Hindi News >>Home >>Odisha National-International

British Royal Family: ପ୍ରିନ୍ସ ହ୍ୟାରି ହେବେ ବ୍ରିଟେନର ପରବର୍ତ୍ତୀ ରାଜା?

Prince Harry: ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ଚାର୍ଲ୍ସ ବର୍ତ୍ତମାନ ବ୍ରିଟେନର ନୂତନ ରାଜା ହୋଇଛନ୍ତି। କିନ୍ତୁ ଏକ ପୁସ୍ତକରେ କରାଯାଇଥିବା ଭବିଷ୍ୟବାଣୀ ଅନୁଯାୟୀ, କିଙ୍ଗ ଚାର୍ଲ୍ସ ତୃତୀୟ ତାଙ୍କ ସିଂହାସନ ତ୍ୟାଗ କରିଦେବେ ଯାହା ପରେ ତାଙ୍କ ପୁଅ ପ୍ରିନ୍ସ ହ୍ୟାରିଙ୍କୁ ରାଜା କରାଯିବ।

Advertisement
British Royal Family:  ପ୍ରିନ୍ସ ହ୍ୟାରି ହେବେ ବ୍ରିଟେନର ପରବର୍ତ୍ତୀ ରାଜା?
Stop
Zee Odisha Desk|Updated: Sep 26, 2022, 07:58 PM IST

Prince Harry: ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ (Queen Elizabeth II)ଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ଚାର୍ଲ୍ସ ବର୍ତ୍ତମାନ ବ୍ରିଟେନର ନୂତନ ରାଜା ହୋଇଛନ୍ତି। କିନ୍ତୁ ଏକ ପୁସ୍ତକରେ କରାଯାଇଥିବା ଭବିଷ୍ୟବାଣୀ ଅନୁଯାୟୀ, କିଙ୍ଗ ଚାର୍ଲ୍ସ ତୃତୀୟ ତାଙ୍କ ସିଂହାସନ ତ୍ୟାଗ କରିଦେବେ ଯାହା ପରେ ତାଙ୍କ ପୁଅ ପ୍ରିନ୍ସ ହ୍ୟାରି (Prince Harry)ଙ୍କୁ ରାଜା କରାଯିବ। ଏହି ଭବିଷ୍ୟବାଣୀ ଏଥିପାଇଁ ଆଶ୍ଚର୍ଯ୍ୟଜନକ କାରଣ ପ୍ରିନ୍ସ ହ୍ୟାରି ନିଜକୁ ରାଜ ପରିବାର ଠାରୁ ଅଲଗା କରିନେଇଛନ୍ତି, ତେଣୁ ସେ କିପରି ରାଜା ହୋଇପାରିବେ?

ଫ୍ରାନ୍ସର ଜଣେ ଜ୍ୟୋତିସ୍କ ନାସ୍ତ୍ରେଦମସ୍ (Nostradamus) ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ୍ୟ ମଧ୍ୟ ପ୍ରମାଣିତ ହୋଇଛି। ସେ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ବୟସ ମଧ୍ୟ ଘୋଷଣା କରିଥିଲେ। ୧୫୫୫ ମସିହାରେ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ବିଷୟରେ ନାସ୍ତ୍ରେଦମସ୍ ଭବିଷ୍ୟବାଣୀ କରିଥିଲେ, ଯାହା ମଧ୍ୟ ୮ ସେପ୍ଟେମ୍ବରରେ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା।

