Hindi News >>Home >>Odisha National-International

Aditya L1 Launch: ସୂର୍ଯ୍ୟକୁ ଗଲା ଭାରତ, ଶ୍ରୀହରିକୋଟାରୁ ଉତ୍‍କ୍ଷପଣ ହେଲା ଆଦିତ୍ୟ

Aditya L1 Launch: ଶନିବାରଦିନ ନିର୍ଦ୍ଧାରିତ ସମୟରେ (ISRO) ଇସ୍ରୋ ପକ୍ଷରୁ ଶ୍ରୀହାରିକୋଟା (Sriharikota) ଠାରୁ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ- L1( Aditya L1 ) କୁ ସଫଳତାର ସହ ଆରମ୍ଭ କରାଯାଇଛି। ଆଦିତ୍ୟ- L1 ହେଉଛି ପ୍ରଥମ ସ୍ପେସ୍ ଆଧାରିତ ପର୍ଯ୍ୟବେକ୍ଷଣକାରୀ ଉପକରଣ ଯାହାକି ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବ। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 02, 2023, 12:26 PM IST

 Aditya L1 Launch: ଶନିବାରଦିନ ନିର୍ଦ୍ଧାରିତ ସମୟରେ  (ISRO) ଇସ୍ରୋ ପକ୍ଷରୁ  ଶ୍ରୀହାରିକୋଟା (Sriharikota) ଠାରୁ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ- L1( Aditya L1 ) କୁ ସଫଳତାର ସହ ଆରମ୍ଭ କରାଯାଇଛି।  ଆଦିତ୍ୟ- L1 ହେଉଛି ପ୍ରଥମ ସ୍ପେସ୍ ଆଧାରିତ ପର୍ଯ୍ୟବେକ୍ଷଣକାରୀ  ଉପକରଣ ଯାହାକି ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବ। ଏହାଦ୍ୱାରା ଭାରତ ବିଶ୍ୱ ମହାକାଶ ଇତିହାସରେ ନିଜ ସ୍ଥାନକୁ ଆହୁରି ମଜଭୁତ କରିପାରିଛି। ଏହା ପୂର୍ବରୁ କେବଳ ନାସା (nasa) ଏବଂ ଏସା ହିଁ ସୌର ଅଧ୍ୟନ ଲାଗି ମହାକାଶର ଏଲ୍‍ ଓ୍ୱାନ୍‍କୁ ନିଜର ମହାକାଶ ଯାନ ପଠାଇବାରେ ସଫଳ ହୋଇପାରିଛନ୍ତି। ଜର୍ମାନ ଯଦିଓ ନିଜର ଉପକରଣ ସୌର ଅଧ୍ୟୟନ ଲାଗି ସ୍ଥାପନ କରିଛି କିନ୍ତୁ ତାହା ନାସା ସହାୟତାରେ ହିଁ ହୋଇପାରିଛି। 

 

Also Read: Aditya-L1: ସୌର ମିଶନ ପାଇଁ କାଉଣ୍ଟଡ଼ାଉନ ଆରମ୍ଭ, ଏହି ସମୟରେ ହେବ ଉତକ୍ଷେପଣ

ସକାଳ 11.50 ରେ ଇସ୍ରୋ (ISRO) ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV) ବ୍ୟବହାର କରି ଆଦିତ୍ୟକୁ ସଫଳତାର ସହ ଉତ୍‍କ୍ଷେପଣ କରିଥିଲା।  125 ଦିନ ମଧ୍ୟରେ ଏହା ପୃଥିବୀ ଠାରୁ ପ୍ରାୟ 1.5 ନିୟୁତ କିଲୋମିଟର ଯାତ୍ରା କରିବା ପରେ ଲାଗ୍ରାଙ୍ଗିଆନ୍ ପଏଣ୍ଟ L1 କକ୍ଷପଥରେ ରଖାଯିବ। ଏହାକୁ ସୂର୍ଯ୍ୟଙ୍କ ନିକଟତମ କକ୍ଷ ବୋଲି ବିବେଚନା କରାଯାଏ। କରୋନାଲ୍ ଉତ୍ତାପ ଏବଂ ସୌର ପବନର ଗତି, କରୋନାଲ୍ ମାସ୍ ଇଜେକସନର ଆରମ୍ଭ ଏବଂ ପୃଥିବୀ ନିକଟସ୍ଥ ମହାକାଶ ପାଗ ଏବଂ ସୌର ପବନ  ବିଷୟରେ ଅଧ୍ୟୟନ କରିବା ପାଇଁ ଆଦିତ୍ୟ- L1 ମିଶନ୍ ସାତୋଟି ପେଲୋଡ୍ ବହନ କରିଛି।  ଏଲ୍‍୧ ପଏଣ୍ଟରେ ପହଞ୍ଚିଲା ପରେ ଆଦିତ୍ୟ ପୃଥିବୀ ପୃଷ୍ଠକୁ ତଥ୍ୟ ପ୍ରଦାନ କରିବ।

 

 

 

 

Read More
{}{}