Hindi News >>Home >>Odisha National-International

Plane Crash: ଉଡାଣ ବେଳେ ଜଳିଗଲା ବିମାନ, ୧୯ ମୃତ


ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି।   ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ।...

Advertisement
Plane Crash: ଉଡାଣ ବେଳେ ଜଳିଗଲା ବିମାନ, ୧୯ ମୃତ
Stop
Narmada Behera|Updated: Jul 24, 2024, 12:38 PM IST

Plane Crash: ଭୟଙ୍କର... ଛାତିଥରା ଅଘଟଣ।  ଉଡାଣ ବେଳେ ଜଳିଗଲା ବିମାନ। ନେପାଳର ରାଜଧାନୀ କାଠମାଣ୍ତୁରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳ ୧୧ଟାରେ ଏହି ଘଟଣା ଘଟିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି । ତ୍ରି-ଭୂବନ ଅନ୍ତର୍ଜାତୀୟ (ଇଣ୍ଟରନେସନାଲ) ଏୟାରପୋର୍ଟରେ ଉଡାଣ ଭରିବା ସମୟରେ ଏହି ବିମାନ ଦୁର୍ଘଟଣାରେ  ନିଆଁ ଲାଗିଯାଇଥିଲା।

 

ALSO READ: Shani Chandra Grahan 2024: ଏହିସବୁ ରାଶିଙ୍କ ପାଇଁ ଦୁଃଖ କଷ୍ଟ ଆଣିବ ଶନି ଚନ୍ଦ୍ର ଗ୍ରହଣ, ରହିବାକୁ ହେବ ସତର୍କ!

ସୂଚନା ଅନୁସାରେ,  ବିମାନଟି କାଠମାଣ୍ଡୁରୁ ପୋଖରା ପାଇଁ ଉଡାଣ ଭରୁଥିଲା । ଆଜି ସୂର୍ଯ୍ୟ ଏୟାରଲାଇନ୍ସର ଏହି ବିମାନରେ ୧୯ଜଣ ଲୋକେ ଯାତ୍ରା କରୁଥିଲେ । ତ୍ରିଭୂବନ ଇଣ୍ଟରନେସନାଲ ଏୟାରପୋର୍ଟରେ ଉଡାଣ ଭରିବା ସମୟରେ ଏହି ବିମାନ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ଯବାନ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।  

Read More
{}{}