Hindi News >>Home >>Odisha LifeStyle and Others

Health Tips: 'ଜିଭ'ରୁ ଜଣାପଡ଼ିଥାଏ ଅନେକ ରୋଗର ରହସ୍ୟ, ଏହି ୫ଟି ଜିନିଷରୁ ଜାଣନ୍ତୁ କେମିତ ଅଛି ଆପଣଙ୍କ ସ୍ୱାସ୍ଥ୍ୟ

Tongue: ରୋଗୀମାନେ ଯେତେବେଳେ ଶାରୀରିକ ପରୀକ୍ଷା ପାଇଁ ଯାଆନ୍ତି, ଡାକ୍ତର ପ୍ରଥମେ ସେମାନଙ୍କୁ ଜିଭ ଦେଖାଇବାକୁ କୁହିଥାଆନ୍ତି । ଏହାର କାରଣ, ଜିଭ ଦ୍ବାରା ଆମ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜଣା ଯାଇଥାଏ ।  ଜିଭ ରଙ୍ଗର ପରିବର୍ତ୍ତନକୁ ଦେଖି ଡାକ୍ତରମାନେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ଅଛି କି ନାହିଁ ସେ ନେଇ ଅନୁମାନ କରିଥାଆନ୍ତି ? 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 09, 2023, 09:10 AM IST

Tongue Diseases: ସାଧାରଣତଃ ଆମେ ହସ୍ପିଟାଲ ଗଲେ ଡ଼ାକ୍ତର ପ୍ରଥମେ ଜିଭ(Tongue) ଦେଖାଇବା ଲାଗି କହିଥାଆନ୍ତି । ଏହାର କାରଣ ଜିଭ ରଙ୍ଗର ପରିବର୍ତ୍ତନକୁ ଦେଖି ଡାକ୍ତରମାନେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି କି ନାହିଁ ସେ ନେଇ ଅନୁମାନ ଲଗାଇପାରନ୍ତି । ଶରୀରକୁ ପ୍ରଭାବିତ କରୁଥିବା ଅନେକ ରୋଗର ଲକ୍ଷଣ ପ୍ରାୟତଃ ଜିଭରେ ଦେଖାଦେଇଥାଏ । ଯେତେବେଳେ ରୋଗୀମାନେ ଶାରୀରିକ ପରୀକ୍ଷା ପାଇଁ ଯାଆନ୍ତି, ଡାକ୍ତର ପ୍ରଥମେ ସେମାନଙ୍କୁ ଜିଭ ଦେଖାଇବାକୁ କୁହିଥାଆନ୍ତି । ଏହାର କାରଣ, ଜିଭ ଦ୍ବାରା ଆମ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜଣା ଯାଇଥାଏ ।  ଜିଭ ରଙ୍ଗର ପରିବର୍ତ୍ତନକୁ ଦେଖି ଡାକ୍ତରମାନେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ଅଛି କି ନାହିଁ ସେ ନେଇ ଅନୁମାନ କରିଥାଆନ୍ତି ?  ତେବେ ଆସନ୍ତୁ ଜାଣିବା ଜିଭ ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ କେଉଁ ସବୁ ସମସ୍ୟାକୁ ଦେଖାଇଥାଏ ।

ପାଟି ଭିତରେ ଧଳା ଦାଗ (white spot on tongue) : ଜିଭରେ ଧଳା ଦାଗ ଦେଖାଯିବା ଖମୀର ସଂକ୍ରମଣର (yeast infection) ସଙ୍କେତ ହୋଇଥାଏ । ଏହି ସମସ୍ୟା ସାଧାରଣତଃ ଶିଶୁ ଓ ବୃଦ୍ଧମାନଙ୍କଠାରେ ଅଧିକ ଦେଖାଯାଏ । ଜିଭରେ ଧଳା ଦାଗ (white spot on tongue) ମଧ୍ୟ ଲ୍ୟୁକୋପ୍ଲାକିଆର ସମସ୍ୟା ନେଇ ସଙ୍କେତ ଦେଇଥାଏ । ଅଧିକାଂଶ ଲ୍ୟୁକୋପ୍ଲାକିଆ ପ୍ୟାଚ୍ (leukoplakia) କର୍କଟ ରୋଗ ହୋଇନଥାଏ, ଯଦିଓ ଏହା କିଛି କର୍କଟ ରୋଗର ଲକ୍ଷଣ ମଧ୍ଯ ହୋଇପାରେ । ତମାଖୁ (Tobacco) ଖାଉଥିବା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ ।

