Hindi News >>Home >>Odisha LifeStyle and Others

Negative Plant: ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଚାରୋଟି ଗଛ, ନଚେତ ମାଡି ଆସିବ ବଡ ବିପଦ !

Negative Plant: ବାସ୍ତୁଶାସ୍ତ୍ର ଅନୁସାରେ କେତେକ ଗଛ ରହିଛି ତାହାକୁ ଘରେ ଲଗାଇବା ଶୁଭ ହୋଲି ବିବେଚନା କରାଯାଏ । କିନ୍ତୁ ଆଉ କେତେକ ଗଛ ରହିଛି ତାହାକୁ ଘରେ ଲାଗାଇବା ଉଚିତ ନୁହେଁ ବୋଲି କୁହନ୍ତି ବାସ୍ତୁଶାସ୍ତ୍ର ବିଷାରଦ ।  କିଛି ଏପରି ଗଛ ରହିଛି ଯାହାକୁ ଘରେ ଲଗାଇବା ମାତ୍ରେ, ନକରାତ୍ମକ ଶକ୍ତି ଜାଗ୍ରତ ହୁଏ ।

Advertisement
Negative Plant: ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଚାରୋଟି ଗଛ, ନଚେତ ମାଡି ଆସିବ ବଡ ବିପଦ !
Stop
Zee Odisha Desk|Updated: Dec 06, 2022, 11:00 AM IST

Negative Plant: ବାସ୍ତୁଶାସ୍ତ୍ର ଅନୁସାରେ କେତେକ ଗଛ ରହିଛି ତାହାକୁ ଘରେ ଲଗାଇବା ଶୁଭ ହୋଲି ବିବେଚନା କରାଯାଏ । କିନ୍ତୁ ଆଉ କେତେକ ଗଛ ରହିଛି ତାହାକୁ ଘରେ ଲାଗାଇବା ଉଚିତ ନୁହେଁ ବୋଲି କୁହନ୍ତି ବାସ୍ତୁଶାସ୍ତ୍ର ବିଷାରଦ ।  କିଛି ଏପରି ଗଛ ରହିଛି ଯାହାକୁ ଘରେ ଲଗାଇବା ମାତ୍ରେ, ନକରାତ୍ମକ ଶକ୍ତି ଜାଗ୍ରତ ହୁଏ । ଏହିଭଳି ଗଛ ଲଗାଇବା ଦ୍ବାରା ଘରେ ଅଧିକାଂଶ ସମୟରେ ଝଗଡା , ସ୍ୱାସ୍ଥ୍ୟ ସମସ୍ୟା ଏବଂ ଦାରିଦ୍ର୍ୟତା ଭଳି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ଚାହାଁନ୍ତି, ତେବେ ଭୁଲରେ ମଧ୍ୟ ଏପରି ଗଛ ଘରେ ଲଗାଯିବା ଉଚିତ୍ ନୁହେଁ ।

ବରଗଛ :

ବରଗଛକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ। ଏଥିପାଇଁ ଅଧିକାଂଶ ଲୋକେ ଏହି ଗଛକୁ ପୂଜା ମଧ୍ୟ କରନ୍ତି । କିଛି ଲୋକେ ଏହି ଗଛକୁ ପୂଜା କରିବା ପାଇଁ ଘର ଅଗଣାରେ ମଧ୍ୟ ଲଗାନ୍ତି ।  କିନ୍ତୁ ଘର ଅଗଣାରେ ଏହି ଗଛ ଲଗାଇବା ଶୁଭ ବୋଲି ଧରାଯାଏ ନାହିଁ। କାହିଁକିନା ଏହି ଗଛ ଘରେ ନକରାତ୍ମକ ଶକ୍ତି ଜାଗ୍ରତ କରିଥାଏ ବୋଲି କିଛି ବାସ୍ତୁ ବିଶେଷଜ୍ଞ ମତ ରଖିଛନ୍ତି । 

ଆକାସିଆ ଗଛ :

ଘର ଅଗଣାରେ କି ବାଡି ବଗିଚାରେ  ଆକାଶିଆ ଗଛ(Babool tree) ଲଗାଇବା ଶୁଭ ବୋଲି ବିବେଚନା କରାଯାଏ ନାହିଁ  । ଘରେ ଏହି ଗଛ ଲଗାଇବା ଦ୍ୱାରା ପରିବାରର ସଦସ୍ୟଙ୍କ ଅନେକ ସମୟରେ ବିଭିନ୍ନ ରୋଗରେ ପଡିଥାନ୍ତି । ଏପରିକି ଏହି ଗଛ ଲଗାଇବା ଦ୍ବାରା ଘରକୁ ବଡ ବିପଦ ମଧ୍ୟ ମାଡି ଆସିପାରେ।  ଯଦି ଆପଣଙ୍କ ଘର ନିକଟରେ ଆକାସିଆ ଗଛ ଅଛି, ତେବେ ମନେରଖନ୍ତୁ ଯେ ଏହା ମୁଖ୍ୟ ଦ୍ୱାର ସାମ୍ନାରେ ରହିବା ଉଚିତ୍ ନୁହେଁ ।

କାକଟସ୍ ଗଛ :

କିଛି ଲୋକେ ଘର ସଜାଇବାକୁ ବହୁତ ଭଲ ପାଆନ୍ତି । ସେଥିପାଇଁ ଘର ଭିତରେ ଅନେକ ପ୍ରକାର ଶୋ ଗଛ ରଖନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ, ଘରେ କାକଟସ୍ ପ୍ଲାଣ୍ଟ ଲଗାଇବା ଅତ୍ୟନ୍ତ ଖରାପ । ଏହି ଗଛ ଘରେ ଲଗାଇବା ଦ୍ବାରା ଅଧିକାଂଶ ସମୟରେ ଘରେ ଝଗଡା ହୁଏ । କାକଟସ୍ ଏକ କଣ୍ଟା ଜାତୀୟ ଗଛ, ଏହା ପରିବାରର ମଧୁରତାକୁ ନଷ୍ଟ କରିପାରେ । କାକଟସ୍ ଲଗାଇବା ମଧ୍ୟ ଦାରିଦ୍ରତାର ମଧ୍ୟ ସମ୍ମୁଖିନ ହେବାକୁ ପଡିଥାଏ । ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କକୁ ଜଟିଳ କରିବା ପାଇଁ ଏହି କଣ୍ଟା ଉଦ୍ଭିଦ କାମ କରେ। 

ତେନ୍ତୁଳି ଗଛ  :

ତେନ୍ତୁଳି ଗଛ ନକାରାତ୍ମକ ଶକ୍ତି ବିସ୍ତାର କରେ । ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ଘର ଅଗଣାରେ ଏହି ତେନ୍ତୁଳୀ ଗଛ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। ଏହା ଗଛ ଘରେ ଅଶାସ୍ତିକୁ ଡାକିଆଣେ। ଏହି ଗଛ ମଧ୍ୟ ଦାରିଦ୍ର୍ୟର ମୁଖ୍ୟ କାରଣ ହୋଇଥାଏ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

Read More
{}{}