Hindi News >>Home >>Odisha National-International

AAP MLA Amanatullah Khan: ଅମାନୁତୁଲ୍ଲାହଙ୍କ ସପକ୍ଷରେ ବାହାରିଲା ଦଳ, ରଖିଲା ଏପରି ଦଲିଲ

AAP MLA Amanatullah Khan: ଓଖଲା ବିଧାୟକଙ୍କ ଗିରଫଦାରୀକୁ ନେଇ ଆପ ପକ୍ଷରୁ କୁହାଯାଇଛି କି ତାଙ୍କ ଗିରଫଦାରୀ ବିଜେପିର ଏକ ନୂଆ ଷଡ଼ଯନ୍ତ୍ର। ତାଙ୍କୁ ଏକ ମିଛ ମାମଲାରେ ଫସାଇ ଦିଆଯାଇଛି।

Advertisement
 AAP MLA Amanatullah Khan: ଅମାନୁତୁଲ୍ଲାହଙ୍କ ସପକ୍ଷରେ ବାହାରିଲା ଦଳ, ରଖିଲା ଏପରି ଦଲିଲ
Stop
Zee Odisha Desk|Updated: Sep 17, 2022, 10:10 AM IST

amanatullah khan arrest: ନୂଆଦିଲ୍ଲୀ: ଘନ ଘନ ଜେରା ଓ ଚଢାଉ ପରେ ଗତକାଲି ଶୁକ୍ରବାର ଦିଲ୍ଲୀର ଆଣ୍ଟି କରପସନ ବ୍ୟୁରୋ (ACB) ଓଖଲାର ଆପ ବିଧାୟକ ତଥା ଦିଲ୍ଲୀ ଓ୍ୱାକଫ ବୋର୍ଡର ଚେୟାରମ୍ୟାନ ଅମାନୁତୁଲ୍ଲହା ଖାନଙ୍କୁ ଗିରଫ କରିଥିଲା। ସେପଟେ ବିଧାୟକଙ୍କୁ ବଞ୍ଚାଇବା ପାଇଁ ଆପ ପ୍ରୟାସ ଆରମ୍ଭ କରିଦେଇଛି। ଆପ ପକ୍ଷରୁ କୁହାଯାଇଛି କି ଅମାନୁତୁଲ୍ଲାହ ନିର୍ଦ୍ଦୋଶ। ଏହା ବିଜେପିର ଏକ ହୀନ ପ୍ରୟାସ। ତେବେ ଅମାନୁତୁଲ୍ଲାହଙ୍କ ଗିରଫଦାରୀ ଅପରେସନ ଲୋଟସର ଏକ ଅଂଶ ବୋଲି ଆପ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଧାୟକ ଅମାନୁତୁଲ୍ଲାହଙ୍କ ସପକ୍ଷରେ ଦଲୀଲ ଉପସ୍ଥାପନ ରଖିଛନ୍ତି। ତେବେ ଅମାନୁତୁଲ୍ଲାହଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ପ୍ରତିକ୍ରିୟା ଆସିପାରିନାହିଁ। 

ମନୀଷ ସିସୋଦିଆ ଟ୍ୱିଟ କରି କହିଛନ୍ତି କି ପ୍ରଥମେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା। ପରେ କୋର୍ଟରେ ତାଙ୍କ ବିରୋଧରେ କୌଣସି ପ୍ରକାର ପ୍ରମାଣ ଦେଇପାରିନଥିଲେ। ସେମାନେ ମୋ ଘର ଉପରେ ମଧ୍ୟ ରେଡ୍ କଲେ। ସେଠାରୁ ମଧ୍ୟ କିଛି ମିଳିଲା ନାହିଁ। କୈଳାସ ଗେହଲୋତଙ୍କ ବିରୋଧରେ ମିଛରେ ଯାଞ୍ଚ ଆରମ୍ଭ କରିଥିଲେ। ଆଉ ଏବେ ଅମାନତୁଲ୍ଲାହଙ୍କୁ ଗିରଫ କରିଛନ୍ତି। ଆମ ଆଦମୀ ପାର୍ଟିର ପ୍ରତିଟି ନେତାଙ୍କୁ ଦଳରୁ ଅଲଗା କରିବାକୁ ପ୍ରୟାସ ଜୋରଦାର ଚଳାଇଛି ଆପ। ବର୍ତ୍ତମାନ ବିଜେପିର ଅପରେସନ ଲୋଟସ ଜାରି ରହିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ। 

ଓଖଲା ବିଧାୟକଙ୍କ ଗିରଫଦାରୀକୁ ନେଇ ଆପ ପକ୍ଷରୁ କୁହାଯାଇଛି କି ତାଙ୍କ ଗିରଫଦାରୀ ବିଜେପିର ଏକ ନୂଆ ଷଡ଼ଯନ୍ତ୍ର। ତାଙ୍କୁ ଏକ ମିଛ ମାମଲାରେ ଫସାଇ ଦିଆଯାଇଛି। ଏପରି କରି ଦଳକୁ ବଦନାମ କରିବାକୁ ଉଦ୍ୟମ ଆରମ୍ଭ ହେଉଛି। ଆପ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି ଆପର ବିଧାୟକ ଅମାନୁତୁଲ୍ଲାହ ଖାନଙ୍କୁ ଗୋଟିଏ ମିଛ ଓ ଆଧାରହୀନ ମାମଲାରେ ଫସାଇ ଦିଆଯାଇଛି। ତାଙ୍କ ଘରୁ କିମ୍ବା କାର୍ଯ୍ୟାଳୟରୁ ସେଭଳି କୌଣସି ପ୍ରମାଣ ହସ୍ତଗତ ହୋଇ ନାହିଁ। 

ସୂଚନାଯୋଗ୍ୟ ଦିଲ୍ଲୀ ଏସିବି ଓ୍ୱାକଫ ବୋର୍ଡରେ ନିଯୁକ୍ତିରେ ଦୁର୍ନିତୀ ହୋଇଥିବା ମାମଲାର ତଦନ୍ତ କରୁଛି ଏସିବି। ଦିଲ୍ଲୀର ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଅମାନୁତୁଲ୍ଲାହ ଖାନଙ୍କୁ ଏହି ମାମଲାର ଅଭିଯୁକ୍ତ ଦର୍ଶାଯାଇଛି। ଏସିବି ଅମାନୁତୁଲ୍ଲାହ ଖାନଙ୍କୁ ଶୁକ୍ରବାର ଜେରା କରିଥିବା ବେଳେ ତାଙ୍କର ଏକାଧିକ ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ୨୪ ଲକ୍ଷ ଟଙ୍କା ଓ ବିନା ଲାଇସେନ୍ସ ଥିବା ଏକ ବନ୍ଧୁକ ଜବତ କରାଯାଇଥିଲା। ଏହା ପୂର୍ବରୁ ଏସିବି ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଏକ ପତ୍ର ଲେଖି ଦିଲ୍ଲୀ ଓ୍ୱାକଫ ବୋର୍ଡ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଅନୁରୋଧ କରିଥିଲା। 

ଅଧିକ ପଢନ୍ତୁ: ଆପ ବିଧାୟକ ଅମାନୁତୁଲ୍ଲହା ଗିରଫ

Read More
{}{}