>Odisha National-International

Advocate Abhay Nath Yadav: ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷର ଓକିଲଙ୍କ ନିଧନ

Advocate Abhay Nath Yadav: ଅଭୟ ନାଥ ଯାଦବ ଶୃଙ୍ଗାର ଗୌରୀ ନିୟମିତ ଦର୍ଶନ ପୂଜନ ମାମଲାରେ ଅଞ୍ଜୁମନ ଇନ୍ତଜାମିୟା କମିଟି ପକ୍ଷରୁ ମୁଖ୍ୟ ଓକିଲ ଭାବେ ମାମଲା ଲଢୁଥିଲେ।

Advertisement
Advocate Abhay Nath Yadav: ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷର ଓକିଲଙ୍କ ନିଧନ
Stop
Subhramjit Ray|Updated: Aug 01, 2022, 08:58 PM IST

Advocate Abhay Nath Yadav: ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାରେ ମୁସଲିମ ପକ୍ଷର ଓକିଲ ଅଭୟ ନାଥ ଯାଦବଙ୍କ ନିଧନ ହୋଇଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ବାରାଣାସୀସ୍ଥିତ ମକବୁଲ ଆଲାମ ରୋଡ ଠାରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏନେଇ ପ୍ରତିକ୍ରିୟା ରଖି ବନାରସ ଓକିଲ ସଂଘର ବରିଷ୍ଠ  ଆଇନଜୀବୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ରବିବାର ଦିନ ରାତି ପ୍ରାୟ ସାଢେ ଦଶଟା ସମୟର ତାଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ପ୍ରଥମେ ତ୍ରିମୁର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ସଦସ୍ୟ ସେମାନଙ୍କୁ ଶୁଭମ୍ ହସ୍ପିଟାଲ ନେଇଥିଲେ ଯେଉଁଠାରେ କୌଣସି ଚିକିତ୍ସା ହୋଇିନଥିଲା। ଏହା ପରେ ଡାକ୍ତରଖାନାର ଡାକ୍ତର ତାଙ୍କୁ ମୃତ୍ୟୁକୁ ସୁନିଶ୍ଚିତ କରିଥିଲେ।

ଅଭୟ ନାଥ ଯାଦବ (Advocate Abhay Nath Yadav) ଶୃଙ୍ଗାର ଗୌରୀ ନିୟମିତ ଦର୍ଶନ ପୂଜନ ମାମଲାରେ ଅଞ୍ଜୁମନ ଇନ୍ତଜାମିୟା କମିଟି ପକ୍ଷରୁ ମୁଖ୍ୟ ଓକିଲ ଭାବେ ମାମଲା ଲଢୁଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ମିଳିବା ପରେ ମଧ୍ୟ ମାମଲା ରକ୍ଷଣାବେକ୍ଷଣ ଉପରେ ଶୁଣାଣି କରିବାବେଳେ ଅଭୟ ନାଥ ଯାଦବ ମୁଖ୍ୟ ଓକିଲ ଭାବରେ ମୁସଲିମ ପକ୍ଷ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଛନ୍ତି।

ଶୃଙ୍ଗାର ଗୌରୀ ଏବଂ ଜ୍ଞାନବ୍ୟାପୀ ମାମଲାରେ (Gyanvapi Case) ସମସ୍ତ ପକ୍ଷ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଛନ୍ତି। ଅଗଷ୍ଟ ୪ ତାରିଖରେ ମୁସଲିମ ପକ୍ଷ ଦ୍ୱାରା ଏକ ଜବାବ ଦାଖଲ କରାଯାଇଥାନ୍ତା ଯେଉଁଥିରେ ଓକିଲ ଅଭୟ ନାଥ ଯାଦବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତା। ଜ୍ଞାନବ୍ୟାପୀ ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ମାସରେ କରିବେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ବେଞ୍ଚ କହିଛନ୍ତି ଯେ ବର୍ତ୍ତମାନ ନିମ୍ନ ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଛି । ଏହାକୁ ନଜରରେ ରଖି ଆମେ ବର୍ତ୍ତମାନ ଏହି ମାମଲାର ଶୁଣାଣି କରିବୁ ନାହିଁ। ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ନରସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

Also Read: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଜ୍ଞାନବ୍ୟାପୀ ମାମଲା ଉଠାଯାଉଛି: ଅଖିଲେଶ ଯାଦବ

Also Read: 'ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା ଜ୍ଞାନବ୍ୟାପୀ ମସଜିଦ; ହିନ୍ଦୁଙ୍କୁ ଫେରାଇ ଦିଆଯାଉ ଜମି'

Also Read: ଜ୍ଞାନବ୍ୟାପୀ ଭଳି ଶବ୍ଦ ଇସଲାମ-କୁରାନ ସହ ଜଡ଼ିତ ନୁହେଁ: ସାକ୍ଷୀ ମହାରାଜ

 

 

 

 

Read More
{}{}