Hindi News >>Home >>Odisha LifeStyle and Others

Sani Upay: ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, କଟିବ ଶନିଦଶା ବଦଳିବ ଆପଣଙ୍କ ଭାଗ୍ୟ!

Sani Upay:  ଶନିଦେବ (Shani Dev) ଲୋକଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି।  ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଆଉ ଯଦି ଆପଣଙ୍କ ଜାତକରେ ଶନି ଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ (Saturday Remedies) ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 27, 2023, 08:59 AM IST

Sani Upay: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev) ଏକ ନିଷ୍ଠୁର ଗ୍ରହ ବୋଲି  କୁହାଯାଏ।  ଶନିଦେବ (Shani Dev) ଲୋକଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି। ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଆଉ ଯଦି ଆପଣଙ୍କ ଜାତକରେ ଶନି ଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ (Saturday Remedies) ।
 

ଶନିବାର ଦିନ କରନ୍ତୁ ଏହି ସବୁ କାମ, ଶନିଦେବ ହେବେ ସନ୍ତୁଷ୍ଟ:

-ଶନିବାର ଦିନ ଶନି ଦେବଙ୍କ କୃପା ଲାଭ କରିବା ଲାଗି ଉପବାସ ପାଳନ କରନ୍ତୁ । ଏହି ଦିନ ବ୍ରହ୍ମା ମୁହୁର୍ତ୍ତରେ ସ୍ନାନ କରି ଶନି ଦେବଙ୍କ ମୂର୍ତ୍ତି ପୂଜା କରନ୍ତୁ । ଶନି ମନ୍ଦିର ଯାଇ ଏହି ଦିନ ଶନି ଦେବଙ୍କୁ ନୀଳ ଲାଜୱନ୍ତୀ ଫୁଲ, କଳା ତେଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି । ଦୁଖଃ କଷ୍ଟ ଦୂର ହୋଇଥାଏ ।  

Also Read: Road Accident: ସମ୍ପର୍କୀୟଙ୍କ ସୁଧିକ୍ରିୟା ସାରି ଫେରୁଥିଲା ବେଳେ ଖାତକୁ ଖସିଲା କାର୍, ଘଟଣାସ୍ଥଳରେ ଚାଲିଗଲା ୫ ଜୀବନ

Also Read: Horoscope Today: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

-ଶନି ଦେବଙ୍କ କୃପା ଲାଭ ପାଇଁ ଓସ୍ତ ଗଛ ମୂଳରେ କଳା ତେଲ ଅର୍ପଣ କରନ୍ତୁ। କ୍ରମାଗତ ଭାବରେ ଏହି ପ୍ରତିକାର କରିବା ଦ୍ୱାରା ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥାଏ ସମସ୍ୟା ଦୂର ହୋଇଥାଏ ।  ଆର୍ଥିକ ସ୍ଥିତି ମଜଭୁତ ରହିଥାଏ ।

-ଶନି ଦଶାରୁ ମୁକ୍ତି ପାଇବା ପାଇଁ ଭକ୍ତିର ସହ ଶନି ଦେବଙ୍କ ପୂଜା କରନ୍ତୁ । ଏହା ବ୍ୟତୀତ ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ପକାଇ ପ୍ରତିଦିନ ଗାଧାନ୍ତୁ। ଏହି ଉପାୟ କରିବା ଦୂରା ଶନି ପୀଡ଼ା ଦୂର ହୋଇଥାଏ । ହନୁମାନ ମନ୍ଦିରରେ ସୁନ୍ଦରକନ୍ଦ ପାଠ କରିବାର ଅନେକ ଲାଭ ଅଛି । ଏହା କେବଳ ଆତ୍ମବିଶ୍ୱାସ ବଢାଏ ତାହା ନୁହେଁ, ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସଫଳତାର ସହ କାର୍ଯ୍ୟକାରୀ କରାଇଥାଏ । ଏଥିଲାଗି ଶନିବାର ଦିନ ହନୁମାନ ମନ୍ଦିରରେ ଘିର ଦୀପ ଜାଳି ପ୍ରାର୍ଥନା କରନ୍ତୁ । ଏହା ବ୍ୟତୀତ ହନୁମାନଙ୍କୁ କଦଳୀ ଅର୍ପଣ କରନ୍ତୁ, ପରେ ଗରିବଙ୍କ ମଧ୍ୟରେ ଏହି ପ୍ରସାଦକୁ ବଣ୍ଟନ କଲେ ବିଶେଷ ଲାଭ ମିଳିଥାଏ ।

- ଯଦି ଆପଣଙ୍କ ରାଶିରେ ଶନି ସାଢେ ସତୀ ଅଛି କିମ୍ବା ଆପଣଙ୍କ ଉପରେ ଶନିଙ୍କ କୋପ ରହିଛି । ତେବେ, ଆପଣ ଶନିବାର ଦିନ ଶନିଙ୍କୁ ପୂଜା କରିବା ପରେ ହନୁମାନ ଚାଳିସା ପାଠ କରନ୍ତୁ। ହନୁମାନ ଚାଳିସା ପାଠ କରିବା ଦ୍ବାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ। କାହିଁକିନା ଶନିଙ୍କ ହନୁମାନଙ୍କୁ ଭୟ କରନ୍ତି । ପୌରାଣିକ କଥା ଏଭଳି ରହିଛି ଯେ, ହନୁମାନ ପିଲାଦିନେ ଥରେ ଶନି ଦେବଙ୍କ ଅହଙ୍କାର ଭାଙ୍ଗିଥିଲେ, ସେବେଠାରୁ ବିଶ୍ୱାସ କରାଯାଏ ଯେ ଶନି ଦେବଙ୍କୁ ଭୟ କରନ୍ତି। ବିଶ୍ୱାସ କରାଯାଏ ଯେ ଶନି ଦେବ କୌଣସି ହନୁମାନ ଭକ୍ତଙ୍କୁ କଦାପି କ୍ଷତି କରନ୍ତି ନାହିଁ। ଯିଏ ହନୁମାନଙ୍କୁ ପୂଜା କରେ, ଶନିଙ୍କ କୃପା ତାଙ୍କ ଉପରେ ରହିଥାଏ।

-ଶନିଙ୍କ ମନ୍ଦ ପ୍ରଭାବରୁ ରକ୍ଷା ପାଇବା ପାଇଁ ଛାୟା ଦାନକୁ ଶୁଭ ବୋଲି ବିବେଚନା କରାଯାଏ । ଏକ ପିତ୍ତଳ ପାତ୍ରରେ ସୋରିଷ ତେଲ ଓ ମୁଦ୍ରା ରଖି ଏଥିରେ ନିଜର ଛାୟିକୁ ଦେଖନ୍ତୁ । ପରେ ଏହି ତେଲକୁ ଗରିବ ଲୋକଙ୍କୁ ଦାନ କରନ୍ତୁ । ଅତି କମରେ ପାଞ୍ଚଟି ଶନିବାର ଏହି ପ୍ରତିକାର କରିବା ଦ୍ବାରା ଶନି ପୀଡ଼ା କମ୍ ହେବା ସହ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}