Hindi News >>Home >>Odisha National-International

Accident News: ସ୍କୁଲ ବସ ଓଲଟି ୬ ଜଣ ଛାତ୍ରଛାତ୍ରୀ ମୃତ, ଅନେକ ଆହତ

Accident News: ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର କାନିନା ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ । ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।

Advertisement
Accident News: ସ୍କୁଲ ବସ ଓଲଟି ୬ ଜଣ ଛାତ୍ରଛାତ୍ରୀ ମୃତ, ଅନେକ ଆହତ
Stop
Payal Priyadarshini|Updated: Apr 11, 2024, 01:10 PM IST

Accident News: ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର କାନିନା ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ । ଏହି ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ବସ୍ ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିଲେ କି ନାହିଁ ପୋଲିସ ତାହାର ଯାଞ୍ଚ କରୁଛି । ଏହି ଘରୋଇ ସ୍କୁଲ ବସରେ ୩୫ରୁ ୪୦ ଛାତ୍ରଛାତ୍ରୀ ସ୍କୁଲ ଯାଉଥିଲେ । ସରକାରୀ ଛୁଟି ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନିଆଯାଉଥିଲା । ଏହି ସମୟରେ ମହେନ୍ଦ୍ରଗର ଜିଲ୍ଲା କାନିନା ଦାଦ୍ରି ରାସ୍ତାରେ ହଠାତ୍ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଭେଣ୍ଟିଲେଟରରେ ଆଉ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି ।  ଦୁର୍ଘଟଣାରେ ୧୨ରୁ ଅଧିକ ଛାତ୍ରଛାତ୍ରୀଙ୍କ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Also Read- Odisha News:ପୁଣି ଅଶାନ୍ତ ପଦ୍ମକେଶରପୁର, ରାଜଧାନୀରେ ବୋମାମାଡ଼'

Also Read- Road Accident: ଭାରାସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ଘଟଣାସ୍ଥଳରେ ୬ ମୃତ

ସେପଟେ, ତାମିଲନାଡୁରେ ଏକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଧାଲାଭାଇରୁରମ୍ (Dhalavaipuram)ର ଏକ ପରିବାରର ୭ ସଦସ୍ୟ ମଦୁରାଇ ନିକଟରେ ଥିବା ଏକ ମନ୍ଦିରରୁ ବୁଧବାର ଦର୍ଶନ ପାଇଁ ଯାଇଥିଲେ। ମନ୍ଦିର ଦର୍ଶନ କରି ସପରିବାର କାର ଯୋଗେ ନିଜ ଘରକୁ ଫେରୁଥିଲେ। ଗାଡ଼ିଟି ବୃନ୍ଦାନଗର ମଦୁରାଇ ଜାତୀୟ ରାଜପଥ ତିରୁମଙ୍ଗଲମ୍ ରେ  ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିଲାରେ ଭର୍ତ୍ତି କରିବା ସହିତ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଇଛି।

 

Read More
{}{}