Hindi News >>Home >>Zee Odisha

11 MP suspended: ପ୍ରଶ୍ନ ପାଇଁ ଟଙ୍କା ନେଇ ଆଗରୁ ୧୧ ସଂସଦ ସଦସ୍ୟ ହରାଇଛନ୍ତି ପଦ

  କ୍ୟାସ୍ ଫର କ୍ୟୁରି( ଟଙ୍କା ବଦଳରେ ପ୍ରଶ୍ନ)  ମାମଲାରେ ଛନ୍ଦି ହୋଇ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରଙ୍କୁ ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିଛି । ମହୁଆଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ହିରାନନ୍ଦାନୀ ଗ୍ରୁପକୁ ସୁହାଇବା ଭଳି ପ୍ରଶ୍ନ ଲୋକସଭାରେ ପଚାରୁଥିଲେ । ଏଥିପାଇଁ ମହୁଆ ହିରାନନ୍ଦାନୀ ଗ୍ରୁପର ମାଲିକ ଦର୍ଶନ ହି

Advertisement
SOCIAL MEDIA
Stop
Zee Odisha Desk|Updated: Dec 08, 2023, 07:27 PM IST

11 MP suspended: 

କ୍ୟାସ୍ ଫର କ୍ୟୁରି( ଟଙ୍କା ବଦଳରେ ପ୍ରଶ୍ନ)  ମାମଲାରେ ଛନ୍ଦି ହୋଇ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରଙ୍କୁ ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିଛି । ମହୁଆଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ହିରାନନ୍ଦାନୀ ଗ୍ରୁପକୁ ସୁହାଇବା ଭଳି ପ୍ରଶ୍ନ ଲୋକସଭାରେ ପଚାରୁଥିଲେ । ଏଥିପାଇଁ ମହୁଆ ହିରାନନ୍ଦାନୀ ଗ୍ରୁପର ମାଲିକ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଟଙ୍କା ନେଉଥିଲେ ବୋଲି ଅଭିଯୋଗ ଥିଲା । ମାମଲାର ତଦନ୍ତ ଲୋକସଭାର ଏଥିକ୍ସ କମିଟି କରୁଥିଲା । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ଶୁକ୍ରବାର ଦିନ ମହୁଆଙ୍କୁ ସଂସଦ ପଦରୁ ବହିଷ୍କାର କରାଯାଇଛି । ପୁରା ମାମଲାକୁ ନେଇ ଲୋକସଭାରେ ବିପକ୍ଷ ହଙ୍ଗାମା କରିଥିଲା । ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ । ତେବେ ବିରୋଧୀ ଦଳ ଏଭଳି ମାମଲାରେ ଯେମିତି ବିରୋଧ କରିବା କଥା ସେମିତି କରିନଥିଲେ । ଏହା ପଛରେ ଅଛି ୨୦୦୫ର ଗୋଟିଏ ମାମଲା  । ୨୦୦୫ରେ ମଧ୍ଯ ସମାନ ଘଟଣା ଘଟିଥିଲା ।

୨୦୦୫ରେ କ’ଣ ହୋଇଥିଲା ?

