Hindi News >>Home >>Zee Odisha

Budget News:ବଜେଟରେ ଜନସଂଖ୍ୟା ବୃଦ୍ଧିକୁ ନେଇ କମିଟି ଘୋଷଣା, ଜାଣନ୍ତୁ ଚକିତ କଲା ଭଳି ଏହି ଘୋଷଣା କ’ଣ

ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜନସଂଖ୍ୟା ପରିବର୍ତ୍ତନକୁ ଆକଳନ କରିବାକୁ ଏକ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ଏହି କମିଟିର ଉଚ୍ଚ କ୍ଷମତା ରହିବ । ଜନସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟ ପରିସ୍ଥିତିର ମୁକାବିଲା ପାଇଁ କମିଟି  ସରକାରଙ୍କୁ ସୁପାରିଶ କରିବ। ଗୁରୁବାର ଦିନ ଲୋକସଭାରେ ଅନ୍ତରୀଣ  ବଜେଟ ଉପସ୍ଥାପନ କରିବା ବେଳେ

Advertisement
SOCIAL MEDIA
Stop
Zee Odisha Desk|Updated: Feb 01, 2024, 05:32 PM IST

Budget News:

ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜନସଂଖ୍ୟା ପରିବର୍ତ୍ତନକୁ ଆକଳନ କରିବାକୁ ଏକ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ଏହି କମିଟିର ଉଚ୍ଚ କ୍ଷମତା ରହିବ । ଜନସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟ ପରିସ୍ଥିତିର ମୁକାବିଲା ପାଇଁ କମିଟି  ସରକାରଙ୍କୁ ସୁପାରିଶ କରିବ। ଗୁରୁବାର ଦିନ ଲୋକସଭାରେ ଅନ୍ତରୀଣ  ବଜେଟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ପରିବର୍ତ୍ତନରୁ ଆସିବାକୁ ଥିବା ଆହ୍ୱାନର ମୁକାବିଲା ପାଇଁ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିବେ। ସାମାଜିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରସ୍ତାବ ଦେଉଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ସମସ୍ୟାର ମୁକାବିଲା ପାଇଁ ଏହି କମିଟି ନିଜର ସୁପାରିଶ କରିବ।

ସୂଚନାଯୋଗ୍ୟ ଯେ ଦେଶର ଜନସଂଖ୍ୟା ବର୍ତ୍ତମାନ ୧୪୦ କୋଟିରୁ ଅଧିକ। ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ପ୍ରଥମସ୍ଥାନରେ ରହିଛି । ଗତ ବର୍ଷ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନ୍‌କୁ ପଛରେ ପକାଇ ଦେଇଛି। ଭବିଷ୍ୟତରେ ଭାରତ ପାଇଁ ଜନସଂଖ୍ୟା ବୃଦ୍ଧି ଏକ କଷ୍ଟସାଧ୍ୟ ସମସ୍ୟା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସରକାର ଏକ କମିଟି ଗଠନ କରିଛନ୍ତି।

ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ ଜନସଂଖ୍ୟାରେ ଧର୍ମୀୟ ପରିବର୍ତ୍ତନ ବାବଦରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହାର ଅର୍ଥ ଜନସଂଖ୍ୟା ଅସନ୍ତୁଳନ । ବିଶ୍ୱାସ କରାଯାଏ ଯେ ଏହା ମାଧ୍ୟମରେ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ପ୍ରତି ଧ୍ୟାନ ଦେଇଛନ୍ତି  । ସାମ୍ପ୍ରତିକ ସମୟରେ, ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ରୋକିବା ପ୍ରସଙ୍ଗ ଜୋରରେ ଉଠିଛି। ଶାସକ ଦଳ ସହିତ ବିରୋଧୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।

Read More
{}{}