Hindi News >>Home >>Odisha National-International

Explosion: ଭୟଙ୍କର ବିସ୍ଫୋରଣରେ ୯ ମୃତ, ଅନେକ ଗୁରୁତର

Explosion in Nagpur: ମହାରାଷ୍ଟ୍ର (Maharashtra) ନାଗପୁରେ ବାଜାରଗାଓଁରେ ଭୟଙ୍କର ବିସ୍ଫୋରଣ (Explosion) । ଏଥିରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହି ବିସ୍ଫୋରଣ ନାଗପୁରର ‘ସୋଲାର ଇଣ୍ତଷ୍ଟ୍ରିଜ୍ ଲିମିଟେଡ଼’ (Solar Industries Limited) ନାମକ କମ୍ପାନୀରେ ଘଟିଛି।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 17, 2023, 12:50 PM IST

Explosion in Nagpur: ମହାରାଷ୍ଟ୍ର (Maharashtra) ନାଗପୁରେ ବାଜାରଗାଓଁରେ ଭୟଙ୍କର ବିସ୍ଫୋରଣ (Explosion) । ଏଥିରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହି ବିସ୍ଫୋରଣ ନାଗପୁରର ‘ସୋଲାର ଇଣ୍ତଷ୍ଟ୍ରିଜ୍ ଲିମିଟେଡ଼’ (Solar Industries Limited) ନାମକ କମ୍ପାନୀରେ ଘଟିଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ନାଗପୁରର (Nagpur) ବାଜାରଗାଓଁରେ (Bajargaon) ଥିବା ସୋଲାର ଏକ୍ସପ୍ଲୋସିଭ କମ୍ପାନୀରେ ରବିବାର ଘଟିଛି ଏକ ଭୟଙ୍କର ବିସ୍ଫୋରଣ । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । କାଷ୍ଟ ବୁଷ୍ଟର ପ୍ଲାଣ୍ଟ ପ୍ୟାକିଂ ସମୟରେ ବିସ୍ଫୋରଣ ହୋଇଥିବା କୁହାଯାଉଛି । କମ୍ପାନୀ ଭିତରେ ଆଉ କେତେ ଲୋକ ଫସିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅଘଟଣ ସମୟରେ ସେଠାରେ କମ୍ପାନୀର ପ୍ରାୟ ୧୨ ଜଣ ଲୋକ ଉପସ୍ଥିତ ଥିବା ପୋଲିସ କହିଛି। ବିସ୍ଫୋରଣ ଫଳରେ କମ୍ପାନୀର ଏକ ବିଲିଡିଂ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୁର୍ଘଟଣା ସ୍ଥଳରେ ଏବେ ବି ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ପ୍ରକାଶ ଥାଉ କି, ଏହି କମ୍ପାନୀ ଦେଶର ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଥାଏ।

Also Read-Covid New Variant: ଡରାଇଲାଣି କୋରୋନାର ନୂଆ ଭାରିଏଣ୍ଟ, କେରଳରେ ୨ଜଣଙ୍କ ମୃତ୍ୟୁ

{}{}