Hindi News >>Home >>Odisha National-International

Accident News: ଅଶୁଭ ସୋମବାର: ପୃଥକ ପୃଥକ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ

ନୂଆଦିଲ୍ଲୀ: ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ତାମିଲନାଡ଼ୁ ଓ ରାଜସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ତେବେ ରାଜସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରାଜସ୍ଥାନର କୋଟାରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଦୁ

Advertisement
Accident News: ଅଶୁଭ ସୋମବାର: ପୃଥକ ପୃଥକ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ
Stop
Zee Odisha Desk|Updated: Jul 31, 2023, 11:29 AM IST

Accident News: ନୂଆଦିଲ୍ଲୀ: ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ତାମିଲନାଡ଼ୁ ଓ ରାଜସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ତେବେ ରାଜସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରାଜସ୍ଥାନର କୋଟାରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଦୁଇଟି ଦୁଇଟି ଗାଡ଼ି ସହିତ ଧକ୍କା ହୋଇଥିବା ବେଳେ ତାମିଲନାଡ଼ୁରେ କାର ସହିତ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। 

ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳେ କାର ଏବଂ କଣ୍ଟେନର ଲୋରୀ ତିରୁମାଙ୍ଗାଲମ ନିକଟ ଜାତୀୟ ରାଜପଥରେ ଯାତ୍ରା କରୁଥିବାବେଳେ ହଠାତ୍ କଣ୍ଟେନର ସହିତ ଧକ୍କା ହୋଇଥିଲା। ଧକ୍କାରେ ଉଭୟ ଟ୍ରକ ଏବଂ କାର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। କାର ଆରୋହୀ ଏବଂ କଣ୍ଟେନର ଟ୍ରକ ଡ୍ରାଇଭରଙ୍କ ସମେତ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ। 

ସୂଚନାନୁସାରେ କାରରେ ବସିଥିବା ଯୁବକମାନେ ଜୋଗାନିଆ ଦେବୀଙ୍କ ଦର୍ଶନ କରି ଫେରୁଥିଲେ। ଅନିୟନ୍ତ୍ରିତ କାରଟି ସରକାରୀ ବସ ସହିତ ମୁହାଁମୁହିଁ ଧକ୍କା ହେବା ପରେ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ଟ୍ରକକୁ ପିଟିଥିଲା। ଧକ୍କା ହେବା ପରେ କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଥିଲା। ଏହି ଦୁର୍ଘଟଣା ପରେ ଭିଲଓ୍ୱାଡ଼ା ଓ କୋଟା ରାଜପଥ ଜାମ ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ ମୋଟ ୩ ଜଣଙ୍କ ଜୀବନହାନୀ ଘଟିଥିଲା। 

ସେହିପରି ତାମିଲନାଡ଼ୁର ଥିରୁମଙ୍ଗଳମ ନିକଟରେ ଦୁର୍ଘଟଣା ଘଟିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସକାଳେ କାର ଏବଂ କଣ୍ଟେନର ତିରୁମାଙ୍ଗାଲମ ନିକଟ ଜାତୀୟ ରାଜପଥରେ ଯାତ୍ରା କରୁଥିବାବେଳେ ହଠାତ୍ କଣ୍ଟେନର ସହିତ ଧକ୍କା ହୋଇଥିଲା। ଧକ୍କାରେ ଉଭୟ ଟ୍ରକ ଏବଂ କାର କ୍ଷତିଗ୍ରସ୍ତ ହୋଇଥିଲା। କାର ଆରୋହୀ ଏବଂ କଣ୍ଟେନର ଟ୍ରକ ଡ୍ରାଇଭରଙ୍କ ସମେତ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅଧିକ ତଦନ୍ତ ଚାଲିଛି।

ମଦୁରାଇ ଜିଲ୍ଲାର ଅନ୍ୟ ଏକ ଘଟଣାରେ ରବିବାର ଦିନ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଧକ୍କା ଦେବା ପରେ ଜଣେ ଟୋଲ ପ୍ଲାଜା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ମଦୁରାଇର ମସ୍ତାନପାଟୀ ଟୋଲ ପ୍ଲାଜାରେ ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସତୀଶ କୁମାର ମଦୁରାଇ ଜିଲ୍ଲାର ସାହିମଙ୍ଗଲାମର ବାସିନ୍ଦା ଥିଲେ।

Also Read: Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Also Read: Asian Champions Trophy Hockey 2023: ପାକିସ୍ତାନ ଟିମକୁ ହଟାତ ମିଳିଗଲା NOC, ମଙ୍ଗଳବାର ଭାରତରେ ପହଞ୍ଚି ଖେଳିବ ପୂରା ଟୁର୍ଣ୍ଣାମେଣ୍ଟ

Read More
{}{}