Hindi News >>Home >>Odisha LifeStyle and Others

Morning tips ସକାଳେ ଏହି ସମୟରେ ତ୍ୟାଗ କରନ୍ତୁ ଶଯ୍ୟା ! ବଦଳିଯିବ ଭାଗ୍ୟ, ପାଇବେ ଅନେକ ସଫଳତା

ପିଲାଦିନରୁ ଆଜି ପର୍ଯ୍ୟନ୍ତ, ଆମେ ଆମର ଗୁରୁଜନଙ୍କଠାରୁ ସକାଳୁ ଉଠିବା ବିଷୟରେ ଅନେକ କଥା ଶୁଣିଛେ । ବିଶ୍ୱାସ ରହିଛି ଯେ ଯଦି ବ୍ରହ୍ମ ମୁହୂର୍ତ୍ତରେ ଶର୍ଯ୍ୟା ତ୍ୟାଗ କରାଯାଏ, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ (benefits) ହୁଏ । ସକାଳେ ଉଠିବା କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବରଂ ଏହା ଆପଣଙ୍କ ଜୀବନକୁ ମଧ୍ୟ ଶୃଙ୍ଖଳିତ କ

Advertisement
Morning tips ସକାଳେ ଏହି ସମୟରେ ତ୍ୟାଗ କରନ୍ତୁ ଶଯ୍ୟା ! ବଦଳିଯିବ ଭାଗ୍ୟ, ପାଇବେ ଅନେକ ସଫଳତା
Stop
Soubhagya Ranjan Mishra|Updated: Jun 20, 2023, 08:20 AM IST

Morning tips: ପିଲାଦିନରୁ ଆଜି ପର୍ଯ୍ୟନ୍ତ, ଆମେ ଆମର ଗୁରୁଜନଙ୍କଠାରୁ ସକାଳୁ ଉଠିବା ବିଷୟରେ ଅନେକ କଥା ଶୁଣିଛେ । ବିଶ୍ୱାସ ରହିଛି ଯେ ଯଦି ବ୍ରହ୍ମ ମୁହୂର୍ତ୍ତରେ ଶର୍ଯ୍ୟା ତ୍ୟାଗ କରାଯାଏ, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ (benefits) ହୁଏ । ସକାଳେ ଉଠିବା କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବରଂ ଏହା ଆପଣଙ୍କ ଜୀବନକୁ ମଧ୍ୟ ଶୃଙ୍ଖଳିତ କରିଥାଏ । ପ୍ରାୟତଃ ଆମେ ଆମ ଘରେ ଗୁରୁଜନଙ୍କୁ ସୂର୍ଯ୍ୟ ଉଦୟ (sun rise) ହେବା ପୂର୍ବରୁ ଉଠୁଥିବା ଦେଖିଛୁ, କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଏହି କାର୍ଯ୍ୟ କଷ୍ଟସାଧ୍ୟ ମନେହୁଏ । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସୂର୍ଯ୍ୟୋଦୟ ପରେ ନିଦ୍ରା ଭାଙ୍ଗନ୍ତି, ତେବେ ଶୀଘ୍ର ଉଠିବାର ଏହି ଲାଭ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା ଭୋପାଳ ବାସିନ୍ଦା ଜ୍ୟୋତିଷ (astrologer) ତଥା ବାସ୍ତୁ ପରାମର୍ଶଦାତା ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମାଙ୍କ ଠାରୁ ସକାଳୁ ଉଠିବାର କିଛି ଲାଭ ବିଷୟରେ ।

କ’ଣ କହୁଛି ବାସ୍ତୁ ଶାସ୍ତ୍ର ?

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଦ୍ବାରା, ବ୍ୟକ୍ତିଙ୍କୁ ଜୀବନର ଜ୍ଞାନ ପ୍ରାପ୍ତ ହୋଇଥାଏ । ସକାଳୁ ଉଠିବା ପରେ ଆତ୍ମଚିନ୍ତନ କରିବା ସର୍ବୋତ୍ତମ ଉପାୟ । ଯଦି ଆପଣ ଛାତ୍ର ଶ୍ରେଣୀର ଅଟନ୍ତି, ତେବେ ସକାଳେ ଉଠିବା ଦ୍ବାରା ଆପଣଙ୍କ ସ୍ମୃତି ଶକ୍ତି ତୀକ୍ଷ୍ଣ ହେବା ସହିତ ଆପଣଙ୍କ କାର୍ଯ୍ୟ କ୍ଷମତା ବଢ଼ିଥାଏ । ଆପଣ ଦିନସାରା ସତେଜ ଅନୁଭବ କରିବେ । ସୂର୍ଯ୍ୟୋଦୟର ଏକ ଘଣ୍ଟା ୩୬ ମିନିଟ୍ ପୂର୍ବର ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ । ବ୍ରହ୍ମ ମୁହୂର୍ତ୍ତରେ ଜାଗ୍ରତ ହେବା ଅତ୍ୟନ୍ତ ଭଲ, କିନ୍ତୁ ଯଦି ଆପଣ ସୂର୍ଯ୍ୟୋଦୟ ବେଳେ ଜାଗ୍ରତ ହୁଅନ୍ତି, ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ସକାଳୁ ଉଠିବାର ଲାଭ 

