Hindi News >>Home >>Odisha National-International

Road Accident: ବସ୍ ଦୁର୍ଘଟଣାରେ ୪ ମୃତ, ଏକାଧିକ ଆହତ

Road Accident:  ଚାହୁଁଚାହୁଁ ଓଲଟପାଲଟ ହୋଇଗଲା ସବୁ କିଛି। ନିମିଷକ ମଧ୍ୟରେ ଲିଭିଗଲା ଜୀବନ ଦୀପ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 20, 2023, 07:36 AM IST

Road Accident: ରାସ୍ତାରେ ଛକି ବସିଥିଲା ଯମ। ଅକାଳରେ ନେଇଗଲା ନିରୀହ ଜୀବନ । ଚାହୁଁଚାହୁଁ ଓଲଟପାଲଟ ହୋଇଗଲା ସବୁ କିଛି। ନିମିଷକ ମଧ୍ୟରେ ଲିଭିଗଲା ଜୀବନ ଦୀପ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି (4 killed and 7 injured in road accident at Bihar) । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା (road accident at Bihar ) ଘଟିଲା ସେନେଇ ଛାନଭିନ୍ ଚଳାଇଛି । ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି (Bihar’s Purnea district )। 

Also Read: Horoscope Today Aug 20 2023: ଏହି ରାଶି ରୁହନ୍ତୁ ସାବଧାନ୍! ଧନହାନୀ ସହ ପ୍ରାଣପୀଡାର ରହିଛି ଦୁର୍ଯୋଗ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read: Mangal Gochar 2023: ମଙ୍ଗଳ ଚଳନ ଯୋଗୁଁ ଏହି ୩ ରାଶିଙ୍କ ପାଇଁ ବଢିବ ସମସ୍ୟା! ଜାଣନ୍ତୁ କିପରି କରିବେ ପ୍ରତିକାର

ସୂଚନା ଅନୁସାରେ,  ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି (4 killed and 7 injured in road accident at Bihar) । ଶନିବାର ଅପରାହ୍ନ ସମୟରେ , ଏକ ଯାତ୍ରୀବାହୀ ବସ୍ ପ୍ରାୟ ୫୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ପୁର୍ଣ୍ଣିଆ ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା ବସ୍ । ଫଳରେ ଅଟୋରେ ଥିବା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ,ସାତ ଜଣ ଆହତ ହୋଇଥିଲେ । ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।  ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା । ଏବଂ ମୃତଦେହ ଗୁଡିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ, ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପୁର୍ଣ୍ଣିଆ ମେଡିକାଲ କେଲେଜ (Purnea Medical College and Hospital)ର ଆୟସିୟୁରେ ଭର୍ତ୍ତି କରାଯାଇଛି। ତେବେ, ସମସ୍ତ ମୃତକ ଧାମଡାହା ଥାନା ଅଞ୍ଚଳର ବିଷ୍ଣପୁର ଗାଁର ବୋଲି ଜଣାପଡିଛି (Bishanpur village under Dhamdaha police station)।

ସେହିପରି ଅଗଷ୍ଟ ୧୯ (ଶନିବାର) ଲଦାଖ ଠାରେ ଭାରତୀୟ ସେନାର ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖାଲରେ ଏକ ସେନା ଟ୍ରକ ଖସିପଡ଼ିବାରୁ ୯ ଜଣ ଯବାନ ଶହୀଦ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ଲଦାଖ ରାଜଧାନୀ ଲେହସ୍ଥିତ କେରି ଗ୍ରାମ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଭାରତୀୟ ସେନା ଟ୍ରକ। ଏହି ଘଟଣାରେ ୯ ଜଣ ସୈନିକଙ୍କ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଥିବା କୁହାଯାଉଛି। ଏନେଇ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ କେରି (Kerry Village Ladakh) ଠାରୁ ୭ କିଲୋମିଟର ଦୂରରେ ହୋଇଥିବା ଏକ ଦୁର୍ଘଟଣାରେ ଭାରତୀୟ ସେନାର ୯ ଜଣ ସୈନିକ (Indian Army Soldier) ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଅନ୍ୟ କେତେକ ଆହତ ହୋଇଥିବାର ଖବର ମିଳିଛି। ଭାରତୀୟ ସୈନିକ କାରୁ ଗ୍ୟାରିସନ୍ (Karu Garrison Ladakh) ଠାରୁ ଲେହ (Leh District Ladakh) ନିକଟସ୍ଥ କେରି ଅଭିମୁଖେ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ଅନେକ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଜାରି ରହିଛି।

 

Read More
{}{}