Hindi News >>Home >>Odisha LifeStyle and Others

Tomato Flu: କ’ଣ ଏହି ଟମାଟୋ ଫ୍ଲୁ, ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

Tomato Flu: ଏହି ରୋଗରେ ଚର୍ମରେ ଲାଲ ଚିହ୍ନ ଦେଖାଯାଇଥାଏ ଓ ବଡ ବଡ ପିମ୍ପଲ୍ ମଧ୍ୟ ଦେଖାଯାଏ । କୁହାଯାଉଛି ଯେ ସମାନ ଲକ୍ଷଣ ମଧ୍ୟ କୋରୋନା, ଚିକନଗୁନିଆ, ଡେଙ୍ଗୁ ଓ ମଙ୍କିପକ୍ସ ସଂକ୍ରମଣରେ ଦେଖାଯାଏ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Aug 21, 2022, 12:42 PM IST

Tomato Flu: ଆଜିକାଲି ଭାରତରେ ଟମାଟୋ ଫ୍ଲୁ (Tomato flu) ରୋଗ ଅଧିକ ଚର୍ଚ୍ଚାରେ ରହିଛି, ବର୍ତ୍ତମାନ ସୁଦ୍ଧା କୋରୋନା (Corona) ସମ୍ପୁର୍ଣ୍ଣ ଭାବରେ ଲୋପ ପାଇଁ ନାହିଁ ଓ ପୁଣି ଏକ ନୂତନ ରୋଗ ସାମ୍ନାକୁ ଆସିଛି? ଏହି ଫ୍ଲୁ ଯୋଗୁଁ ଅନେକ ସଂକ୍ରମଣ ହେବା ପରେ କେରଳରେ (Kerala) ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଜାଣନ୍ତୁ ଟମାଟୋ ଫ୍ଲୁ କ’ଣ, ଏହାର ଲକ୍ଷଣ ଓ ମୃତ୍ୟୁ ହାର କ’ଣ ରହିଛି? ଭାରତରେ ଏହାର ଚିକିତ୍ସା କ’ଣ ଓ ଏହାକୁ କିପରି ଏଡାଯାଇପାରିବ ।

ବାସ୍ତବରେ, ପାଦ ଓ ପାଟି ସହିତ ଜଡିତ ଏହି ସଂକ୍ରମଣକୁ ଟମାଟୋ ଜ୍ୱର ବା ଟମାଟୋ ଫ୍ଲୁ କୁହାଯାଏ । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୨ ଟି ମାମଲା ପଞ୍ଜିକୃତ ହୋଇଛି । ଏହି ମାମଲା ମେ' ୬ ରେ କେରଳର କୋଲାମ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଲାନସେଣ୍ଟ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ପିଲାଙ୍କ ବୟସ ପାଞ୍ଚ ବର୍ଷରୁ କମ୍ । ଏହାର ନାମ ଟମାଟୋ ଫ୍ଲୁ ହୋଇପାରେ, କିନ୍ତୁ ଟମାଟୋ ସହିତ ଏହାର କୌଣସି ସମ୍ପର୍କ ନାହିଁ ।

ରିପୋର୍ଟରେ କୁହାଯାଇଛି ଯେ ଏହି ରୋଗରେ ଚର୍ମରେ ଲାଲ ଚିହ୍ନ ଦେଖାଯିବା ଆରମ୍ଭ ହୁଏ ଓ ବଡ ବଡ ଦାଗ ମଧ୍ୟ ହୋଇଯାଏ । କୁହାଯାଉଛି ଯେ ଏହି ପ୍ରକାର ଲକ୍ଷଣ କୋରୋନା, ଚିକନଗୁନିଆ, ଡେଙ୍ଗୁ ଓ ମଙ୍କିପକ୍ସ ସଂକ୍ରମଣରେ ମଧ୍ୟ ଦେଖାଯାଏ । ବୋଧହୁଏ ଲାଲ୍ ଫୁଲା ଯୋଗୁଁ ଏହାର ନାମ ଟମାଟୋ ଫ୍ଲୁ ରଖାଯାଇଛି । ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ, ଯାହା ଗୋଟିଏ ପିଲାଠାରୁ ଅନ୍ୟ ପିଲାକୁ ବ୍ୟାପିପାରେ । ଅନ୍ୟାନ୍ୟ ଲକ୍ଷଣ ବିଷୟରେ କହିବାକୁ ଗଲେ, ଏଥିରେ ଚର୍ମ ଦାଗ, ଉଚ୍ଚ ଜ୍ୱର, ଶରୀର ପୀଡା,  ଗଣ୍ଠି ଫୁଲିଯିବା, ଡିହାଇଡ୍ରେସନ୍ ଓ ଥକ୍କାପଣ ଅନ୍ତର୍ଭୁକ୍ତ ରହିଛି ।

