Hindi News >>Home >>Odisha LifeStyle and Others

White Rice Demerits: ପ୍ରାଣଘାତୀ ହୋଇଥାଏ ଅରୁଆ ଭାତ! ଖାଉଥିଲେ ହୋଇଯାଆନ୍ତୁ ସାବଧାନ

White Rice Demerits: ଅରୁଆ ଭାତ ଅଧିକ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ରୋଗ ହେବାର ଆଶଙ୍କା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି। ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 21, 2023, 07:45 PM IST

White Rice Demerits: ଭାରତୀୟ ମାନଙ୍କ ପାଇଁ ରୋଟି ପରେ ଭାତ ମୁଖ୍ୟ ଖାଦ୍ୟ ଅଟେ। ଏହି ଦୁଇଟି ଖାଦ୍ୟ ଖାଇବା ପୂର୍ବରୁ ଆମେ କେବେ ଭାବି ନ ଥାଉ ଯେ ଏହା ସ୍ୱାସ୍ଥ୍ୟ ଉପଯୋଗୀ ଅଟେ ନା ନାହିଁ। ଧଳା ଚାଉଳ ବା ଅରୁଆ ଭାତ (white rice) ମଧ୍ୟ  ଆମ ଦେଶର ଅନେକ ସ୍ଥାନରେ ଲୋକେ ଖାଇଥାଆନ୍ତି। ଅରୁଆ ଭାତକୁ ଏକ ଅସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗଣାଯାଇନଥାଏ । ଅରୁଆ ଭାତ ଅଧିକ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ରୋଗ (Diseases) ହେବାର ଆଶଙ୍କା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅତ୍ୟଧିକ ପରିମାଣର ଅରୁଆ ଭାତ ଖାଇବା, ବଜାରରେ ମିଳୁଥିବା ଚକୋଲେଟ କ୍ୟାଣ୍ଡି ଖାଇବା ସହିତ ସମାନ। ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ଯଦି ଆପଣ ଅରୁଆ ଭାତ (white rice) ଖାଇବାକୁ ଭଲ ପାଉଛନ୍ତି ତାହାଲେ ଏବେଠାରୁ ସାବଧାନ ହୋଇ ଯାଆନ୍ତୁ। କାରଣ ଏହି ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ବିପଦରେ ପକାଇପାରେ।

କାହିଁକି କ୍ଷତିକାରକ ହୋଇଥାଏ ଅରୁଆ ଚାଉଳ?

ଉଷୁନା ଚାଉଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଅରୁଆ ଚାଉଳ (white rice) କ୍ଷତିକାରକ ହୋଇଥାଏ। କମ୍ ପରିମାଣରେ ଅରୁଆ ଚାଉଳ ଖାଇବା ଦ୍ୱାରା ଏହା ଶରୀର ଉପରେ ଏତେ ମାତ୍ରାରେ ପ୍ରଭାବ ପକାଇ ନଥାଏ, କିନ୍ତୁ ଏହାର ମାତ୍ରାଧିକ ସେବନ ବା ନିୟମିତ ଏହାକୁ ଖାଅବା ଦ୍ବାରା ସ୍ୱାସ୍ଥ୍ୟକୁ ବିଗାଡି଼ ଥାଏ। ଉଷୁନା ଚାଉଳ (Brown rice) ଅପେକ୍ଷା ଅରୁଆ ଚାଉଳରେ ସ୍ୱାସ୍ଥ୍ୟ ଉପଯୋଗୀ ଉପାଦାନ କମ୍ ପରିମାଣର ରହିଥାଏ। ଅରୁଆ ଚାଉଳ ଖାଇବା ଚିନି (Sugar) ଖାଇବା ସହ ସମାନ ହୋଇଥାଏ। ଏହା ଉଷୁନା ଚାଉଳ ଅପେକ୍ଷା କମ୍‌ ଫାଇବର (Fiber) ଯୁକ୍ତ ହୋଇଥାଏ। ଏଥିଲାଗି ବୟସ୍କ ଲୋକମାନଙ୍କୁ ଅରୁଆ ଚାଉଳ ନ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି।

ସ୍ୱାସ୍ଥ୍ୟ ଉପରେ କିପରି କ୍ଷତି କରିଥାଏ ଅରୁଆ ଚାଉଳ?

