Hindi News >>Home >>Odisha LifeStyle and Others

Vastu Tips: ଭାଗ୍ୟ ଚମକାଇବ ଘରେ ଥିବା ଏହି ଗଛ, ଟଙ୍କାରେ ଭରିଯିବ ପକେଟ୍ !

Vastu Tips: କୁହାଯାଏ, ଖରାପ ବାସ୍ତୁ ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ସେହିପରି ବାସ୍ତୁଶାସ୍ତ୍ରର ପ୍ରଭାବ ଘର ବ୍ୟତୀତ ଗଛ ଲତାରେ ମଧ୍ୟରେ ରହିଥାଏ। କୁହାଯାଏ, କିଛି ଗଛ ସକାରାତ୍ମକ ଶକ୍ତି ଦେଇଥାଆନ୍ତି । କିନ୍ତୁ ସେହି ଗଛକୁ ସଠିକ୍ ଦିଗରେ ଲଗାଇବା ଜରୁରୀ। ବାସ୍ତୁ ଶାସ୍ତ୍ରରେ, ଏମିତି କିଛି ଗଛମାନଙ୍କ ବିଷୟରେ କୁହାଯାଇଛି, ଯେଉଁ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 05, 2023, 06:16 AM IST

Vastu Tips: ବାସ୍ତୁଶାସ୍ତ୍ର ଲୋକଙ୍କ ଜୀବନ ଉପରେ ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ଘର ତିଆରି କରିବା ସମୟରେ ଘରର ବାସ୍ତୁ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡିଥାଏ। କୁହାଯାଏ, ଖରାପ ବାସ୍ତୁ ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ସେହିପରି ବାସ୍ତୁଶାସ୍ତ୍ରର ପ୍ରଭାବ ଘର ବ୍ୟତୀତ ଗଛ ଲତାରେ ମଧ୍ୟରେ ରହିଥାଏ। କୁହାଯାଏ, କିଛି ଗଛ ସକାରାତ୍ମକ ଶକ୍ତି ଦେଇଥାଆନ୍ତି । କିନ୍ତୁ ସେହି ଗଛକୁ ସଠିକ୍ ଦିଗରେ ଲଗାଇବା ଜରୁରୀ। ବାସ୍ତୁ ଶାସ୍ତ୍ରରେ, ଏମିତି କିଛି ଗଛମାନଙ୍କ ବିଷୟରେ କୁହାଯାଇଛି, ଯେଉଁ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବା ସହ ଧନ ଲାଭ ହୋଇଥାଏ ।

  • ଅନେକ ଗୁଣରେ ଭରପୂର ଘିକୁଆଁରୀ ଗଛ ଖାଲି ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ତାହା ନୁହେଁ । ବାସ୍ତୁଶାସ୍ତ୍ରରେ ମଧ୍ଯ ଘିକୁଆଁରୀ ଗଛକୁ ଶୁଭ ବୋଲି ବିବେଚନା କରାଯାଇଥାଏ । କୁହାଯାଏ, ଯେଉଁଠି ଆଲୋବେରା ବା ଘିକୁଆଁରୀ ଗଛ ରହିଥାଏ ସେଠି ସମସ୍ୟା ପାଖ ମାଡ଼ି ନଥାଏ । ଏହାକୁ ଘରେ ଲଗାଇବା ଦ୍ବାରା ସକରାତ୍ମକ ଉର୍ଜା ମିଳିବା ସହ ପରିବାରରେ ଅଭିବୃଦ୍ଧି ହୋଇଥାଏ । ଏହି ଗଛକୁ ଘରେ ଲଗାଇବା ଦ୍ବାରା ସୌଭାଗ୍ୟ ବୃଦ୍ଧି ହେବା ସହ ସଫଳତାରେ ଆସୁଥିବା ବାଧ୍ୟାବିଘ୍ନ ଦୂର ହୋଇଥାଏ ।
  • ଏହାକୁ ଆପଣ ଘରର କୌଣସି ଦିଗରେ ମଧ୍ୟ ଲଗାଇ ପାରିବେ । ଅଭିବୃଦ୍ଧି ପାଇଁ ଘିକୁଆଁରୀ ଗଛକୁ ଘରର ପଶ୍ଚିମ ଦିଗରେ ଲଗାଇବା ଉଚିତ୍ । ଏହାଛଡ଼ା ଏହି ଗଛକୁ ଆପଣ ଘରର ଦକ୍ଷିଣ-ପୂର୍ବ କୋଣରେ ମଧ୍ୟ ଲଗାଇପାରିବେ । ଏହି ଗଛ ସକାରାତ୍ମକ ଉର୍ଜା ସୃଷ୍ଟି କରିବା ସହ ଘର ଭିତରେ ସକରାତ୍ମକତା ବୃଦ୍ଧି ଘଟାଇଥାଏ ।
  • ଏହି ଗଛ ଲଗାଇବା ଦ୍ବାରା ଘରର ବାତାବରଣ ସହ ପରିବାରରେ ଶୃଙ୍ଖଳା ରହିଥାଏ । ଏହି ଗଛକୁ ଘରେ ଲଗାଇବା ଦ୍ବାରା ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ । ପରିବାର ସଦସ୍ୟଙ୍କ ମଧ୍ଯରେ ମଧୁରତା ଆସିବା ସହ ପ୍ରେମ ଓ ପ୍ରତିଷ୍ଠାତା ବଢ଼ିଥାଏ । ପୂର୍ବ କୋଣରେ ଏହାକୁ ଲଗାଇବା ଲଗାଇବା ଦ୍ବାରା ମନକୁ ଶାନ୍ତି ମିଳିଥାଏ ।
  • ଏହି ଗଛକୁ ସବୁବେଳେ ଉତ୍ତର ପଶ୍ଚିମ କୋଣରୁ ଦୂରରେ ରଖିବା ଆବଶ୍ୟକ । ଏହାକୁ ଘରର ବଗିଚା ଓ ବାଲକୋନୀରେ ଲଗାଇବା ଶୁଭ ହୋଇଥାଏ । ଘିକୁଆଁରୀକୁ ଗଛକୁ ଧନ ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ ।
  • ଏହାକୁ ଲଗାଇବା ଦ୍ବାରା ଆର୍ଥିକ ସ୍ଥିରତା ଆସିଥାଏ । ଗୁରୁତ୍ବପୂର୍ଣ୍ଣ କଥା, ଆଲୋବେରା ଗଛରେ ଆବଶ୍ୟକତା ଠାରୁ ଅଧିକ ପାଣି ଦେବା ଅନୁଚିତ୍ । ଏହି ଗଛ କମ୍ ପାଣିର ଆବଶ୍ୟକତା କରିଥାଏ । ଅଧିକ ପାଣି ଦେଲେ ତାହା ହଳଦିଆ ପଡ଼ିଯାଏ ।    

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 
Read More
{}{}