Hindi News >>Home >>Odisha National-International

Accident News: ପୋଲରୁ ରେଳଲାଇନକୁ ଖସିଲା ବସ, ଭୟଙ୍କର ଦୁର୍ଘଟଣାରେ ୨୧ ମୃତ

Accident: ପ୍ରାୟ ୫୦ ଫୁଟ୍‌ ଉପରୁ ବସ୍‌ଟି ଖସି ବିଜୁଳି ତାର ଉପରେ ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ଯରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁ ଥିବା ଜଣାପଡ଼ିଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 04, 2023, 11:30 AM IST

Italy Bus Accident: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ । ଅକାଳରେ ଚାଲିଗଲା ୨୧ ଜୀବନ । ଏଥିସହ ଏହି ଭୟଙ୍କର ଦୁର୍ଘଟଣାରେ ୨୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି ଇଟାଲି (Italy) ଭେନିସ ସହରରେ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଏକ ପର୍ଯ୍ୟଟକ ଭର୍ତ୍ତି ବସ (Bsu) ଇଟାଲି ଭେନିସ (venice) ସହର ଦେଇ ନିଜର ଅଭିମୁଖେ ଯାତ୍ରା କରୁଥିଲା । ଠିକ୍ ଏହି ସମୟରେ ଭେନିସ୍‌ ନଗରୀ ସହ ସଂଯୁକ୍ତ କରୁଥିବା ପୋଲ ଉପରେ ହଠାତ୍ ବସ୍‌ଟି ବିପରୀତ ଦିଗକୁ ବୁଲିପଡ଼ି ବ୍ରିଜ ତଳେ ଥିବା ରେଳଲାଇନକୁ ଖସିପଡ଼ିଲା। ପ୍ରାୟ ୫୦ ଫୁଟ୍‌ ଉପରୁ ବସ୍‌ଟି ଖସି ବିଜୁଳି ତାର ଉପରେ ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ଯରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର (severely injured) ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁ ଥିବା ଜଣାପଡ଼ିଛି । ଏହି ବସରେ ଥିବା ଯାତ୍ରୀ ଫ୍ରାନ୍ସ , ଜର୍ମାନ, ୟୁକ୍ରେନର ବାସିନ୍ଦା ବୋଲି ଜଣାପଡ଼ିଛି । ଦୁର୍ଘଟଣା ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା । ଏହି ଉଦ୍ଧାର କାର୍ଯ୍ୟରେ ୨୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ସମସ୍ତ ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଭୟଙ୍କର ଦୁର୍ଘଟଣାରେ ମୃତାହତଙ୍କୁ ସମବେଦନା ଜଣାଇଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ (Giorgia Meloni )। ସେ କହିଛନ୍ତି ଯେ, ସମସ୍ତ ମୃତକଙ୍କ ପରିବାରକୁ ମୋର ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଗୁରୁତର ଯାତ୍ରୀଙ୍କୁ ଚିକିତ୍ସା ଯୋଗାଇବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ନିକଟରେ, ଏକ ଟ୍ରକ ଓଲଟି ୧୦ ଜଣ ପ୍ରବାସୀ ମହିଳା ଶ୍ରମିକଙ୍କ (Women Migrants) ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଥିଲେ । କ୍ୟୁବାରୁ ଆସିଥିବା ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଏକ ଟ୍ରକ୍‌ଟି ସମ୍ଭବତଃ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାଉଥିଲା । ତେବେ ଗୁଏଟ୍‌ମାଲା ସୀମାନ୍ତ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କଥା ରିପୋର୍ଟରେ କୁହାଯାଇଛି। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ହଠାତ୍ ସେ ଗତି ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ଟ୍ରକଟି ଓଲଟି ପଡ଼ିଥିଲା।  ଦୁର୍ଘଟଣା (Accident) ପରେ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ‘ନ୍ୟାସ୍‌ନାଲ୍‌ ମାଇଗ୍ରେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ (National Migration Institute) ଜାରି କରିଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଦୁର୍ଘଟଣାରେ ଟ୍ରକ୍‌ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

Also Read-Sanjay Singh: ଆପ ସାଂସଦ ସଂଜୟ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରେଡ଼ କଲା ED

 

 

Read More
{}{}