୨୦୦୫ରେ ଲୋକସଭାର ୧୦ ଜଣ ସଦସ୍ୟ ଓ ରାଜ୍ୟସଭାର ଜଣେ ସଦସ୍ୟଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ଏହି ସଦସ୍ୟମାନଙ୍କ ବିରୋଧରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ଥିଲା । ଏହି ୧୧ ଜଣଙ୍କ ମଧ୍ୟରେ ପ୍ରାୟ ସବୁ ବଡ଼ ଦଳର ସାଂସଦ ଥିଲେ । ଛତ୍ରପାଲ ସିଂ ଲୋଡା (ବିଜେପି), ଆନ୍ନା ସାହେବ ଏମ.କେ ପାଟିଲ (ବିଜେପି), ମନୋଜ କୁମାର (ଆରଜେଡି), ଚନ୍ଦ୍ର ପ୍ରତାପ ସିଂ (ବିଜେପି), ରାମ ସେବକ ସିଂ (କଂଗ୍ରେସ), ନରେନ୍ଦ୍ର କୁମାର କୁଶବାହ(ବିଏସପି), ପ୍ରଦୀପ ଗାନ୍ଧୀ (ବିଜେପି) ସୁରେଶ ଚାନ୍ଦେଲ (ବିଜେପି), ଲାଲ ଚନ୍ଦ୍ର କୌଲ (ବିଏସପି), ୱାଇଜି ମହାଜନ (ବିଜେପି) ଏବଂ ରାଜ ରାମପାଲ (ବିଏସପି)ଙ୍କ ବିରୋଧରେ ପ୍ରଶ୍ନ ବଦଳରେ ଲାଞ୍ଚ ନେଇଥିବା ଅଭିଯୋଗ ଆସିଥିଲା । ଯେଉଁଥିପାଇଁ ସେମାନଙ୍କୁ ନିଜ ସଦସ୍ୟତା ହରାଇବାକୁ ପଡ଼ିଥିଲା ।

ଷ୍ଟିଙ୍ଗ୍ ଅପରେସନରୁ ପଦାକୁ ଆସିଥିଲା ସତ

ଏହି ୧୧ ସାଂସଦଙ୍କ ସତ ଗୋଟିଏ ଷ୍ଟିଙ୍ଗ୍ ଅପରେସନରୁ ପଦାକୁ ଆସିଥିଲା । ଦୁଇଜଣ ସାମ୍ବାଦିକଙ୍କ ସଂପୃକ୍ତ ସାଂସଦଙ୍କୁ ଭେଟି ଟଙ୍କା ନେଇ ପ୍ରଶ୍ନ ପଚାରିବାକୁ କହିଥିଲେ । ଯାହାକୁ ସାଂସଦ ମାନେ ଗ୍ରହଣ କରିଥିଲେ ।  ଏକ ନ୍ୟୁଜ୍ ଚ୍ୟାନେଲରେ ଷ୍ଟିଙ୍ଗ୍ ଅପରେସନ୍ ପ୍ରସାରିତ ହେବା ପରେ ଟଙ୍କା ବଦଳରେ ପ୍ରଶ୍ନର ଏହି ମାମଲା ସାମ୍ନାକୁ ଆସିଥିଲା। ନିଲମ୍ବିତ ସାଂସଦମାନେ ବହିଷ୍କାରକୁ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ୨୦୦୭ ମସିହାରେ  ଏକ ରାୟରେ ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

ମହୁଆଙ୍କ ବିରୋଧରେ ଏଥିକ୍ସ କମିଟି ରିପୋର୍ଟରେ କ’ଣ ଅଛି ?

ଶୁକ୍ରବାର ଦିନ ଏଥିକ୍ସ କମିଟିର ଅଧ୍ୟକ୍ଷ ବିନୋଦ ସୋନକରଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ମହୁଆଙ୍କ ଆଚରଣକୁ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ତଥା ଅପରାଧୀକ ବୋଲି ବର୍ଣ୍ଣନା କରି କଠୋର ଦଣ୍ଡ ଦାବି କରିଥିଲେ । ରିପୋର୍ଟରେ ତାଙ୍କୁ ଲୋକସଭାର ସଦସ୍ୟତାରୁ ବହିଷ୍କାର କରିବାକୁ ପରାମର୍ଶ ଦିଆଯାଇଥିଲା। କମିଟି ଏହାର ରିପୋର୍ଟରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ଏହି ଘଟଣାର ପୁଙ୍ଖାନୁପୁଙ୍ଖ, ଆଇନଗତ ଏବଂ ଅନୁଷ୍ଠାନିକ ତଦନ୍ତ ପାଇଁ ସୁପାରିଶ କରିଛି।

Read More
{}{}