Hindi News >>Home >>Odisha LifeStyle and Others

Vijayadashami 2022: ବିଜୟାଦଶମୀରେ କାହାକୁ ନଜଣାଇ ଦିଅନ୍ତୁ ଦାନ-ଦକ୍ଷିଣା, ବର୍ଷିବ ମା'ଙ୍କ କୃପା

Vijayadashami 2022: ଦଶହରା ଦିନରେ କିଛି ଜିନିଷକୁ ଗୁପ୍ତ ଭାବରେ ଦାନ କଲେ ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ରାତି ପାହିଲେ ପାଳନ ହେବାକୁ ଯାଉଛି ବିଜୟାଦଶମୀ । ଦଶହରା ଦିନରେ ରାବଣ ଦହନ ସହିତ କିଛି ଉପାୟ କରିବାକୁ ଶୁଭ ବିଚାର କରାଯାଇଥାଏ । 

Advertisement
Vijayadashami 2022: ବିଜୟାଦଶମୀରେ କାହାକୁ ନଜଣାଇ ଦିଅନ୍ତୁ ଦାନ-ଦକ୍ଷିଣା, ବର୍ଷିବ ମା'ଙ୍କ କୃପା
Stop
PRAKASH RANJAN PARIDA|Updated: Oct 04, 2022, 09:37 PM IST

Vijayadashami 2022: ହିନ୍ଦୁ ଧର୍ମରେ ଦଶହରା ପର୍ବର ରହିଛି ବେଶ ଗୁରୁତ୍ୱ ।  ପ୍ରତିବର୍ଷ ଏହି ପର୍ବ ଆଶ୍ୱିନ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ କରାଯାଏ । ଚଳିତବର୍ଷ ଏହି ମହାନ ପର୍ବ ଆସନ୍ତାକାଲି (୫ ଅକ୍ଟୋବର) ପାଳନ ହେବାକୁ ଯାଉଛି । ଏହି ଦିନ, ଅସତ୍ୟ ଉପରେ ସତ୍ୟର ବିଜୟକୁ ସାଙ୍କେତିକ ଭାବେ ରାବଣ ପୋଡ଼ି ମାଧ୍ୟମରେ ଦର୍ଶାଯାଇଥାଏ । ସାରା ଦେଶରେ ପାଳିତ ହେଉଥିବା ଦଶହରା ଉତ୍ସବରେ ଅନ୍ତିମ ପର୍ବରେ ଅସତ୍ୟ, ଦୂରାଚାରର ପ୍ରତୀକ ଦଶମସ୍ତକ ବିଶିଷ୍ଟ ରାବଣର କୁଶପୁତ୍ତଳିକାକୁ ସତ୍ୟ ଓ ସଦାଚାରର ପ୍ରତୀକ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ବାଣ ବଦ୍ଧ କରାଯାଇଥାଏ । ରାମାୟଣର ବିଷୟବସ୍ତୁକୁ ସାଙ୍କେତିକ ଭାବେ ପାଳନ କରାଯିବା ସହ ସତ୍ୟପଥରେ ବିଜୟକୁ ସୂଚିତ କରିଥାଏ । ଏବଂ ଅନାଚାର, ଅସତ୍ୟ ପଥରେ ଜୀବନ ଜୀଉଁଥିବା ବ୍ୟକ୍ତିଙ୍କ ପାଇଁ ଏପରି କାଳ ସମୟ ଆସିଥାଏ ବୋଲି ରାବଣ ପୋଡ଼ି ସୂଚୀତ କରିଥାଏ । 

ବିଭିନ୍ନ କୁଳାଚାର ଅନୁସାରେ ୧୬ ଦିନ, ୯ ଦିନ କିମ୍ବା ୩ ଦିନ ଧରି ପର୍ବ ପାଳିତ ହୋଇଥାଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନ ପାଇଁ ପ୍ରକୃଷ୍ଟ ସମୟ ହୋଇଥିଲେ ମଧ୍ୟ ଚୈତ୍ର ଶୁକ୍ଳ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ଏହାକୁ ବାର୍ଷିକୀ ଶାରଦ ପୂଜନ କୁହାଯାଏ । 

ବିଶ୍ୱାସ ଅନୁସାରେ ନବରାତ୍ରୀରେ ମା' ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହୋଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୌଣସି ଅନିଷ୍ଟ ହୋଇନଥାଏ । ମା'ଦୁର୍ଗାଙ୍କର  ନବଶକ୍ତିକୁ ଜାଗ୍ରତ କରିବା ପାଇଁ ନବାନ୍ନ ଭୋଗ ଲାଗି ସହ ନବାକ୍ଷରୀ ମନ୍ତ୍ର ଜପ କରାଯାଇଥାଏ । ପୂଜାବିଧି ଅନୁସାରେ ଜନ୍ମାଷ୍ଟମୀରେ ନଦୀରୁ ମାଟି ପୂଜା ପରେ କାରିଗରମାନେ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥାନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢ଼ାଯାଏ । ମହାଳୟାଠାରୁ ମା' ଦୁର୍ଗାଙ୍କୁ ଆବାହନ କରାଯାଇଥାଏ । 

