Hindi News >>Home >>Odisha LifeStyle and Others

Excessive yawning: ଦିନରେ ଅଧିକ ହାଇ ଆସୁଛି କି? ତାହାଲେ ଏହି ଘାତକ ରୋଗରେ ଅଛନ୍ତି ପୀଡିତ !

Excessive yawning causes: ହାଇ ଆସିବା ଏକ ସାମାନ୍ୟ କଥା କିନ୍ତୁ ଅଧିକ ଥର ହାଇ ମାରିବା କୌଣସି ଗୁରୁତର ରୋଗର କାରଣ ମଧ୍ୟ ହୋଇପାରେ। ସମୟ ପୂର୍ବରୁ ଏହାର ନିରାକରଣ କରା ନକଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖିନ ହେବାକୁ ପଡି଼ପାରେ। ଆସନ୍ତୁ ଜାଣିବା ଏମିତି କିଛି ରୋଗ ବିଷୟରେ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 22, 2023, 05:49 PM IST

Excessive yawning causes: ହାଇ ଆସିବା ଏକ ସାମାନ୍ୟ କଥା। ଆମକୁ ଥକ୍କା ଲାଗୁଥିଲେ କିମ୍ବା ନିଦ ଆସୁଥିଲେ ଆମେ ହାଇ ମାରିଥାଉ। ଜଣେ ବ୍ୟକ୍ତି ସାଧାରଣ ଭାବରେ ଦିନକୁ ୫ରୁ ୧୯ ଥର ହାଇ ମାରିଥାଏ। ଏହାଛଡା଼ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ୧୦୦ରୁ ଉର୍ଦ୍ଧ୍ୱ ଥର ହାଇ ମାରନ୍ତି। ଏହାର ମୁଖ୍ୟ କାରଣ ହେଉଛି ନିଦ ଅସମ୍ପୂର୍ଣ୍ଣ ରହିବା। କୌଣସି ମେଡି଼ସିନର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ମଧ୍ୟ ବାରମ୍ବାର ହାଇ ଆସିଥାଏ। ତେବେ ଅଧିକ ଥର ହାଇ ମାରିବା କୌଣସି ଗୁରୁତର ରୋଗର କାରଣ ମଧ୍ୟ ହୋଇପାରେ। ସମୟ ପୂର୍ବରୁ ଏହାର ନିରାକରଣ କରା ନକଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖିନ ହେବାକୁ ପଡି଼ପାରେ। ଆସନ୍ତୁ ଜାଣିବା ଏମିତି କିଛି ରୋଗ ବିଷୟରେ।

ହୃଦରୋଗର ସଙ୍କେତ

ଆମ ଶରୀରରେ ଥିବା ଭାଗସ୍‌ ନର୍ଭ୍‌ସ ପାରାସିମ୍ପାଥେଟିକ ସ୍ନାୟୁ ପ୍ରଣାଳୀର ମୁଖ୍ୟ ସ୍ନାୟୁ ଅଟେ ଯାହା କି ମସ୍ତିଷ୍କଠାରୁ ହୃତପିଣ୍ଡ ଦେଇ ପେଟ ପର୍ଯ୍ୟନ୍ତ ଯାଇଥାଏ। ହୃତପିଣ୍ଡ ପାଖରେ ରକ୍ତଶ୍ରାବ କିମ୍ବା ହୃଦଘାତର ସମ୍ଭାବନା ଥିଲେ ମଧ୍ୟ ବାରମ୍ବାର ହାଇ ଆସିଥାଏ ବୋଲି କିଛି ଗବେଷକ ମତ ଦେଇଛନ୍ତି।

ସ୍ଲିପ ଆପ୍ନିଆ (Sleep Apnea)

ଏହି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ନିଶ୍ୱାସ ପ୍ରଶ୍ୱାସ ବେଳେ ବେଳେ ବନ୍ଦ ହୋଇଯାଏ। ଶୋଇବା ସମୟରେ ଏହି ଲକ୍ଷଣ ଦେଖାଯିବା କାରଣରୁ ମଣିଷର ନିଦ ଭାଙ୍ଗିଯାଏ ଫଳରେ ରାତି ଅନିଦ୍ରା ହେବାକୁ ପଡେ଼। ଏହି କାରଣରୁ ଦିନରେ ଅଧିକ ହାଲିଆ ଲାଗିବା ସହ ମଣିଷ ଅଳସୁଆ ପ୍ରକୃତିର ହୋଇଯାଏ। ଫଳରେ ବାରମ୍ବାର ହାଇ ଆସିଥାଏ।

ହାଇପୋଗ୍ଲାଇସିମିଆ (Hypoglycemia)

ବାରମ୍ବାର ହାଇ ଆସିବା ହାଇପୋଗ୍ଲାଇସିମିଆର ସଙ୍କେତ ହୋଇପାରେ। ରକ୍ତରେ ଶର୍କରାର ପରିମାଣ କମିଗଲେ ଏହି ରୋଗ ହୋଇଥାଏ। ଏହାଦ୍ୱାରା ମଧ୍ୟ ଜଣେ ବ୍ୟକ୍ତିକୁ ଅଧିକ ହାଲିଆ ଲାଗିବା ସହ ବାରମ୍ବାର ହାଇ ଆସିଥାଏ।

ଇନ୍‌ସୋମନିଆ (Insomnia)

ଏହି ରୋଗରେ ପୀଡି଼ତ ବ୍ୟକ୍ତିଙ୍କୁ ନିଦ ବହୁତ କଷ୍ଟରେ ହୋଇଥାଏ। ଶୋଇବା ପରେ ଥରେ ଉଠିଗଲେ ଆଉ ଏମାନଙ୍କୁ ନିଦ ହୋଇ ନଥାଏ। ରାତିରେ ନିଦ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏମାନଙ୍କୁ ଦିନ ସମୟରେ ଅଧିକ ନିଦ ଲାଗିଥାଏ ଫଳରେ ଏମାନେ ବାରମ୍ବାର ହାଇ ମାରିଥାଆନ୍ତି।

ନାର୍କୋଲେପ୍‌ସୀ (Narcolepsy)

ଏହା ନିଦ ସହିତ ଜଡି଼ତ ଏକ ମାରାତ୍ମକ ରୋଗ ଅଟେ। ଏହି ଗୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ କେତେବେଳେ ବି ନିଦ ଆସିଯାଇଥାଏ। ଏହିପରି କି ଗାଡି଼ ଚଲାଇବା ସମୟରେ ବି ଏମାନେ ଶୋଇ ପଡ଼ନ୍ତି। ତେବେ ଦିନ ସମୟରେ ବାରମ୍ବାର ନିଦ ଆସୁଥିବାରୁ ଏମାନେ ଅନେକ ଥର ହାଇ ମାରିଥାଆନ୍ତି।

Also Read-Tea on Empty Stomach: ସକାଳୁ ଖାଲି ପେଟରେ 'ଚା' ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ଭୋଗିବେ ଏହି ସବୁ ସମସ୍ଯା

Also Read-Drinking alcohol: ନିୟମିତ ମଦ ପିଉଛନ୍ତି କି? କମିବ ବୟସ, ଭୋଗିବେ ଏହି ସବୁ ପ୍ରାଣଘାତୀ ରୋଗ

Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

 

 

Read More
{}{}