Hindi News >>Home >>Odisha LifeStyle and Others

Relationship Tips: କେମିତି ଜାଣିବେ ଆପଣଙ୍କ ପାର୍ଟନର ସ୍ୱାର୍ଥପର କି ନୁହେଁ ?

Relationship Tips: କୌଣସି ସଂପର୍କ କେତେଦିନ ପର୍ଯ୍ୟନ୍ତ ତିଷ୍ଟି ରହିବ ତାହା ଅନେକ ଜିନିଷ ଉପରେ ନିର୍ଭର କରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱାସ, ଏହା ପରେ ଉଭୟ ନିଜ ପାର୍ଟନରଙ୍କ ପ୍ରତି କେତେ ଯତ୍ନଶୀଳ ଏହା ଉପରେ ଧ୍ୟାନ ଦେବା ଉଚିତ୍ ।

Advertisement
Relationship Tips: କେମିତି ଜାଣିବେ ଆପଣଙ୍କ ପାର୍ଟନର ସ୍ୱାର୍ଥପର କି ନୁହେଁ ?
Stop
Tapaswini Mohalik|Updated: Sep 22, 2022, 03:58 PM IST

Relationship Tips: ଯେତେବେଳେ ପ୍ରେମରେ ଆତ୍ମସମର୍ପଣ କରିବା ପରିବର୍ତ୍ତେ, ନିଜ ବିଷୟରେ ଅଧିକ ଚିନ୍ତା କରିବାର ଭାବନା ଜାଗ୍ରତ ହୁଏ, ତେବେ ବୁଝିଯିବେ ଯେ ଏହା ପ୍ରେମ ନୁହେଁ ସ୍ୱାର୍ଥ ଅଟେ । ଏହିପରି ସ୍ୱାର୍ଥପର ବ୍ୟକ୍ତିଙ୍କଠାରୁ ଯେତେ ଦୂରତା ରହିବ ସେତେ ଭଲ । ତେବେ ସ୍ୱାର୍ଥପର ବ୍ୟକ୍ତିଙ୍କୁ କିପରି ଚିହ୍ନିବେ, ଆସନ୍ତୁ ଜାଣିବା...

କୌଣସି ସଂପର୍କ କେତେଦିନ ପର୍ଯ୍ୟନ୍ତ ତିଷ୍ଟି ରହିବ ତାହା ଅନେକ ଜିନିଷ ଉପରେ ନିର୍ଭର କରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱାସ, ଏହା ପରେ ଉଭୟ ନିଜ ପାର୍ଟନରଙ୍କ ପ୍ରତି କେତେ ଯତ୍ନଶୀଳ ଏହା ଉପରେ ଧ୍ୟାନ ଦେବା ଉଚିତ୍ । କିନ୍ତୁ ଅଧିକାଂଶ ସଂପର୍କରେ ସ୍ୱାର୍ଥପରତା ପରିଲିକ୍ଷିତ ହେଉଛି । ଜଣେ ସାଥୀ ଯଦି ସ୍ୱାର୍ଥପର ହୋଇଯାଏ ତେବେ ସଂପର୍କରେ ଫାଟ ସୃଷ୍ଟି ହୁଏ । ହୁଏ ତ ଆପଣଙ୍କ ସାଥୀ ନିଜ ଫାଇଦା ପାଇଁ ଆପଣଙ୍କ ସହ ସମ୍ପର୍କ ରଖିପାରନ୍ତି,  କେବେନା କେବେ ବା ଡେରିରେ ହେଲେବି ବ୍ୟକ୍ତିର ଅସଲ ସ୍ୱଭାବ ଜଣା ପଡ଼ିଯାଏ । ଯଦି ଆପଣଙ୍କ ପାର୍ଟନର ମଧ୍ୟ ଏହିପରି ସ୍ୱାର୍ଥପର ଅଟନ୍ତି, ତେବେ ଆପଣ ତୁରନ୍ତ ସେମାନଙ୍କ ସହିତ ବ୍ରେକଅପ୍ କରିବା ଉଚିତ୍, ନଚେତ୍ ଜୀବନସାରା ଆପଣଙ୍କୁ ଅନୁତାପ କରିବାକୁ ପଡିବ । ଆସନ୍ତୁ ଜାଣିବା କିପରି ଜାଣିବେ ଯେ ଆପଣଙ୍କ ସାଥୀ ତଥା ପାର୍ଟନର ସ୍ୱାର୍ଥପର ଅଟନ୍ତି କି ନାହିଁ....

ଆପଣଙ୍କ ସାଥୀ ସ୍ୱାର୍ଥପର କି ନୁହଁ କିପରି ଚିହ୍ନିବେ?