ଜ୍ୟୋତିଷ ଶାସ୍ତ୍ରରେ ଦଶହରା ଦିନ ଅନେକ ପ୍ରତିକାର ବିଷୟରେ କୁହାଯାଇଛି। ଏହା ବ୍ୟତୀତ ଦଶହରା ଦିନ ଶୁଭ କାର୍ଯ୍ୟ ସହିତ କିଛି ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ, କାହାକୁ ନଜଣାଇ ଗୁପ୍ତ ଭାବେ ଦାନ କରିବା ଦ୍ୱାରା ଦେବୀ ମା'ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏବେ ଜାଣି ନିଅନ୍ତୁ ଦଶହରା ଦିନ କେଉଁ ଜିନିଷ ଦାନ କଲେ ମା ଲକ୍ଷ୍ମୀଙ୍କୁ କୃପା ବର୍ଷିଥାଏ । 

ଦଶହରା ଦିନରେ ଗୁପ୍ତରେ ଦାନ କରନ୍ତୁ ଏହି ଜିନିଷ

ଝାଡୁଦାନ

ବିଶ୍ୱାସ ଅନୁଯାୟୀ, ଦଶହରା ଦିନ କୌଣସି ଧାର୍ମିକ ସ୍ଥାନ କିମ୍ବା ମନ୍ଦିରକୁ ଯାଇ ଇଷ୍ଟଙ୍କୁ ପୂଜାର୍ଚ୍ଚନା କରିବା ସହ  ଏକ ନୂଆ ଝାଡୁ ଦାନ କରାଯାଏ । କିନ୍ତୁ ଦାନ ବିଷୟରେ କାହାକୁ ଜଣାଇବା ଉଚିତ୍ ନୁହେଁ । ବିଶ୍ୱାସ ରହିଛି ଦେବୀ ଲକ୍ଷ୍ମୀ ଝାଡୁରେ ବାସ କରିଥାନ୍ତି । ତେଣୁ, ଏହାକୁ ଦାନ କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧି ଆସିଥାଏ । 

ଅନ୍ନଦାନ

ବେଦ, ପୁରାଣ ସମେତ ବିଭିନ୍ନ ଭାରତୀୟ ଧର୍ମ ଶାସ୍ତ୍ରରେ ଅନ୍ନଦାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । କୌଣସି ଅଭାବୀ କିମ୍ବା ଗରିବ ଲୋକଙ୍କୁ ଖାଦ୍ୟ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୋଇଥାଏ । ଏହାସହିତ, ମାତା ଲକ୍ଷ୍ମୀ, ମାତା ଅନ୍ନପୂର୍ଣ୍ଣାଙ୍କ କୃପା ରହିଥାଏ ।

 

ଏହାବି ପଢ଼ନ୍ତୁ- ଶ୍ରୀକ୍ଷେତ୍ରରେ ଅନନ୍ୟ ତ୍ରିଦିନାତ୍ମକ ଗୋଷାଣୀ ପୂଜା ପରମ୍ପରା- ମା'ବିମଳାଙ୍କ ସ୍ୱରୂପ ଗୋଷାଣୀ ପୂଜା
 
ବସ୍ତ୍ରଦାନ

ଯେପରି ମଣିଷ ଜୀବନ ପାଇଁ ଖାଦ୍ୟ ଏବଂ ଜଳ ଜରୁରୀ ଅଟେ, ସେହିଭଳି ସାମାଜିକ ଚଳନୀରେ ଶରୀରକୁ ଘୋଡାଇବା ପାଇଁ ବସ୍ତ୍ର ମଧ୍ୟ ଜରୁରୀ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।  ତେଣୁ ଦଶହରା ଦିନରେ କାହାକୁ ନଜଣାଇ ଅଭାବୀ କିମ୍ବା ଗରିବ ଲୋକଙ୍କୁ ପୋଷାକ ଦାନ କରିବାକୁ ପୁଣ୍ୟ କାର୍ଯ୍ୟ ବିଚାର କରାଯାଏ । ବିଶ୍ୱାସ କରାଯାଏ, କୌଣସି ଅଭାବୀଙ୍କୁ ଆପଣ ଯେଉଁ ଭାବନା ନେଇ ଦାନ କରିଥାନ୍ତି, ପରବର୍ତ୍ତୀ ସମୟରେ ଆପଣଙ୍କୁ ମଧ୍ୟ ଏହାର ଫଳ ପ୍ରାପ୍ତ ହୋଇଥାଏ । ଦାନକୁ କୌଣସି ଗରିବ ପ୍ରତି ସାହାଯ୍ୟ ମନେନକରି ଏହାକୁ ସୃଷ୍ଟିକର୍ତ୍ତାଙ୍କ ପ୍ରତି ସମର୍ପଣ ବିଚାର କରିବାକୁ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି ।

Read More
{}{}