Hindi News >>Home >>Odisha National-International

Bus caught fire: କଣ୍ଟେନର ସହ ଧକ୍କା ହୋଇ ଜଳିଗଲା ବସ, ୧୨ ଯାତ୍ରୀ ଜୀବନ୍ତ ଦଗ୍ଧ ଓ ୩୦ରୁ ଊର୍ଦ୍ଧ୍ୱ ଆହତ


Bus caught fire, ମହାରାଷ୍ଟ୍ରର ନାସିକରେ ଏକ ଅଭାବନୀୟ ଘଟଣା ଘଟିଛି। ବସରେ ନିଆଁ ଲାଗି ୧୨ ଜଣଙ୍କ ମୃତ୍ୟୁ ହୋଇଛି।

Advertisement
Bus caught fire: କଣ୍ଟେନର ସହ ଧକ୍କା ହୋଇ ଜଳିଗଲା ବସ, ୧୨ ଯାତ୍ରୀ ଜୀବନ୍ତ ଦଗ୍ଧ ଓ ୩୦ରୁ ଊର୍ଦ୍ଧ୍ୱ ଆହତ
Stop
Zee Odisha Desk|Updated: Oct 08, 2022, 10:02 AM IST

Bus caught fire, ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳେ ଏକ ବସ୍ ନିଆଁ ଲାଗିବା ପରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କୁ ଊଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ପ୍ରାୟ ୫ଟା ସମୟରେ ବସ ଏକ କଣ୍ଟେନରକୁ ଧକ୍କା ଦେବା ପରେ ଜଳିଯାଇଥିଲା। ନାସିକ-ଔରଙ୍ଗାବାଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ଡେପୁଟି କମିଶନର ଅମୋଲ ତାମ୍ବେ କହିଛନ୍ତି ଯେ, ନାସିକ-ଔରଙ୍ଗାବାଦ ରାସ୍ତାରେ ନନ୍ଦୁରନାକା ନାମକ ଏକ ସ୍ଥାନରେ ବସ ଦୁର୍ଘଟଣା ଘଟିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ନାସିକ ପୋଲିସର କହିବାନୁସାରେ, ଶୁକ୍ରବାର ରାତିରେ ବସରେ ଅଗ୍ନିକାଣ୍ଡ ଘଟିଥିଲା। ମୃତଦେହ ଏବଂ ଆହତ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଅଛି। 

କୁହାଯାଉଛି ଯେ, ଦୁର୍ଘଟଣାଗ୍ରସ୍ତ ବସଟି ଧୁଲେରୁ ମୁମ୍ବାଇ ଯାଉଥିଲା। ନନ୍ଦୁରନାକା ନିକଟରେ ବସ୍ ଓ ଏକ କଣ୍ଟେନର ଧକ୍କା ହୋଇଥିଲା। ପରେ ବସ ଜଳି ଯାଇଥିଲା। ଘଟଣାସ୍ଥଳରେ ବସର ଆଠରୁ ଦଶ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଏହି ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଦୁର୍ଘଟଣାରେ ଆହତମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଣ୍ଟେନର ସହ ଧକ୍କା ହେବା ପରେ ବସ ଆଉ ଏକ ଚାରି ଚକିଆ ଯାନ ସହ ପିଟି ହୋଇଥିବା ସୂଚନା ମିଳିଛି। 

ସେପଟେ ବସ ଦୁର୍ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୋକବ୍ୟକ୍ତ କରିବା ସହ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାର ବର୍ଗଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ସେ ଘୋଷଣା କରିଛନ୍ତି। ଆହତଙ୍କ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ କହିଛନ୍ତି।

Read More
{}{}