ଗ୍ଲାଇସେମିକ ଇଣ୍ଡେକ୍ସ (Glycemic Index) ସ୍ତର ଉଚ୍ଚ ରହିଥାଏ

ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ ଗୁଡିକୁ  ଆମ ଶରୀର କେତେକ ମାତ୍ରାରେ ସର୍କରାରେ ପରିଣତ କରିଥାଏ, ଏହା ଗ୍ଲାଇସେମିକ ଇଣ୍ଡେକ୍ସ ଦ୍ୱାରା ମପାଯାଏ। ଏହି ସ୍ତର '୦' ରୁ ଆରମ୍ଭ ହୋଇ '୧୦୦' ପର୍ଯ୍ୟନ୍ତ ଯାଇଥାଏ। ଏହାକୁ ନିମ୍ମଲିଖିତ ପ୍ରାକାରରେ ପରିମାପ କରାଯାଏ।

କମ୍ ସ୍ତରର ଗ୍ଲାଇସେମିକ ଇଣ୍ଡେକ୍ସ- ୫୫ ରୁ କମ୍

ମଧ୍ୟମ ଧରଣର ଗ୍ଲାଇସେମିକ ଇଣ୍ଡେକ୍ସ- ୫୬ ରୁ ୬୯

ଉଚ୍ଚ ସ୍ତରର ଗ୍ଲାଇସେମିକ ଇଣ୍ଡେକ୍ସ- ୭୦ ରୁ ୧୦୦

ଟାଇପ-୨ ମଧୁମେହ (Type 2 diabetes) ରୋଗୀଙ୍କ ପାଇଁ କମ୍ ସ୍ତରର ଗ୍ଲାଇସେମିକ ଇଣ୍ଡେକ୍ସ ଥିବା ଖାଦ୍ୟ ଗୁଡିକ ଉପକାରୀ ହୋଇଥାଏ। କାରଣ ଏହି ପ୍ରକାରର ଖାଦ୍ୟ ଶରୀରରେ ବହୁତ କମ୍ ପରିମାଣର ଶର୍କରା ନିର୍ମାଣ କରିଥାଏ। ଉଚ୍ଚ ସ୍ତରର ଗ୍ଲାଇସେମିକ ଇଣ୍ଡେକ୍ସ ଥିବା ଖାଦ୍ୟ ଶରୀରରେ କ୍ଷୀପ୍ର ଗତିରେ ଶର୍କରା ଉତ୍ପାଦନ କରିଥାଏ। ତେବେ ଅରୁଆ ଚାଉଳର ଗ୍ଲାଇସେମିକ ଇଣ୍ଡେକ୍ସ ୬୪ ଅଟେ। ତେଣୁ ଡାକ୍ତର ମଧୁମେହ ରୋଗୀଙ୍କୁ ଅରୁଆ ଚାଉଳ ଖାଇବା ପାଇଁ ବାରଣ କରିଥାଆନ୍ତି। ଅତ୍ୟଧିକ ଅରୁଆ ଭାତ ଖାଇବା ଦ୍ୱାରା ଟାଇପ-୨ ମଧୁମେହ ହେବାର ଆଶଙ୍କା ବଢିଥାଏ।

୩ ଲକ୍ଷ ୫୦୦ ହଜାରରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁମାନେ ଅଧିକ ଅରୁଆ ଭାତ ଖାଉଥିଲେ, ସେମାନଙ୍କଠାରେ ଟାଇପ୍-୨ ମଧୁମେହ (Type 2 diabetes) ହେବାର ଆଶଙ୍କା ଅଧିକ ରହିଥାଏ। ସବୁଠୁ ବଡ଼ କଥା, ପ୍ରତିଦିନ ଖାଉଥିବା ଚାଉଳର ପ୍ରତ୍ୟେକ ସେବନ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ୧୧ ପ୍ରତିଶତ ବୃଦ୍ଧି କରିଥାଏ।