ଯେତେବେଳେ ଜଣେ ବ୍ୟକ୍ତି ସକାଳୁ ଉଠିଥାଏ, ତାଙ୍କୁ ରାତିରେ ଭଲ ଏବଂ ଗଭୀର ନିଦ ଆସିଥାଏ । ଏହି କାରଣରୁ, ବ୍ୟକ୍ତି ଭଲ ଭାବେ ଶୋଇ ପାରିଥାନ୍ତି, ଆଉ ରାତିର ଭଲ ନିଦ ହେଲେ ଦିନସାରା ଶକ୍ତି ଏବଂ ସତେଜତା ରହିଥାନ୍ତି । ଏହା ବ୍ୟତୀତ, ସକାଳୁ ଉଠିବା ସ୍ୱାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ବଜାୟ ରଖେ । ନିଦ୍ରା ଅଭାବରୁ ଅନେକ ରୋଗ ହେବାର ସମ୍ଭାବନା ବଢ଼ିଥାଏ । ଶାରୀରିକ ସ୍ବାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ତଥା ସଫଳତା ପାଇଁ ସକାଳେ ଉଠିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଶୀଘ୍ର ଉଠିବା ପାଇଁ ଅଳ୍ପ ନିଦ୍ରା ଶୁଅନ୍ତୁ ନାହିଁ। ଆପଣଙ୍କ ଶରୀର ପାଇଁ ଯେତିକି ନିଦ୍ରା ଜରୁରୀ ତାହା ଉପରେ ଧ୍ୟାନ ଦେବେ।

ଗାଇ ସହିତ ଜଡିତ ଏହି ପ୍ରତିକାର ବଦଳାଇବ ଆପଣଙ୍କ ଭାଗ୍ୟ
 
ଗାଇକୁ ହିନ୍ଦୁ ଧର୍ମରେ ମାତାର ମାନ୍ୟତା ଦିଆଯାଇଛି। ଯେଉଁଥିପାଇଁ ଆମେ ଗାଇକୁ ପୂଜା କରିଥାଉ । ଗାଈ କ୍ଷୀର, ଗାଇ ମୂତ୍ର, ଗାଇ ଗୋବର ଭଳି ଗାଇ ସହିତ ଜଡିତ ସମସ୍ତ ଜିନିଷ ମଧ୍ୟ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ପୁରାଣ ଅନୁଯାୟୀ, ୩୩ କୋଟି ଦେବୀ ଦେବତା ଗାଇ ଶରୀରରେ ବାସ କରନ୍ତି। ଏପରି ସ୍ଥିତିରେ, ପ୍ରତିଦିନ ସକାଳେ ଗାଇ ସହିତ ଜଡିତ କିଛି ପ୍ରତିକାର କରିବା ଦ୍ବାରା ଜୀବନରେ ଶୁଭ, ସୁଖ ଏବଂ ସମୃଦ୍ଧତା ଆଣିଥାଏ । କାର୍ଯ୍ୟରେ ସଫଳତା ମିଳିଥାଏ।

ଗାଧୋଇବା ପରେ ପ୍ରତିଦିନ ସକାଳେ ଗାଇ କୁ ପୂଜା କରନ୍ତୁ। ଏହା କରିବା ଦ୍ୱାରା ସମସ୍ତ ଦେଵୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ । ମାତା ଲକ୍ଷ୍ମୀ ଏପରି ଲୋକଙ୍କ ଉପରେ ସର୍ବଦା ଖୁସି ହୁଅନ୍ତି ଓ ବହୁ ଧନ ବର୍ଷା କରନ୍ତି । ଯେଉଁମାନେ ଗାଇକୁ ପୂଜା କରନ୍ତି ସେମାନେ ନିଜ ଜୀବନରେ କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି ନାହିଁ ।  ଗାଇକୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ । ଗାଇକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ, ବିଶେଷ କରି ବୁଧବାର, ଏହା କରିବା ଦ୍ୱାରା ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ସହିତ ଜାତକରେ ବୁଧ ଗ୍ରହ ଶକ୍ତିଶାଳୀ ହୋଇଥାଆନ୍ତି।

Also read- ଆଉ ମିଳିବନି ମାଗଣା ରାସନ: ୨ କୋଟି କାର୍ଡ ବାତିଲ୍ !

Read More
{}{}