Hindi News >>Home >>Odisha National-International

Parliament Winter Session 2023: ଆଜିଠାରୁ ଶୀତକାଳୀନ ଅଧିବେଶନ, ମୋଦୀ ବଖାଣିବେ ସଫଳତାର କାହାଣୀ

Parliament Winter Session 2023: ଭୁବନେଶ୍ୱର: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି (2023 Winter Session of Parliament to start on December 4)। ଏହା ୧୭ତମ ଲୋକସଭାର (Lok sabha) ଶେଷ ଅଧିବେଶନ ହେବ। ଏହି ଅଧିବେଶନ ଉଭୟ ଶାସକ ଓ ବରୋଧୀ ଦଳଙ୍କ ପାଇଁ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିବାର ଶେଷ ସୁଯୋଗ। ଏଣୁ ପ୍ରଥମ ଦିନରୁ ହିଁ ଲୋକସଭା ସରଗରମ ରହିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି। 

Advertisement
Parliament Winter Session 2023: ଆଜିଠାରୁ ଶୀତକାଳୀନ ଅଧିବେଶନ, ମୋଦୀ ବଖାଣିବେ ସଫଳତାର କାହାଣୀ
Stop
Zee Odisha Desk|Updated: Dec 04, 2023, 06:37 AM IST

Parliament Winter Session 2023: ଭୁବନେଶ୍ୱର: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି (2023 Winter Session of Parliament to start on December 4)। ଏହା ୧୭ତମ ଲୋକସଭାର (Lok sabha) ଶେଷ ଅଧିବେଶନ ହେବ। ଏହି ଅଧିବେଶନ ଉଭୟ ଶାସକ ଓ ବରୋଧୀ ଦଳଙ୍କ ପାଇଁ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିବାର ଶେଷ ସୁଯୋଗ। ଏଣୁ ପ୍ରଥମ ଦିନରୁ ହିଁ ଲୋକସଭା ସରଗରମ ରହିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି। 

ସୂଚନା ଅନୁସାରେ ପ୍ରଥମ ଦିନରେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ  ସଦାଚାର କମିଟି ରିପୋର୍ଟ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ପୂର୍ବ ନିର୍ଘଣ୍ଟ ଅନୁସାରେ ଏହି ଅଧିବେଶନ ୨୨ ତାରିଖ ଯାଏ ଚାଲିବ। ଏହି ୧୯ ଦିନ ମଧ୍ୟରେ ୧୫ ଦିନ କାର୍ଯ୍ୟଦିବସ ଭାବେ ସ୍ଥିର କରାଯାଇଛି। ସରକାରଙ୍କ ପକ୍ଷରୁ ୧୯ଟି ବିଲ୍‍ ଉପସ୍ଥାପନ କରିବାକୁ  ସ୍ଥିର କରାଯାଇଛି।  ସେଥିରେ ଦୁଇଟି ଅର୍ଥନୀତିକ ବିଲ୍‍ ରହିଛି।  ଏହାସହ ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନର ସଂଶୋଧନ ପ୍ରସ୍ତାବ ବି ସାମିଲ ରହିଛି। ଗୃହ ବିଭାଗର ତିନୋଟି ବିଲ୍‍ ସହ ୨୧ଟି ଆଇଟମ୍‍ ସରକାରୀ କାର୍ଯ୍ୟକ୍ରମ ଭାବେ ସ୍ଥିର କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। 

ପ୍ରଥମ ଦିନରେ ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କ ବିରୁଦ୍ଧରେ ଆସିଥିବା ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ସଦାଚାର କମିଟି ରିପୋର୍ଟ ଉପସ୍ଥାପନ ପାଇଁ ବାଚସ୍ପତି ଆଦେଶ ଦେଇପାରନ୍ତି। ଏହି ରିପୋର୍ଟରେ ସଦାଚର କମିଟି ମହୂଆଙ୍କୁ ସାଂସଦ ପଦବରୁ ବହିଷ୍କାର କରିବାକୁ ସୁପାରିସ କରିଛି। କମିଟି ରିପୋର୍ଟ ଦେବାପୂର୍ବରୁ ଏ ବିଷୟରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଛି। ଏଥିରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ। ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧରୀ ଏ ନେଇ ଆପତ୍ତି ଉଠାଇଛନ୍ତି। ବାଚସ୍ପତିଙ୍କୁ ଏକ ଚିଠି ଲେଖି ସେ କହିଛନ୍ତି ଯେ, ବହିଷ୍କାର ଏକ ଚରମ ନିଷ୍ପତ୍ତି। ସାଧାରଣତଃ ସଂସଦୀୟ ପରମ୍ପରାରେ ଏପରି ବିଶୃଙ୍ଖଳା ଲାଗି ଏମିତି ନିଷ୍ପତ୍ତି କେବେ ନିଆଯାଇ ନାହିଁ। 

ଅତିବେଶୀରେ ସାଂସଦଙ୍କୁ ସମ୍ପୃକ୍ତ ଅଧିବେଶନରୁ ବାହାରେ ରଖାଯାଉଥିଲା ବା ନିଲମ୍ବନ କରାଯାଉ ଥିଲା।  ଅପରପକ୍ଷେ ୪ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ଏବଂ ଏଥିରେ ବିଜେପିର ୩ ରାଜ୍ୟ ଦଖଲ ବିରୋଧୀ ଦଳର ମନୋବଳକୁ କମାଇପାରେ। ଶାସକ ଦଳ ଏହାର ଫାଇଦା ନେଇ ମୋଦୀ ସରକାରଙ୍କ ସଫଳତାକୁ ବଖାଣିବା ଲାଗି ଏଥିରେ ବିପୁଳ ସୁଯୋଗ ପାଇବେ। ବିଭିନ୍ନ ଯୋଜନା ବାବଦରେ ସରକାରଙ୍କ ମନ୍ତ୍ରୀ ଓ ସାଂସଦମାନେ ନିଜ ନିଜର ମତ ରଖିପାରନ୍ତି। ବିଗତ ପାଞ୍ଚ ବର୍ଷ ଭିତରେ ଭାରତର ବିକାଶ କିପରି ସମ୍ଭବ ହୋଇଛି ତାହାର ବିବରଣୀ ରଖିବା କାର୍ଯ୍ୟକ୍ରମ ମଧ୍ୟ ଏହି ଅଧିବେଶନରେ ରହିଛି।  ସେହିପରି ବିରୋଧୀ ଦଳମାନେ ମଧ୍ୟ ସରକାରଙ୍କ ବିଫଳତାକୁ ନେଇ ଏହି ଅଧିବେଶନରେ ସରକାରଙ୍କୁ କଡ଼ାସମାଲୋଚନା କରିବେ। ଦରଦାମ ବୃଦ୍ଧି, ମଣିପୁର ହିଂସା, ଇଡି, ସିବିଆଇ ଦ୍ୱାରା କ୍ଷମତାର ଦୁରୂପଯୋଗ ଆଦି ପ୍ରମୁଖ ବିଷୟ ହେବାରସମ୍ଭାବନା ରହିଛି।

 

Read More
{}{}