Hindi News >>Home >>Odisha LifeStyle and Others

Saraswati Puja 2023: ଜାଣିଛନ୍ତି କି ବସନ୍ତ ପଞ୍ଚମୀ କାହିଁକି ପାଳନ ହୁଏ...

କିମ୍ବଦନ୍ତୀ ଅନୁଯାୟୀ ଥରେ ବ୍ରହ୍ମାଜୀ ବିଶ୍ୱ ପରିଦର୍ଶନ କରିବାକୁ ଯାଇଥିଲେ। ଯେତେବେଳେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡରେ ଭ୍ରମଣ କରୁଥିଲେ ସେହି ସମୟରେ ପୁରା ବ୍ରହ୍ମାଣ୍ଡ ନୀରବ ଅବସ୍ଥାରେ ରହିଥିଲେ। ଅର୍ଥାତ ପୁରା ବ୍ରହ୍ମାଣ୍ଡରେ ନୀରବତାର ରାଜୁତି ରହିଥିଲା। ଏପରି ସ୍ଥିତି ଦେଖିବା ପରେ ସଂସାର ଗଠନରେ କିଛି ଟା ଅଭାବ ରହିଥିବା ନେଇ ବ୍ରହ୍ମା ଅନୁଭବ କରିଥିଲେ। 

Advertisement
Saraswati Puja 2023: ଜାଣିଛନ୍ତି କି ବସନ୍ତ ପଞ୍ଚମୀ କାହିଁକି ପାଳନ ହୁଏ...
Stop
Zee Odisha Desk|Updated: Jan 25, 2023, 08:20 PM IST

Saraswati Puja 2023: ନୂଆଦିଲ୍ଲୀ: ହିନ୍ଦୁ ପଞ୍ଚାଙ୍ଗ (Hindu Panchang) ଅନୁଯାୟୀ ପ୍ରତିବର୍ଷ ବସନ୍ତ ପଞ୍ଚମୀର (Basant Panchami) ପବିତ୍ର ପର୍ବ ମାଘ ମାସ ଶୁକ୍ଲ ପାକ୍ଷ ପଞ୍ଚମୀ ତିଥି (Basant Panchami date)ରେ ପାଳନ କରାଯାଏ, ଯାହା ଶ୍ରୀପଞ୍ଚମୀ (Sri Panchami) ଏବଂ ସରସ୍ୱତୀ ପଞ୍ଚମୀ (Saraswati Panchami) ନାମରେ ମଧ୍ୟ ଜଣାଶୁଣା। ଏହି ଦିନ ମା' ସରସ୍ୱତୀଙ୍କ (Saraswati) ଅବତାର ଦିବସ ଭାବରେ ପାଳନ କରାଯାଏ। ସେଥିପାଇଁ ଜ୍ଞାନର ଦେବୀ ସରସ୍ୱତୀଙ୍କୁ (Saraswati) ଏହି ଦିନ ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେଉଁମାନେ ଜ୍ଞାନ, ବକ୍ତବ୍ୟ ଏବଂ କଳା ପ୍ରତି ଆଗ୍ରହୀ ସେମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର। ଏଥର ବସନ୍ତ ପଞ୍ଚାମୀର ପର୍ବ ଆସନ୍ତାକାଲି ଅର୍ଥାତ୍ ୨୬ ଜାନୁଆରୀରେ ପାଳନ କରାଯିବ। ଶାସ୍ତ୍ରରେ ବସନ୍ତ ପଞ୍ଚମୀଙ୍କୁ ଋଷି ପଞ୍ଚମୀଙ୍କ ସହ ଉଲ୍ଲେଖ କରାଯାଇଛି। ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀ କାହିଁକି ପାଳନ କରାଯାଏ ଏବଂ ସରସ୍ୱତୀ ପୂଜାର କାହାଣୀ କ’ଣ?