ମାଉଥ ସିଣ୍ଡ୍ରୋମ (Mouth Syndrome) : ଏହା ଏପରି ଏକ ସମସ୍ୟା, ଯେଉଁଥିରେ ଜିଭ ସମେତ ପୁରା ପାଟିରେ ଜଳିବା ଭଳି ଅନୁଭବ ହୋଇଥାଏ। ଏହି କାରଣରୁ, ଗଳା ଯନ୍ତ୍ରଣା ଓ ସ୍ୱାଦର ପରିବର୍ତ୍ତନ ଭଳି ସମସ୍ୟା ଉପୁଜିଥାଏ ।

ଜିଭରେ କେଶ (Hairy tongue): ଅନେକ ଲୋକଙ୍କ ଜିଭରେ କଳା ଓ ମୋଟା ସ୍ତର ହୋଇଯାଇଥାଏ, ଏହାପରେ ଜିଭରେ କେଶ ବୃଦ୍ଧି ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଏହି ରୋଗକୁ “ବ୍ଲାକ୍ ହେୟାର ଟଅଙ୍ଗ ସିଣ୍ଡ୍ରୋମ” (Black Hairy Tongue Syndrome) କୁହାଯାଏ । କଳା କେଶ ଜିଭ ସିଣ୍ଡ୍ରୋମର ଏକ ଦୁର୍ବଳ ଅବସ୍ଥା ଅଟେ ।  ଚର୍ମରେ ମୃତ କୋଷଗୁଡ଼ିକ ବାହାରିବା ଆରମ୍ଭ କରିବା ସମୟରେ ଏହି ଭଳି ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ଜିଭରେ ଏକ କଳା ମୋଟା ଆସ୍ତରଣ ଦେଖାଦେଇଥାଏ ।

ଲାଲ ଜିଭ (Red tongue) : ଜିଭ ଲାଲ ପଡ଼ିବା “କାୱାସାକି” (kawasaki ) ରୋଗର ଲକ୍ଷଣ ହୋଇପାରେ । ଏହି ରୋଗ ଶରୀରରେ ରକ୍ତବାହୀ (Blood Vessels) ଓ ଭାସ୍କୁଲାଇଟିସ୍ କାନ୍ଥରେ ପ୍ରଦାହ ସୃଷ୍ଟି କରେ । ଅଧିକାଂଶ ୧ ରୁ ୫ ବର୍ଷ ମଧ୍ୟରେ ଥିବା ପିଲା କାୱାସାକି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ତଥାପି ଶିଶୁଙ୍କ ଛଡ଼ା ଏହି ରୋଗ କିଶୋରମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଜ୍ୱରରେ ପୀଡିତ ରୋଗୀମାନଙ୍କଠାରେ ମଧ୍ଯ ଅନେକ ଥର ଲାଲ ଜିଭ ସମସ୍ୟା ଦେଖାଦେଇଥାଏ ।

କଳା ଜିଭ (Black tongue): ଆଣ୍ଟାସିଡ୍ ଟାବଲେଟ୍ (Antacid Tablet) ଓ ମଧୁମେହ (Diabetes) ରୋଗୀଙ୍କ ଠାରେ ଏହି ସମସ୍ୟା ଦେଖାଦେଇଥାଏ । ଏହି ଟାବଲେଟ ଗୁଡ଼ିକରେ ବିସ୍ମୁଥ୍ ଧାତୁ ଥାଏ । ଏହି ଧାତୁ ସଲଫର ସହିତ ମିଶିଥାଏ, ଯାହା ପାଟିରେ ଓ ହଜମ ପ୍ରକ୍ରିୟାରେ ରହିଥାଏ  । ଏହି ଦୁଇଟିର ମିଶ୍ରଣ ହେତୁ ଜିଭ ବେଳେବେଳେ କଳା ହୋଇଯାଏ ।  ସଠିକ୍ ଚିକିତ୍ସା ଦ୍ୱାରା ଏହା ଆରୋଗ୍ୟ ହୋଇପାରିବ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

 
Read More
{}{}