Hindi News >>Home >>Odisha National-International

Road Accident: ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ, ୩ ଗୁରୁତର

Accident News:  ଏହି ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲ ଯିବା ପୂର୍ବରୁ ପତ୍ନୀ ଓ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଥିଲା । ଗ୍ରାମ ପଞ୍ଚାୟତ ଲେହେଥାଚର ମୁଖ୍ୟ ତେଜ ସିଂ କହିଛନ୍ତି ଯେ, ସମସ୍ତ ଆହତଙ୍କୁ ପ୍ରଥମେ ଏକ ଘରୋଇ ଗାଡିରେ ନିଆଯାଇଥିଲା, ପରେ ସେମାନଙ୍କୁ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରାଯାଇଥିଲା। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 16, 2023, 04:32 PM IST

Himachal Pradesh Accident News: ହିମାଚଳ ପ୍ରଦେଶରେ (Himachal Pradesh) ଥମିବାର ନାଁ ନେଉନି ସଡ଼କ ଦୁର୍ଘଟଣା । ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ମୋଟ ତିନି ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।  ସୂଚନାନୁସାରେ, ମାଣ୍ଡି ଜିଲ୍ଲା ସରାଜରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା।  ଶନିବାର ଦିନ ସରାଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲେହଗଲା ନିକଟରେ ଏକ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଶନିବାର ଦିନ ସନ୍ଧ୍ୟାରେ ଶୀଲାକୁଟଲା ଗାଁର ବାସିନ୍ଦା ଏକ କାର ଯୋଗେ ଥୁନାଗ ବଜାରରୁ ଘର ଅଭିମୁଖେ ଯାଉଥିଲେ।

ଏହି ସମୟରେ, ଲେହଗଲାଠାରୁ ଏକ କିଲୋମିଟର ଆଗରେ କାରଟି ୩୦୦ ମିଟର ଗଭୀର ଘାଟି ଭିତରକୁ ଖସିପଡିଥିଲା ​ । ଫଳରେ କାରରେ ଥିବା ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଆହତ ହୋଇଥିଲା । ଏହି ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲ ଯିବା ପୂର୍ବରୁ ପତ୍ନୀ ଓ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଥିଲା । ଗ୍ରାମ ପଞ୍ଚାୟତ ଲେହେଥାଚର ମୁଖ୍ୟ ତେଜ ସିଂ କହିଛନ୍ତି ଯେ, ସମସ୍ତ ଆହତଙ୍କୁ ପ୍ରଥମେ ଏକ ଘରୋଇ ଗାଡିରେ ନିଆଯାଇଥିଲା, ପରେ ସେମାନଙ୍କୁ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆହତ ୩ ଜଣଙ୍କର ଚିକିତ୍ସା ଜାରି ରହିଛି।

ସେପଟେ, ଗଜପତି ଜିଲ୍ଲା ଦମାଦୂଆ ପଞ୍ଚାୟତ ଗାଣ୍ତାଗୁଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପିକଅପ୍ ଗାଡ଼ି ଧକ୍କାରେ ଜଣେ ୩ ବର୍ଷିୀୟା ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଗାଣ୍ତାଗୁଡ଼ା ଗାଁର ଲୁଷ୍ୟନ ନାୟକ ଗାଁକୁ ଆସିଥିବା କବାଡ଼ିବାଲାର ପିକଅପ୍ ଗାଡ଼ି ଅଟାଇବା ସମୟରେ ଗାଡ଼ିକୁ ଅଟାକାଇବା ସମୟରେ ହଠାତ୍ ଗାଡ଼ିଟି ତାଙ୍କ ତିନି ବର୍ଷର ଝିଅ ଦୀପ୍ତି ନାୟକ ଗାଡ଼ିର ପଛ ଚକା ତଳକୁ ଆସି ଯାଇଥିଲେ । ଗାଡ଼ି ଚକା ତଳେ ଛାପି ହୋଇ ଘଟଣାସ୍ଥଳରେ ହିଁ ଝିଅଟିର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଡ଼ବା ଥାନା ପୋଲିସ ପହଁଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁ କନ୍ୟାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

Also Read-Air India: ଏୟାର ଇଣ୍ତିଆରେ ହଙ୍ଗାମା! ବରିଷ୍ଠ ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ଯାତ୍ରୀ

ସୂଚନା ଅନୁଯାୟୀ, ବାଲେଶ୍ବର (Balasore) ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଗତକାଲି ଦୁର୍ଘଟଣାଗ୍ରସ୍ତ (Accident) ହୋଇଥିଲେ । ଏଥିରେ ୪୦ ରୁ (40 injured) ଅଧିକ ଯାତ୍ରୀ ଆହତ ହୋଇଛନ୍ତି।  ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ସୂଚନା ଅନୁସାରେ, ଏକ ଘରୋଇ ବସଟି ଗୁରୁବାର ବିଳମ୍ବିତ ରାତିରେ ୪୦ରୁ (40 injured) ଅଧିକ ଯାତ୍ରୀଙ୍କୁ ନେଇ  ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା। ବାଲେଶ୍ବର ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ପହଞ୍ଚିବା ସମୟରେ ହଠାତ୍ ବସଟି ଭାରସାମ୍ୟ ହରାଇ ଥିଲା। ଫଳରେ ରାସ୍ତା କଡକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ମଧ୍ୟରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ତେବେ, ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

 

Read More
{}{}