ମେଟାବୋଲିକ ସିଣ୍ଡ୍ରୋମ (Metabolic Syndrome) ହେବାର ଆଶଙ୍କା ବଢାଇଥାଏ

ମେଟାବୋଲିକ ସିଣ୍ଡ୍ରୋମ (Metabolic Syndrome) ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ମାଡି଼ ବସିଥାଏ। ଏହାର ପ୍ରଭାବରେ ହୃଦରୋଗ, ଡାଇବେଟିସ, ଉଚ୍ଚ ରକ୍ତଚାପ (High blood pressure) ସମସ୍ୟା ସୃଷ୍ଟି ହୋଇଥାଏ। ଏହାଛଡା ଏହାର ପ୍ରଭାବରେ ରକ୍ତରେ ଶର୍କରା ପରିମାଣ ବଢିବା ସହ ଶରୀରରେ ଉପକାରୀ କୋଲେଷ୍ଟ୍ରଲର ପରିମାଣକୁ ହ୍ରାସ କରିଥାଏ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ଭାବରେ ଅଧିକ ପରିମାଣର ଅରୁଆ ଚାଉଳ ଖାଉଛନ୍ତି, ସେମାନଙ୍କଠାରେ ମେଟାବୋଲିକ୍ ସିଣ୍ଡ୍ରୋମ (Metabolic Syndrome) ହେବାର ଆଶଙ୍କା ଅଧିକ ଥାଏ। ବିଶେଷ କରି, ଏସୀୟ ମହାଦେଶର ଲୋକମାନେ ଅଧିକ ଅରୁଆ ଭାତ ଖାଉଥିବାରୁ ଏହି ଲୋକଙ୍କଠାରେ ମେଟାବୋଲିକ୍ ସିଣ୍ଡ୍ରୋମର ପରିମାଣ ଅଧିକ ଦେଖା ଯାଇଥାଏ। ଉଷୁନା ଚାଉଳ ଖାଉଥିବା ଲୋକଙ୍କଠାରେ ଅରୁଆ ଚାଉଳ ଖାଉଥିବା ଲୋକଙ୍କ ଅପେକ୍ଷା ହୃଦଘାତର (Heart attack) ଆଶଙ୍କା କମ୍ ଦେଖାଯାଇଥାଏ। ଉଷୁନା ଚାଉଳରେ (Brown rice) ତିବା ଲିଗାନ୍ସ ଗୁଡିକ ରକ୍ତରେ ଫ୍ୟାଟ ଜମିବାରୁ ରକ୍ଷା କରିଥାଏ। ଏହାସହ ରକ୍ତଚାପ (High blood pressure) କମ୍ କରିବା ସହ ଧମନୀର କଠିନତାକୁ କମ୍ କରିବାରେ ସାହାଯ୍ୟ କରିଥାଏ।

ଓଜନ ହ୍ରାସ କରିବା ପରିବର୍ତ୍ତେ ବୃଦ୍ଧି କରିଥାଏ

ଅରୁଆ ଚାଉଳକୁ ଏକ ବିଶୋଧିତ ଖାଦ୍ୟ ଶସ୍ୟ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ବହୁ ପରିମାଣରେ ଅରୁଆ ଭାତ ଖାଇବା ଦ୍ବାରା ମେଦବହୁଳତା (Metabolism) ବୃଦ୍ଧି ପାଇବା ସହ ଓଜନ ବଢିଥାଏ। ଅରୁଆ ଚାଉଳ (white rice) କେବେ ବି ଓଜନ ହ୍ରାସ କରିବା ପାଇଁ ସହାୟକ ହୋଇନଥାଏ।

ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ ଉଷୁନା ଚାଉଳ

ଉଷୁନା ଚାଉଳ ଓଜନ ହ୍ରାସ କରିବା ସହ ଶରୀରରେ ସୁସ୍ଥ ଓଜନ ବଜାୟ ରଖିବାରେ ସାହାଯ୍ୟ କରୁଥିବା ନେଇ ଜଣାପଡିଛି। ଓଜନ ହ୍ରାସ ପାଇଁ ଏହା ଅଧିକ ପୁଷ୍ଟିକର ଅଟେ । ଉଷୁନା ଚାଉଳ ଉଚ୍ଚ ଫାଇବର (High Fiber) ଯୁକ୍ତ ହେବାସହ ଶରୀରରେ ରୋଗ ପ୍ରତିରୋଧକ ପରି କାର୍ଯ୍ୟ କରୁଥିବା ଆଣ୍ଟିଅକ୍ସିଡାଣ୍ଟରେ (Antioxidant) ଭରପୂର ରହିଥାଏ। ତେଣୁ ଉଷୁନା ଚାଉଳ ଅରୁଆ ଚାଉଳ (white rice) ଅପେକ୍ଷା ଅଧିକ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ।

ଏହା ବି ପଢନ୍ତୁ-Egg side effects: ଅଧିକ ଅଣ୍ତା ଖାଉଥିଲେ ସାବଧାନ, ନହେଲେ ମାଡ଼ି ବସିବ ଏହି ସବୁ ପ୍ରାଣଘାତୀ ରୋଗ!

ଏହା ବି ପଢନ୍ତୁ-Lemon Water Side Effects: ଖରା ପିଉଛନ୍ତି କି ଲେମ୍ବୁ ପାଣି? ଜାଣିରଖନ୍ତୁ ଏହାର ସାଇଡ୍ ଇଫେକ୍ଟ

ଏହା ବି ପଢନ୍ତୁ-Salt with fruits Disadvantages: ଫଳରେ ଲୁଣ ମିଶାଇ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ନେଚତ୍ ମାଡ଼ି ବସିବ ଏହିସବୁ ପ୍ରାଣଘାତୀ ରୋଗ!

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

Read More
{}{}