Hindi News >>Home >>Odisha LifeStyle and Others

Shukra Gochar 2023: ବିଛାକୁ ଚଳନ କରିବେ ଶୁକ୍ର, ବଦଳିଯିବ ଏହିସବୁ ରାଶିଙ୍କ ଭାଗ୍ୟ

Shukra Rashi Parivartan Astrology Prediction: ଶୁକ୍ର ଡିସେମ୍ବର ୨୫, ସକାଳ ୬ଟା ୫୫ ମିନିଟ୍ ସମୟରେ ବିଛା ରାଶିରେ ପ୍ରବେଶ କରିବେ। ତେବେ, ଶୁକ୍ରଙ୍କ ଚଳନ ତିନି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଇଛି। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ତିନି ରାଶି ଗୁଡିକ ବିଷୟରେ...

Advertisement
 Shukra Gochar 2023: ବିଛାକୁ ଚଳନ କରିବେ ଶୁକ୍ର,  ବଦଳିଯିବ ଏହିସବୁ ରାଶିଙ୍କ ଭାଗ୍ୟ
Stop
Zee Odisha Desk|Updated: Dec 18, 2023, 11:49 AM IST

Shukra Rashi Parivartan Astrology Prediction: ଜ୍ୟୋତିଶ ଶାସ୍ତ୍ରରେ ଶୁକ୍ରଙ୍କୁ (venus)ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଶୁଭଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ (shukra gochar 2023) ଅବସ୍ଥା ଖରାପ ହୁଏ,ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ। ତେବେ, ଏହି କ୍ରମରେ ଶୁକ୍ର ଡିସେମ୍ବର ୨୫, ସକାଳ ୬ଟା ୫୫ ମିନିଟ୍ ସମୟରେ ବିଛା ରାଶିରେ ପ୍ରବେଶ କରିବେ। ତେବେ, ଶୁକ୍ରଙ୍କ ଚଳନ ତିନି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଇଛି। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ତିନି ରାଶି ଗୁଡିକ ବିଷୟରେ...

ALSO READ: Dhanu Sankranti 2023: ଧନୁ ସଂକ୍ରାନ୍ତିରେ ରାଜଯୋଗ, ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ

ବୃଷ: ବିଛାରେ ଶୁକ୍ରଙ୍କ ଚଳନ ଯୋଗୁଁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।  ଯେହେତୁ ଶୁକ୍ର ବୃଷର ପ୍ରଭୁ ଅଟନ୍ତି, ତେଣୁ ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟିବାକୁ ଯାଉଛି। ଏହି ଅବଧିରେ ପୁରୁଣା ବିନିଯୋଗରୁ  ଲାଭ ପାଇବେ। ଅଟକି ରହିଥିବା ଟଙ୍କା ମଧ୍ୟ ଫେରସ୍ତ ପାଇବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପ୍ରସାଧନ ସାମଗ୍ରୀ ସହ ଜଡିତ ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। 

ତୁଳା: ଶୁକ୍ରଙ୍କ ଆର୍ଶିବାଦ କାରଣରୁ ଏହି ରାଶିର ଲୋକେ ମାଲାମାଲ୍ ହେବେ। ପୂର୍ବବର୍ଷ, ଅପେକ୍ଷା ଏ-ବର୍ଷ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। 

ବିଛା:  ଶୁକ୍ରଙ୍କ ଚଳନ ବିଛା ରାଶି ଲୋକଙ୍କ ଭାଗ୍ୟ ବଦଳାଇବ। କର୍ମକ୍ଷେତ୍ରରେ ବଡ଼ ପଦବୀ ପାଇପାରନ୍ତି। ଆୟ ବଢିବ। ଶୀଘ୍ର ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଶକ୍ତିଶାଳୀ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି। ବ୍ୟବସାୟରେ ଲାଭ ମଧ୍ୟ ଖୁବ୍ ଅଧିକ ହେବ। ପ୍ରେମ ଏବଂ ବିବାହିତ ଜୀବନ ସୁଖମୟ ହେବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

Read More
{}{}