Hindi News >>Home >>Odisha National-International

5G in India: ଦେଶରେ କେବେ ଉପଲବ୍ଧ ହେବ 5G? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

5G in India: ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ଲାଲ ବାହାଦୂର ଶାସ୍ତ୍ରୀ ଜୟ ଯବାନ, ଜୟ କିସାନ ଏବଂ ଅଟଳ ବିହାରୀ ବାଜପେୟୀ ଏଥିରେ ଜୟ ବିଜ୍ଞାନ ସ୍ଲୋଗାନ ଦେଇଥିଲେ। ବର୍ତ୍ତମାନ ମୁଁ ଏଥିରେ ଜୟ ଅନୁସନ୍ଧାନ ଯୋଗ କରୁଛି।

Advertisement
5G in India: ଦେଶରେ କେବେ ଉପଲବ୍ଧ ହେବ 5G? ଜବାବ ରଖିଲେ ପ୍ରଧାନମନ୍ତ୍ରୀ
Stop
Subhramjit Ray|Updated: Aug 15, 2022, 04:32 PM IST

5G in India: ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ଭାବେ ଭାରତ ଏହାର ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ କ୍ରମାଗତ ୯ ଥର ଲାଗି ତ୍ରିରଙ୍ଗା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦେଶଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଖୁବ  ଶୀଘ୍ର ଦେଶରେ 5G ଉପଲବ୍ଧ ହେବ। 

'ମେଡ୍-ଇନ୍-ଇଣ୍ଡିଆ' ଜ୍ଞାନକୌଶଳକୁ (Made in India Technology) ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦି (PM Modi) କହିଛନ୍ତି ଯେ ଦେଶରେ ଜ୍ଞାନକୌଶଳର ସମୟ ଆସିଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଭାରତ ମଧ୍ୟରେ ଡିଜିଟାଲ ବିଭେଦକୁ ଦୂର କରିବାକୁ ଭାରତ ସରକାର ଧ୍ୟାନ ଦେଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ 5G, ଅପ୍ଟିକାଲ ଫାଇବର କେବୁଲ (Optical Fiber Cable) ଏବଂ ସେମିକଣ୍ଡକ୍ଟର (Semiconductor) ଉତ୍ପାଦନ ସହିତ ତୃଣମୂଳ ସ୍ତରରେ ଡିଜିଟାଲ ଇଣ୍ଡିଆ (Digital India) ମାଧ୍ୟମରେ ଏକ ବିପ୍ଳବ ଆସୁଛି।

ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି ଯେ 5G ନେଟୱାର୍କ ଏବଂ ଅପ୍ଟିକାଲ ଫାଇବର କେବୁଲ ତିନୋଟି ବିଭାଗରେ ଭାରତକୁ ସକରାତ୍ମକ ଭାବରେ ପ୍ରଭାବିତ କରିବ। ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ଦେଶରେ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଏବଂ ଷ୍ଟାର୍ଟଅପ୍ (Startup) ବଢୁଥିବାରୁ ଭାରତରେ ଅନେକ ପ୍ରତିଭା ଟାୟାର-୨ ଏବଂ ଟାୟାର-୩ ସହରରୁ ଆସୁଛନ୍ତି। ସମସ୍ତ ଟେଲିକମ୍ କମ୍ପାନୀ 5G ନେଟୱାର୍କ ଲଞ୍ଚ କରିବା ପାଇଁ ଆବଶ୍ୟକ ଜ୍ଞାନକୌଶଳ ଏବଂ ସ୍ପେକ୍ଟ୍ରମ (Telecom Technology and Spectrum) ପାଇପାରିବେ। ମାତ୍ର ଏହା ଉପଲବ୍ଧ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ।

Also Read: 5G Mobile Network: ଦେଶବାସୀଙ୍କୁ କେବେ ମିଳିବ ସେବା? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ଲାଲ ବାହାଦୂର ଶାସ୍ତ୍ରୀ ଜୟ ଯବାନ, ଜୟ କିସାନ ଏବଂ ଅଟଳ ବିହାରୀ ବାଜପେୟୀ ଏଥିରେ ଜୟ ବିଜ୍ଞାନ ସ୍ଲୋଗାନ ଦେଇଥିଲେ। ବର୍ତ୍ତମାନ ମୁଁ ଏଥିରେ ଜୟ ଅନୁସନ୍ଧାନ ଯୋଗ କରୁଛି।

 

 

 

 

Read More
{}{}