Hindi News >>Home >>Odisha LifeStyle and Others

Pregnant Lady During Cold: ଗର୍ଭବତୀ ମହିଳା ମାନେ ଥଣ୍ଡା ଦିନେ ଭୁଲରେ ବି କରନ୍ତୁନି ଏସବୁ କାମ

Pregnant Lady Health Tips: ଯାହାଫଳରେ ଗର୍ଭବତୀ ମହିଳାଙ୍କ ବହୁତ କ୍ଷତି ପହଞ୍ଚାଇଥାଏ। ଏମିତିରେ ଡାକ୍ତର ମାନେ ଗର୍ଭବତୀ ମହିଳାଙ୍କୁ ଚା ପିଇବାକୁ ବାରଣ କରିଥାନ୍ତି। ଚା ପିଇବା ଦ୍ୱାରା ଗର୍ଭବତୀ ମହିଳାଙ୍କୁ ଗ୍ୟାସ୍, କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଦେଇଥାଏ। ତେବେ ଥଣ୍ଡାଦିନେ ଏହିସବୁ କ୍ଷେତ୍ର ଉପରେ ନଜର ରଖିବା ଜରୁରୀ।

Advertisement
Pregnant Lady During Cold: ଗର୍ଭବତୀ ମହିଳା ମାନେ ଥଣ୍ଡା ଦିନେ ଭୁଲରେ ବି କରନ୍ତୁନି ଏସବୁ କାମ
Stop
Rasmita Sahoo|Updated: Jan 15, 2023, 02:43 PM IST

Pregnant Lady During Cold: ଥଣ୍ଡାଦିନ ବା ଶୀତଦିନ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଟେନସନ ଆଣିଦିଏ। କାରଣ ଏହି ଦିନ ଥଣ୍ଡା, କାଶ ପରି ରୋଗ ବେଶି ଦେଖାଦିଏ। ତେବେ କେବଳ ଯେ, ଥଣ୍ଡା ଦିନ ଛୋଟ ଶିଶୁ ଓ ବୟସ୍କା ନୁହଁନ୍ତି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଥାଏ। କାରଣ ଗର୍ଭବତୀ ସମୟରେ ମହିଳାଙ୍କ କ୍ଷେତ୍ରରେ ପ୍ରତିରୋଧକ ଶକ୍ତି ବହୁତ କମ ରହିଥାଏ। ଯାହାଫଳରେ ଏହି ସମୟରେ ଥଣ୍ଡା ଠାରୁ ଆରମ୍ଭ କରି ଅନେକ ରୋଗରେ ସେ ପୀଡ଼ିତ ହୋଇଥାନ୍ତି । ତେବେ ଏହି ସବୁ କାରଣରୁ ଗର୍ଭବତୀ ମହିଳାଙ୍କ ପ୍ରତିଟି ସମୟରେ ନିଜର ଯତ୍ନ ନେବା ଜରୁରୀ । ଖାଦ୍ୟପେୟରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଧ୍ୟାନ ରଖିବା ଜରୁରୀ ।
 
ଥଣ୍ଡାଦିନେ ଅଧିକ ଚା' ପିଅନ୍ତୁ ନାହିଁ
ପ୍ରବଳ ଥଣ୍ଡା ଯେବେ ଅନୂଭୁତ ହୋଇଥାଏ ସେତେବେଳେ ଆମେ ଆମ ନିଜ ଶରୀରକୁ ଗରମ ରଖିବାକୁ ବାରମ୍ବାର ଉଷୁମ ଖାଦ୍ୟପେୟ ଗ୍ରହଣ କରିଥାଉ । ସେଥିରୁ ଚା' ମଧ୍ୟ ଅନ୍ୟତମ । ଥଣ୍ଡାଦିନେ ଚା ପିଇବାକୁ କେହି ପଛଘୁଞ୍ଚା ଦିଅନ୍ତି ନାହିଁ । ମାତ୍ର ଗର୍ଭବତୀ ଥିବା ସମୟରେ ଚା ପିଇବା ଦ୍ୱାରା ଶରୀରକୁ ବହୁତ କ୍ଷତି ପହଞ୍ଚିଥାଏ। କ୍ଷୀର ଚା' ବ୍ଲାକ ଟି ବା ଅନ୍ୟ ଚା'ରେ ୩୦ ରୁ ୪୦ ଏମଜି କେଫନି ରହିଥାଏ । ଯାହାଫଳରେ ଗର୍ଭବତୀ ମହିଳାଙ୍କ ବହୁତ କ୍ଷତି ପହଞ୍ଚାଇଥାଏ। ଏମିତିରେ ଡାକ୍ତର ମାନେ ଗର୍ଭବତୀ ମହିଳାଙ୍କୁ ଚା ପିଇବାକୁ ବାରଣ କରିଥାନ୍ତି। ଚା ପିଇବା ଦ୍ୱାରା ଗର୍ଭବତୀ ମହିଳାଙ୍କୁ ଗ୍ୟାସ୍, କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଦେଇଥାଏ। ତେବେ ଏମିତିରେ ଆପଣ ହର୍ବାଲ ଟି ମଧ୍ୟ ପିଇପାରିବେ।

