Hindi News >>Home >>Odisha National-International

AC Cabin in Trucks: ଏଣିକି ଟ୍ରକରେ ବାଧ୍ଯତାମୂଳକ ହେବ ଏସି କ୍ୟାବିନ୍, ୨୦୨୫ରେ ଲାଗୁ ହେବ ନିୟମ

AC Cabin in trucks: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport and Highways) ପକ୍ଷରୁ ଟ୍ରକରେ ଏସି କ୍ୟାବିନକୁ (AC Cabin) ବାଧ୍ଯତାମୂଳକ କରାଯାଇଛି । ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ୧ ଓ ଏହାପରେ ଯେଉଁସବୁ ନୂଆ ଟ୍ରକ୍ (Trucks) ନିର୍ମାଣ ହେବ ସେଥିରେ ଡ୍ରାଇଭରଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାବିନରେ ଏସି (AC) ଲଗାଇବା ନେଇ ବାଧ୍ୟତାମୂଳକ କରାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 11, 2023, 07:35 AM IST

AC Cabin in trucks: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport and Highways) ପକ୍ଷରୁ ଟ୍ରକରେ ଏସି କ୍ୟାବିନକୁ (AC Cabin) ବାଧ୍ଯତାମୂଳକ କରାଯାଇଛି । ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ୧ ଓ ଏହାପରେ ଯେଉଁସବୁ ନୂଆ ଟ୍ରକ୍ (Trucks) ନିର୍ମାଣ ହେବ ସେଥିରେ ଡ୍ରାଇଭରଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାବିନରେ ଏସି (AC) ଲଗାଇବା ନେଇ ବାଧ୍ୟତାମୂଳକ କରାଯାଇଛି ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport and Highways) ପକ୍ଷରୁ ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିରେ ଟ୍ରକ୍ କ୍ୟାବିନ୍ (Trucks Cabin) ଏସି କରାଯିବାକୁ ବାଧ୍ୟତାମୂଳକ କରାଯାଇଛି । ଏୟାର କଣ୍ତିଶନିଂ ସିଷ୍ଟମ ସଂଯୋଗ ହୋଇଥିବା କ୍ୟାବିନଗୁଡ଼ିକୁ ଆଇଏସ୍ ୧୪୬୧୮: ୨୦୨୨ ଅନୁଯାୟୀ ପରୀକ୍ଷା କରାଯିବ । ତେବେ ଏସି ଟ୍ରକ୍ କ୍ୟାବିନକୁ ବାଧ୍ୟତାମୂଳକ କରିବା ପାଇଁ ଚିଠା ବିଜ୍ଞପ୍ତି ଅନୁମୋଦନ ହୋଇଥିବା ଗତ ଜୁଲାଇ ମାସରେ ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀ (Nitin Gadkari) ସୂଚନା ଦେଇଥିଲେ । ପରିବହନ କ୍ଷେତ୍ରରେ ଟ୍ରକ ଡ୍ରାଇଭରମାନଙ୍କର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେମାନଙ୍କର କାର୍ଯ୍ୟ ଓ ମାନସିକ ସ୍ଥିତିକୁ ନେଇ ରହିଥିବା ସମସ୍ୟାର ସମାଧାନ ହେବା ଜରୁରୀ ବୋଲି ନୀତିନ ଗଡ଼କରୀ ମତ ଦେଇଥିଲେ ।  

Also Read-Demat Accountଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ୩୧ ଡିସେମ୍ବର ଭିତରେ କରନ୍ତୁ ଏହି କାମ

ଆସନ୍ତା ୨୦୨୫ ଅକ୍ଟୋବର ୧ରୁ ଏହା ଲାଗୁ ହେବ। କାରଖାନାରେ ତିଆରି ହେବା ସମୟରେ ଟ୍ରକ୍‌ର ଏସି କ୍ୟାବିନ (AC Cabin) ପ୍ରସ୍ତୁତ କରାଯିବ। ଏଥିପାଇଁ ୫ ବର୍ଷ ପୂର୍ବରୁ ଯୋଜନା ହୋଇଥିଲା। ବହୁବାର ଉଦ୍ୟମ କରିବା ପରେ ଶେଷରେ ଏହାକୁ ଲାଗୁ କରିବା ନେଇ ତାରିଖ ଘୋଷଣା କରାଯାଇଛି। ଏସି କ୍ୟାବିନର ପରୀକ୍ଷଣ ନିର୍ଦ୍ଧାରିତ ନିୟମ ଅନୁସାରେ କରାଯିବ। ଟ୍ରକ୍‌ରେ ଏସି କ୍ୟାବିନ୍ ନିୟମକୁ ୨୦୨୫ ଜାନୁଆରୀରୁ ଲାଗୁ କରିବା ନେଇ ଚଳିତ ବର୍ଷ ଜାନୁଆରୀରେ ଘୋଷଣା କରାଯାଇଥିଲା ପରେ ଏହାର ତାରିଖକୁ ଘୁଞ୍ଚାଯାଇଥିଲା ।

Read More
{}{}