ଏହି ରୋଗ ବିଷୟରେ ବିଶେଷ କଥା ହେଉଛି ଏହା ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ଏହି କାରଣରୁ ପିଲାମାନଙ୍କର ଚର୍ମ ଜଳିବା ଓ କୁଣ୍ଡେଇ ହେବା ଦେଖାଯାଏ । ଏହା ବ୍ୟତୀତ, ଯେତେବେଳେ ଏହି ରୋଗରେ ଜଣେ ଶିଶୁ ସଂକ୍ରମିତ ହୁଏ, ତାକୁ ପ୍ରବଳ ଜ୍ୱର ମଧ୍ୟ ହୁଏ । ଟମାଟୋ ଫ୍ଲୁରେ ସଂକ୍ରମିତ ପିଲାମାନଙ୍କର ଦେହ ଓଗଣ୍ଠି ଯନ୍ତ୍ରଣା ସହିତ ଡିହାଇଡ୍ରେସନ୍ ସମସ୍ୟା ଦେଖାଯାଏ ।

ଏହି ରୋଗ ବିଷୟରେ କୁହାଯାଇଥିଲା ଯେ ଏହା ସାଂଘାତିକ ନୁହେଁ । ଏଭଳି ପରିସ୍ଥିତିରେ ମୃତ୍ୟୁ ହାର ବର୍ତ୍ତମାନ ଶୂନ୍ୟ । ତେବେ ଏହି ରୋଗ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଅଧିକାରିକ ବୟାନ ଦିଆଯାଇ ନାହିଁ । କିନ୍ତୁ ଲକ୍ଷଣଗୁଡିକର ଠିକ ସମୟରେ ଚିହ୍ନଟ ଓ ସଂକ୍ରମିତ ଲୋକଙ୍କୁ ପୃଥକ କରି ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଏଥିରେ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ପିଲାମାନେ ଅଧିକ ସତର୍କ ରହିବା ଆବଶ୍ୟକ ।

ଯଦି ଆପଣଙ୍କ ପିଲାଙ୍କର ଟମାଟୋ ଫ୍ଲୁର ଲକ୍ଷଣ ଅଛି, ତେବେ ପିଲାକୁ ଭଲ ଡାକ୍ତରଙ୍କୁ ଦେଖାନ୍ତୁ । ଏହା ଧ୍ୟାନରେ ରଖନ୍ତୁ ଯେ ପିଲାଟି ଯେପରି ସେ ଜାଗା ନ କୁଣ୍ଡେଇବ ଓ ଏହାକୁ ସଠିକ୍ ଭାବରେ ସଫା କରାଯିବା ଉଚିତ୍ । ତାଙ୍କୁ ସଠିକ୍ ଭାବରେ ବିଶ୍ରାମ ଦିଅନ୍ତୁ ଓ ସମୟ ସମୟରେ ତାଙ୍କୁ ପାଣି ଦିଅନ୍ତୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ଉଚିତ ।

ଏହା ବି ପଢ଼ନ୍ତୁ: ପ୍ରବଳ ବନ୍ୟା ଯୋଗୁଁ ଧୋଇଗଲା ରେଳ ବ୍ରିଜ; ଟ୍ରେନ ସେବା ବ୍ୟାହତ, ଦେଖନ୍ତୁ Video

Read More
{}{}