କିମ୍ବଦନ୍ତୀ ଅନୁଯାୟୀ ଥରେ ବ୍ରହ୍ମାଜୀ ବିଶ୍ୱ ପରିଦର୍ଶନ କରିବାକୁ ଯାଇଥିଲେ। ଯେତେବେଳେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡରେ ଭ୍ରମଣ କରୁଥିଲେ ସେହି ସମୟରେ ପୁରା ବ୍ରହ୍ମାଣ୍ଡ ନୀରବ ଅବସ୍ଥାରେ ରହିଥିଲେ। ଅର୍ଥାତ ପୁରା ବ୍ରହ୍ମାଣ୍ଡରେ ନୀରବତାର ରାଜୁତି ରହିଥିଲା। ଏପରି ସ୍ଥିତି ଦେଖିବା ପରେ ସଂସାର ଗଠନରେ କିଛି ଟା ଅଭାବ ରହିଥିବା ନେଇ ବ୍ରହ୍ମା ଅନୁଭବ କରିଥିଲେ।  ଗୋଟିଏ ସ୍ଥାନରେ ବ୍ରହ୍ମ ଛିଡ଼ା ହୋଇଯାଇଥିଲେ। ଆଉ ନିଜ କମଣ୍ଡଳରୁ କିଛି ଜଳ କାଢି ଚତୁର୍ଦ୍ଦିଗ ପାଣି ସିଞ୍ଚନ କରିଦେଇଥିଲେ। ଏହି ଜଳରୁ ଏକ ମହାନ ଜ୍ୟୋତିପୁଞ୍ଜ ଉତ୍ପନ୍ନ ହୋଇଥିଲା। ସେହି ଜ୍ୟୋତିପୁଞ୍ଜରୁ ଜଣେ ଦେବୀ ଆବିର୍ଭାବ ହୋଇଥିଲେ। ଦେବୀ ସରସ୍ୱତୀଙ୍କ ହାତରେ ବୀଣା ଆଉ ମୁଖମଣ୍ଡଳରେ ତେଜ ରହିଥିଲା। ଏଥିପାଇଁ ଏହି ଦିନ ମା ସରସ୍ୱତୀଙ୍କ ଧରାବତରଣ ଦିବସ ଭାବେ ପୂଜା କରାଯାଇଥାଏ। 

ଆବିର୍ଭାବ ହେବା ପରେ ଦେବୀ ସରସ୍ୱତୀଙ୍କୁ ବ୍ରହ୍ମା କହିଥିଲେ କି ଏହି ସଂସାରରେ ସମସ୍ତ ଲୋକ ମୁକ ଅବସ୍ଥାରେ ରହିଛନ୍ତି। ପରସ୍ପର ପରସ୍ପର ମଧ୍ୟରେ କୌଣସି ପ୍ରକାର କଥାବାର୍ତ୍ତା ହୋଇ ପାରୁନାହାନ୍ତି। ଏମାନେ କେବଳ ଚଳପ୍ରଚଳ କରିଆସୁଛନ୍ତି। ଏହି ସମୟରେ ସରସ୍ୱତୀ ବ୍ରହ୍ମାଙ୍କୁ ପଚାରିଥିଲେ କି ମୁଁ ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କର କି ସେବା କରିପାରିବି। ସରସ୍ୱତୀଙ୍କ ଏହି ପ୍ରଶ୍ନ ଶୁଣି ବ୍ରହ୍ମା କହିଥିଲେ କି ଆପଣ ବୀଣା ବଜାଇ ଏପରି କିଛି ଧ୍ୱନୀ ସୃଷ୍ଟି କର ଯାହା ବଳରେ ଏମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିପାରିବେ। ଏହି ନିର୍ଦ୍ଦେଶ ଶୁଣିବା କ୍ଷଣି ସରସ୍ୱତୀ ବୀଣା ବଜାଇ ଧ୍ୱନୀ ସୃଷ୍ଟି କରିଥିଲେ। ପୁରାଣ ଅନୁଯାୟୀ କୁହାଯାଏ କି ଏହି ଧ୍ୱନୀ ଶୁଣିବା ପରେ ମାନବ ଜଗତ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବା ଆରମ୍ଭ କରିଦେଇଥିଲେ। 

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦେବୀ ସରସ୍ୱତୀଙ୍କୁ ଉଭୟ ଦେବୀ ଏବଂ ଅସୁର ପୂଜା କରନ୍ତି। ଏହି ଦିନ ସମସ୍ତେ ନିଜ ଘର, ବିଦ୍ୟାଳୟ, କଲେଜ, କର୍ମକ୍ଷେତ୍ରରେ ମାତା ସରସ୍ୱତୀଙ୍କୁ ପୂଜା କରନ୍ତି। ଏହି ଦିନ ଦେବୀ ସରସ୍ୱତୀଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ଅନ୍ୟାନ୍ୟ ଶୃଙ୍ଗାର ସାମଗ୍ରୀ ମଧ୍ୟ ପ୍ରଦାନ କରନ୍ତୁ। ଆହୁରି ମଧ୍ୟ ଦେବୀଙ୍କ ପାଦରେ ଗୁଲାଲ ଲଗାନ୍ତୁ ଏବଂ ତାଙ୍କୁ ଧଳା ରଙ୍ଗର ପୋଷାକ ଦିଅନ୍ତୁ ।

ବିଦ୍ର: ଏଠାରେ ଦିଆଯାଇଥିବା ସୂଚନା ପୌରାଣିକ ତଥ୍ୟ ଆଧାରରେ ପ୍ରଦତ୍ତ। Zee Odisha News ଏହାର ସତ୍ୟତା ଉପରେ କୌଣସି ଦାବି କରୁନାହିଁ।

Read More
{}{}