Hindi News >>Home >>Odisha National-International

Road Accident: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ବରଯାତ୍ରୀ ବସ୍‌, ୩ ମୃତ, ଏକାଧିକ ଆହତ

Road Accident: ବରଯାତ୍ରୀରେ ଯିବା ସମୟରେ ଘଟିଲା ଅଘଟଣ। ବରଯାତ୍ରୀ ବସ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଘଟିଗଲା ବଡ଼ ଅଘଟଣ।  ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisement
Road Accident: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ବରଯାତ୍ରୀ ବସ୍‌, ୩ ମୃତ, ଏକାଧିକ ଆହତ
Stop
Narmada Behera|Updated: Jul 15, 2024, 02:59 PM IST

Road Accident: ବରଯାତ୍ରୀରେ ଯିବା ସମୟରେ ଘଟିଲା ଅଘଟଣ। ବରଯାତ୍ରୀ ବସ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଘଟିଗଲା ବଡ଼ ଅଘଟଣ।  ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଝାଡଖଣ୍ତର ର ରାଜଧାନୀ ରାଞ୍ଚି ଅଞ୍ଚଳରେ ଘଟିଛି ଏହି ଅଘଟଣ। 

ALSO READ: Career Horoscope Today: କର୍ମକ୍ଷେତ୍ରରେ କର୍କଟ-କନ୍ୟା ସହ ସତର୍କ ରୁହନ୍ତୁ ଏହି ୫ ରାଶିର ଲୋକେ, ସହକର୍ମୀଙ୍କ ସହ ଦେଖାଦେଇପାରେ ବିବାଦ!

ସୂଚନା ଅନୁସାରେ, ଝାଡଖଣ୍ତର ସରାୟକେଲା  ଜିଲ୍ଲା କୁଚୟା ଥାନା ଅଞ୍ଚଳରୁ ତମଡା ଥାନା ଅଞ୍ଚଳର ଚୋଗାଟୁଗୁ ଗାଁକୁ ଯାଉଥିଲା ଏକ ବରଯାତ୍ରୀ ବସ୍ ଉପରେ ବସି କିଛି ବରଯାତ୍ରୀ ଯାଉଥିଲେ। ବରଯାତ୍ରୀ ବସଟି ଗାଁ ନିକଟରେ ପହଞ୍ଚିବା ବେଳକୁ ଝୁଲିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ପୂରା ବସଟିରେ ବିଦ୍ୟୁତ୍ ପ୍ରବାହିତ ହୋଇଥିଲା। ବସ୍ ଛାତରେ ବସିଥିବା ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ନବାଳକ ମଧ୍ୟ ରହିଛି। ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ୫୫ କ୍ଷମତା ବିଶିଷ୍ଟ ବସରେ ପ୍ରାୟ ୯୦ ବରଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ବରଯାତ୍ରୀ ବସ୍ ଉପରେ ବସିଥିଲେ। ପୋଲିସ୍ ଏହି ଘଟଣାର ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। 

Read More
{}{}