ବିଲ୍ ଦେବାକୁ କୁଣ୍ଠାବୋଧ-

ଯେତେବେଳେ ଆପଣ କୌଣସି ଲଭ୍ ରିଲେସନସିପରେ ରହୁଛନ୍ତି, ସେତେବେଳେ ଅଧିକାଂଶ ସମୟ ବାହାରେ ବୁଲିବା ଓ ଖାଇବା ପାଇଁ ପସନ୍ଦ କରନ୍ତି । ସାଧାରଣତଃ ଉଭୟ ବିଲ୍ ପେ କରିବା ଉଚିତ୍। କିନ୍ତୁ ଅନେକ ଲଭ ରିଲେସଲସିପରେ କେବଳ ଜଣେ ହିଁ ଅଧିକ ଥର ବିଲ ପେ କରିଥାନ୍ତି । ଆଉ ଯଦି ଆପଣ ସବୁବେଳେ ବିଲ୍ ପେ କରନ୍ତି, ଆଉ ଆପଣଙ୍କ ସାଥୀ ପକେଟ୍ କିମ୍ବା ପର୍ସରେ ବିଲକୁଲ ହାତ ଲଗାନ୍ତି ନାହିଁ କିମ୍ବା ଠିକ୍ ବିଲ୍ ପେ ଟାଇମରେ ହାତ ଧୋଇବା ବାହାନାରେ ଉଠି ଯାଆନ୍ତି, ତାହେଲେ ସାବଧାନ୍! ଏମିତିରେ ଆପଣ ବୁଝିଯିବା ଉଚିତ୍ କି ଆପଣଙ୍କ ସାଥୀ ତଥା ପାର୍ଟନର ସ୍ୱାର୍ଥପର ଅଟନ୍ତି ।  

Also Read: ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ଭାବପ୍ରବଣ ସମର୍ଥନ-

ଯଦି ଆପଣଙ୍କ ସାଥୀ ଆପଣଙ୍କ ଇମୋସନକୁ କାଜୁଆଲି ନିଅନ୍ତି କିମ୍ବା ଆପଣଙ୍କ ଭାବନାକୁ ସମ୍ମାନ କରନ୍ତି ନାହିଁ, ତେବେ ଆପଣ ବୁଝିଯିବା ଉଚିତ୍ କି ତାଙ୍କ ହୃଦୟରେ ଯତ୍ନ ନେବା ଭାବନାର ଅଭାବ ଅଛି । ପ୍ରତ୍ୟେକ ମଣିଷ ନିଜ ଜୀବନରେ ମାନସିକ ଏବଂ ଭାବପ୍ରବଣ ସମର୍ଥନ ବା ଇମୋସନାଲି ସପୋର୍ଟ ଆଶା କରନ୍ତି । ଜୀବନରେ ଅନେକ ବାର ଏହି ଅନୁଭୁତି ଆସେ କି, 'କେହି ଜଣେ ତୋ ମୋ ସହ ଅଛି' । କିନ୍ତୁ ଯଦି ଆପଣ ରିଲେସନସିପରେ ଅଛନ୍ତି, ତଥାପି ଆପଣ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି, ତେବେ ଆପଣ ବୁଝିଯିବା ଦରକାର କି ଆପଣଙ୍କ ସାଥୀ ସ୍ୱାର୍ଥପର ଅଟନ୍ତି ।

କେବଳ ଆପଣ ହିଁ କରନ୍ତି କି ମେସେଜ୍ ଓ କଲ୍ ?

ପ୍ୟାର ମହବତରେ ଫୋନରେ ଲମ୍ବା ସମୟ ପର୍ଯ୍ୟନ୍ତ ଗପିବା, ରେଗୁଲାର ଚାଟ୍ କରିବା ଏହା ସାଧାରଣ କଥା। କିନ୍ତୁ ଯଦି ଆପଣ ହିଁ କେବଳ ବାରମ୍ବାର କଲ୍ ଆରମ୍ଭ କରନ୍ତି କିମ୍ବା ଚାଟ୍ କରନ୍ତି, ଆପଣ ପ୍ରେମ ବ୍ୟକ୍ତ କରନ୍ତି ଏବଂ ଅନ୍ୟ ପାର୍ଶ୍ୱରୁ କୌଣସି ଖାସ୍ ପ୍ରତିକ୍ରିୟା ମିଳିନଥାଏ। ତାହେଲେ ଆପଣଙ୍କୁ ବୁଝିଯିବା ଉଚିତ୍ କି ଆପଣଙ୍କ ସାଥୀ ଆପଣଙ୍କ ସଂପର୍କ ଦାୟିତ୍ୱ ବହନ କରିବାରେ ଅସମର୍ଥ। ଆପଣଙ୍କ ସାଥୀ ବିଲକୁଲ୍ ସ୍ୱାର୍ଥପର ଅଟନ୍ତି ।  

 

Read More
{}{}