Hindi News >>Home >>Odisha LifeStyle and Others

ଘରୋଇ ଉପଚାର ମାଧ୍ୟମରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ପାଆନ୍ତୁ ମୁକ୍ତି

ଆଜିକାଲି ଯୁବକମାନେ ଅଣ୍ଟା ଓ ପିଠି ଯନ୍ତ୍ରଣା ଭୋଗୁଛନ୍ତି । ଦୀର୍ଘ ସମୟ ଧରି ଅଫିସରେ କାର୍ଯ୍ୟ କରିବା ଦ୍ୱାରା ପିଠି ଓ ଅଣ୍ଟାରେ ବିଭିନ୍ନ ସମସ୍ୟା ଦେଖା ଦେଖାଦେଉଛି ।

Advertisement
ଘରୋଇ ଉପଚାର ମାଧ୍ୟମରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ପାଆନ୍ତୁ ମୁକ୍ତି
Stop
PRAKASH RANJAN PARIDA|Updated: Jul 13, 2022, 11:29 PM IST

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବର୍ତ୍ତମାନ ସମୟରେ ଅତି ସାଧାରଣ ସମସ୍ୟା । ବୟସ ବଢ଼ିବା ପରେ ସାଧାରଣତଃ ଲୋକେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସାମ୍ନା କରିଥାନ୍ତି । ସ୍ୱାଭାବିକ ଭାବେ ଅସ୍ଥି ଦୁର୍ବଳ ହେବା କାରଣରୁ ଅଧିକ ଶାରୀରିକ ପରିଶ୍ରମ କଲେ, ଏପରିକି ଅଧିକ ଚାଲିଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଥାଏ । କିନ୍ତୁ ଆଜିକାଲି ଯୁବବର୍ଗ ମଧ୍ୟ ଆଣ୍ଟୁ ଗଣ୍ଠି ଯନ୍ତ୍ରଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଲୋସନ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ଦୂର କରିବାକୁ ଆପଣଙ୍କ ଘରେ ବି ରହିଛି ଅବ୍ୟର୍ଥ ଔଷଧ । ଆଜ୍ଞା ହଁ ତାହା ହେଉଛି କର୍ପୁର ଓ ସୋରିଷ ତେଲ (Mustard Oil and Kapoor)। ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଏହାକୁ ରାମ ବାଣ ବୋଲି କୁହାଯାଏ ।

ଆଜିକାଲି ଯୁବକମାନେ ଅଣ୍ଟା ଓ ପିଠି ଯନ୍ତ୍ରଣା ଭୋଗୁଛନ୍ତି । ଦୀର୍ଘ ସମୟ ଧରି ଅଫିସରେ କାର୍ଯ୍ୟ କରିବା ଦ୍ୱାରା ପିଠି ଓ ଅଣ୍ଟାରେ ବିଭିନ୍ନ ସମସ୍ୟା ଦେଖା ଦେଖାଦେଉଛି । ସୋରିଷ ତେଲ ଓ କର୍ପୁର ମାଲିଶ୍ କରିବା ଦ୍ୱାରା ଏହି ଯନ୍ତ୍ରଣା ଦୂରେଇ ଯାଇଥାଏ ।

ଖୁବ ସହଜରେ ଆପଣ ଉଭୟ ସୋରିଷ ତେଲ ଓ କର୍ପୂର (Mustard Oil and Kapoor) ପାଇପାରିବେ । ଆୟୁର୍ବେଦ ଅନୁସାରେ ପୂଜାରେ ବ୍ୟବହୃତ କର୍ପୁରର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି । ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ, ଆଣ୍ଟି ଇନ୍ଫ୍ଲାମେଟରୀ, ଫ୍ୟାଟି ଏସିଡ ରହିଥିବାବେଳେ କର୍ପୁରରେ ଆଣ୍ଟି ଫଙ୍ଗଲ୍ ଗୁଣ ଭରି ରହିଛି ।

କିପରି ବ୍ୟବହାର କରିବେ
ସୋରିଷ ତେଲକୁ ସାମାନ୍ୟ ଉଷୁମ କରି ସେଥିରେ ଖୁବ କମ ପରିମାଣରେ କର୍ପୂର ମିଶାଇ ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରିବାକୁ ପଡ଼ିବ । ନିୟମିତ ମାଲିଶ୍ କରିବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଏହି ଘରୋଇ ଉପାଚାର ମାଧ୍ୟମରେ ଅନେକ ପୁରୁଣା ହାଡ ରୋଗ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ ।

ଅନ୍ୟାନ୍ୟ ଉପକାରିତା
ଗଣ୍ଠି ଯନ୍ତ୍ରଣା ପାଇଁ ଅବ୍ୟର୍ଥ ଔଷଧ ପରି କାମ କରୁଥିବା ସୋରିଷ ତେଲ ଓ କର୍ପୂର ଦ୍ୱାରା ଅନ୍ୟ ଶାରୀରିକ ଉପକାରିତା ମଧ୍ୟ ମିଲିଥାଏ । ସୋରିଷ ତେଲରେ କର୍ପୁର ମିଶାଇ ନିୟମିତ କେଶ୍ ମୂଳରେ ମାଲିସ କରି ଉଷୁମ୍ ପାଣିରେ କେଶ ଧୋଇଲେ  ଅଳ୍ପ ଦିନ ମଧ୍ୟରେ କେଶ୍ ଝଡ଼ିବା ସମସ୍ୟା ଦୂର ହୋଇଯାଇଥାଏ। ତ୍ଵଚା ପାଇଁ ମଧ୍ୟ ଶୋରିଷ ତେଲ ଓ କର୍ପୂର ମିଶ୍ରଣ ଅତ୍ୟନ୍ତ ହିତକର । ଏହାଦ୍ୱାରା ଯେ କୌଣସି ପ୍ରକାରର ଚର୍ମ ଜନିତ ସମସ୍ୟା ଦୂର ହୋଇଯାଇଥାଏ ।

Read More
{}{}