ଥଣ୍ଡାଦିନେ ଅଧିକ ଶୀତବସ୍ତ୍ର ପିନ୍ଧନ୍ତୁ ନାହିଁ
ଥଣ୍ଡା ବା ଶୀତଲହରରୁ ବର୍ତ୍ତିବାକୁ ଲୋକମାନେ ବହୁତ ଗରମ କପଡା ପିନ୍ଧିଥାନ୍ତି । ମାତ୍ର ଏହା ଗର୍ଭବତୀ ମହିଳାଙ୍କୁ କରିବା ଉଚିତ୍ ନୁହେଁ। ଏକ୍ସପର୍ଟଙ୍କ କହିବାକଥା ଗର୍ଭବତୀ ମାନଙ୍କୁ ଏହି ସମୟରେ ଢିଲା କପଡା ପିନ୍ଧିବା ଦରକାର । ଅଧିକ ଡ୍ରେସ ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବୋ ହୋଇପାରେ ନାହିଁ। ଏଧିକ ଡ୍ରେସ ପିନ୍ଧିବା ଦ୍ୱାରା ଶରୀରରେ ଯନ୍ତ୍ରଣା ସହ ଚିହ୍ନ ହୋଇଥାଏ। ଏହାଦ୍ୱାରା ରକ୍ତଚାପ ମଧ୍ୟ ବଢିଥାଏ । ତେଣୁ କରି ଅଧିକ ଡ୍ରେସ ନପିନ୍ଧି ଡ୍ରାଏଫ୍ରୁଟସ ଓ ଗୁଡ଼ ଖାଇବା ଜରୁରୀ।

ତେଲଛଣା ଖାଦ୍ୟରୁ ଦୂରେଇ ରୁହନ୍ତୁ
ଗର୍ଭବତୀ ହେବା ସମୟରେ ଥଣ୍ଡାଦିନେ ତେଲଛଣା ଖାଦ୍ୟ ଖାଆନ୍ତୁ ନାହିଁ। ଯେମିତିକି ପୁରୀ, ସିଙ୍ଗଡା, ବରା, ଆଳୁଚପ ଏସବୁରୁ ଦୂରେଇ ରୁହନ୍ତୁ। ତେଲ ଛଣା ଖାଦ୍ୟ ଗ୍ୟାସ ସମସ୍ୟାକୁ ଅତ୍ଯଧିକ ବଢାଇଦେଇଥାଏ। ଏହାକୁ ବାଦ୍ ଦେଇ ଆପଣ ସନ୍ତୁଳା କିମ୍ବା ସିଝା ଖାଦ୍ୟ ଖାଇପାରିବେ।

ଗର୍ଭବତୀ ସମୟରେ ଗାଧୋଇବା କମ କରନ୍ତୁ
ଥଣ୍ଡାଦିନେ ଗର୍ଭବତୀ ମହିଳା ଗାଧୋଇବା କମ କରିଦିଅନ୍ତୁ। ଥଣ୍ଡାଦିନେ ଆପଣ ଗରମ ପାଣିରେ ମଧ୍ୟ ଗାଧୋଇପାରିବେ। ତେବେ ଅତ୍ୟଧିକ ଥଣ୍ଡାପାଣି ଆପଣଙ୍କ ପିଲାର ଶରୀର ଉପରେ ଏହା ପ୍ରଭାବ ପକାଇପାରେ। ଯାହାଫଳରେ ଆପଣ ବ୍ୟାକ୍ଟେରିଆଲ ବା ଭାଇରାଲ ରୋଗର ସଂକ୍ରମଣ ହୋଇପାରନ୍ତି।

ଥଣ୍ଡାଦିନ ବେଶି ଶୋଇବା ମନା
ଥଣ୍ଡାଦିନେ ବେଶି ଅଳସୁଆ ଲାଗିଥାଏ ଏହା ସହ ବାରମ୍ବାର ଶୋଇବାକୁ ଇଚ୍ଚା ହୋଇଥାଏ। ଗରମ କପଡା ଓ କମ୍ବଳ ଦେହରେ ଗୁଡାଇ ହୋଇପଡ଼ିଲେ ନିଦ ଆପେ ଆପେ ଆସିଯାଏ । ହେଲେ ଗର୍ଭବତୀ ମହିଳା ମାନେ ଦରକାର ଠାରୁ ଅଧିକ ଶୋଇବା ଅନୁଚିତ୍ । କାରଣ ଶରୀରରେ ଯନ୍ତ୍ରଣା ହେଲେ ପିଲା ଉପରେ ମଧ୍ୟ ପ୍ରଭାବ ପଡ଼ିବାରେ । ତେଣୁ କରି ୩୦ ମିନିଟ ୱାକ୍ କରିବା ଦରକାର । ଖରାରେ ବସନ୍ତୁ ଏହା ସହ ବ୍ୟାୟାମ କରିବା ବି ଜରୁରୀ।

Also Read: Winter Care Tips: ଶୀତଦିନେ ହାତ ଗୋଡକୁ ଥଣ୍ତାରୁ ରକ୍ଷା କରିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

Also Read: Sleepless Night: ରାତିରେ ବିଳମ୍ବରେ ଶୋଉଛନ୍ତି କି, ତାହେଲେ ଏହି ୫ଟି ଗମ୍ଭୀର ରୋଗକୁ କରୁଛନ୍ତି ଆମନ୍ତ୍ରଣ

Read More
{}{}