୨୦୦୫ ମସିହାରେ ମାରିଓ ରିଡିଙ୍ଗଙ୍କ ଏକ ପୁସ୍ତକ ଆସିଥିଲା, ଯାହା ଭବିଷ୍ୟବକ୍ତା ନାସ୍ତ୍ରେଦମସଙ୍କର ସବୁଠାରୁ ବଡ଼ ଭବିଷ୍ୟବାଣୀ ହିସାବରେ ଗଣନା କରାଯାଉଥିଲା। ସେ ସେହି ପୁସ୍ତକରେ ମହାରାଣୀଙ୍କ ବଡ ପୁଅ ଚାର୍ଲ୍ସ ତୃତୀୟଙ୍କୁ ନେଇ ବଡ ଦାବି କରିଥିଲେ। କହିରଖୁଛୁ ଯେ, ମହାରାଣୀଙ୍କ ମୃତ୍ୟୁ ପରେ ଏହି ପୁସ୍ତକର ବିକ୍ରୟ ଦ୍ରୁତ ଗତିରେ ଆରମ୍ଭ ହୋଇଗଲା। ସେଠାକାର ବାସିନ୍ଦା ମାନେ ଆଜିକାଲି ରାଜ ପରିବାର ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଚାର୍ଲ୍ସ ୭୪ ବର୍ଷ ବୟସରେ ସିଂହାସନ ପାଇଲେ, କିନ୍ତୁ ଭବିଷ୍ୟବାଣୀ ଅନୁଯାୟୀ ଚାର୍ଲ୍ସ ରାଜା ହେବାର କିଛି ସମୟ ପରେ ଇସ୍ତଫା ଦେବେ।

୧୯୪୮ ମସିହାରେ ଜନ୍ମ ହୋଇଥିବା ଚାର୍ଲ୍ସ ୧୯୮୧ରେ ଡାଏନା ସ୍ପେନ୍ସରଙ୍କୁ ବିବାହ କରିଥିଲେ କିନ୍ତୁ ସେ ତାଙ୍କ ପତ୍ନୀ ଡାଏନାଙ୍କୁ ପ୍ରତାରଣା କରିଥିଲେ ଏବଂ ଶେଷରେ ସେମାନଙ୍କ ବିବାହ ଭାଙ୍ଗିଗଲା। ଡାଏନା ଅଲଗା ହୋଇଗଲେ କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଚାର୍ଲ୍ସ ତାଙ୍କ ଛାଡପତ୍ର ହୋଇଥିବା ଗର୍ଲଫ୍ରେଣ୍ଡ କାମିଲା ପାର୍କରଙ୍କୁ ବିବାହ କରିଥିଲେ। ଡାଏନାଙ୍କ ମୃତ୍ୟୁ ରାଜ ପରିବାରକୁ ବିଶେଷ କରି ରାଜା ଚାର୍ଲ୍ସଙ୍କୁ ଲୋକେ ଟିକେ ଖରାପ ନଜରରେ ଦେଖୁଥିଲେ। କାରଣ ଡାଏନା ସମସ୍ତଙ୍କ ପ୍ରିୟ ଥିଲେ। ଡାଏନାଙ୍କ ସାନ ପୁଅ ପ୍ରିନ୍ସ ହ୍ୟାରି ବିବାହ ପରେ ରାଜ ପରିବାର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବ୍ରିଟିଶ ଗଣମାଧ୍ୟମର ଜାତିପ୍ରଥା ମନୋଭାବ ଦର୍ଶାଇ ସେ ୨୦୨୦ରେ ଉତ୍ତର ଆମେରିକା ଚାଲି ଯାଇଥିଲେ।

ବାସ୍ତବରେ ଏଠାରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଛି। ଯଦି ଉତ୍ତରାଧିକାରୀ ଭାବରେ ଦେଖାଯାଏ ତେବେ ଡାଏନାଙ୍କ ବଡ ପୁଅ ପ୍ରିନ୍ସ ୱିଲିୟମ୍ ସିଂହାସନ ପାଇଁ ପରବର୍ତ୍ତୀ ଦାବିଦାର ହେବେ। କିନ୍ତୁ ଏହି ପୁସ୍ତକରେ ଲେଖାଯାଇଛି ଯେ, ଚାର୍ଲ୍ସଙ୍କ ଠାରୁ ସିଂହାସନ ଏପରି ବ୍ୟକ୍ତିଙ୍କୁ ଦିଆଯିବ ଯାହାଙ୍କୁ ରାଜା ହେବାର କେହି କଳ୍ପନା ମଧ୍ୟ କରିନାହାନ୍ତି। ଏହି କଥାରୁ ଅନୁମାନ କରାଯାଇଛି ଯେ, ସେହି ବ୍ୟକ୍ତି ଆଉ କେହି ନୁହନ୍ତି ପ୍ରିନ୍ସ ହ୍ୟାରି ହେବାକୁ ଯାଉଛନ୍ତି।

Read More
{}{}