Hindi News >>Home >>Odisha LifeStyle and Others

Lifestyle News: କଳା ସହ ଖରା ଦିନେ ଏହି ରଙ୍ଗର ପୋଷାକରେ ହୋଇଥାଏ ଅଧିକ ଗରମ

ଖରା ଦିନେ କିଛି ଲୋକ ଜାଣି ନପାରି ଗାଢ଼ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।

Advertisement
Lifestyle News: କଳା ସହ ଖରା ଦିନେ ଏହି ରଙ୍ଗର ପୋଷାକରେ ହୋଇଥାଏ ଅଧିକ ଗରମ
Stop
Zee Odisha Desk|Updated: May 24, 2024, 11:46 AM IST

Lifestyle News: ରାଜ୍ୟ ସହ ଦେଶରେ ଖରାର ପ୍ରକୋପ ଲାଗି ରହିଛି । ପ୍ରବଳ ଖରାରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଗୁଳୁଗୁଳି ଏତେ ହେଉଛି ଯେ ସମ୍ଭାଳି ହେଉନି। ଏହି ସମୟରେ ଲୋକମାନେ ହାଲୁକା ରଙ୍ଗର ପୋଷାକ ପିନ୍ଧିବାକୁ ବେଶ୍ ପସନ୍ଦ କରୁଛନ୍ତି । ହେଲେ ଖରା ଦିନେ କିଛି ଲୋକ ଜାଣି ନପାରି ଗାଢ଼ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।

ଆଜିକାଲି ସିନ୍ଥେଟିକ ଏବଂ ପଲିଷ୍ଟର କପଡ଼ା ଚାହିଦା ବୃଦ୍ଧି ପାଇଛି। କିନ୍ତୁ ଏସବୁ କପଡ଼ା ଲାଇଲନ୍ ଏବଂ ରେଶମ ପରି ହାଲୁକା କପଡ଼ା ଅପେକ୍ଷା ଅଧିକ ଉତ୍ତାପ ଗ୍ରହଣ କରନ୍ତି । ପୋଷାକର ରଙ୍ଗ ଅଧିକ ଗାଢ଼ ହୋଇଥିଲେ, ଅଧିକ ଗରମ ଅନୁଭବ କରିପାରନ୍ତି। ଏହାର କାରଣ ହେଉଛି ଗାଢ଼ ରଙ୍ଗର ପୋଷାକରେ ପର ୟୁନିଟ୍ ଭଲ୍ୟୁମ୍ ସରଫେସ ଅଧିକ ରହିଥାଏ। ଯାହା ପୋଷାକକୁ ଅଧିକ ଉତ୍ତାପ ଗ୍ରହଣ କରିବାକୁ ଦେଇଥାଏ ।

ଖରା ଦିନେ ପିନ୍ଧିବେନି କେଉଁ ରଙ୍ଗର ପୋଷାକ
ଖରାଦିନେ ସାଧାରଣତଃ ଆମେ ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରୁ । କିନ୍ତୁ କପଡ଼ା ସହିତ କିଛି ରଙ୍ଗର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି । ଆମେ ସମସ୍ତେ ଜାଣୁ ଯେ ଖରାଦିନେ କଳା ରଙ୍ଗର ପୋଷାକ ପିନ୍ଧିବା କେତେ ବିରକ୍ତିକର ହୋଇପାରେ । ଏହାବ୍ୟତୀତ ନୀଳ, ବାଇଗଣୀ କିମ୍ବା ଗାଢ଼ ରଙ୍ଗର ପୋଷାକ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହି ରଙ୍ଗ ଗୁଡିକ ଉତ୍ତାପ ଶୋଷିବାରେ ସ‌କ୍ଷମ ନୁହନ୍ତି। ଯେଉଁ କାରଣରୁ ଚର୍ମ ସମସ୍ୟା ଦେଖାଦିଏ ।

ଗ୍ରୀଷ୍ମରେ କେଉଁ ପ୍ରକାର ପୋଷାକ ପିନ୍ଧିବା ଅନୁଚିତ
ଶରୀରକୁ ଥଣ୍ଡା ରଖିବା ପାଇଁ ପଲିଷ୍ଟର, ସିନ୍ଥେଟିକ ଏବଂ ଜର୍ଜେଟ ପରି କପଡ଼ାର ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ଏହା ପରିବର୍ତ୍ତେ ସୂତା କିମ୍ବା ଲାଇଲନ୍ ପରି କପଡ଼ା ବାଛନ୍ତୁ । ଯାହା ତ୍ୱଚାକୁ ଅମ୍ଳଜାନ ଗ୍ରହଣ କରିବାକୁ ଦେଇଥାଏ ଏବଂ ଝାଳ ଶୋଷିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ତାପମାତ୍ରାକୁ ମଧ୍ୟ ଥଣ୍ଡା ରଖେ।

ଖରାରେ ବାହାରକୁ ଯିବା ପୂର୍ବରୁ ଚର୍ମର ଯତ୍ନ ନେବେ କିପରି ?
ବାହାରକୁ ଯିବା ପୂର୍ବରୁ ପ୍ରଚୁର ପାଣି ପିଅନ୍ତୁ। ଯାହାଦ୍ୱାରା ଡିହାଇଡ୍ରେସନ ସମସ୍ୟା ହୋଇନଥାଏ।
ସର୍ବଦା କେବଳ ହାଲୁକା ରଙ୍ଗର ପୋଷାକ ପିନ୍ଧନ୍ତୁ। ଯାହା ଚର୍ମକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ।
ଖରାକୁ ଯିବା ପୂର୍ବରୁ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼େଇ ରଖୁଥିବା ପୋଷାକ ପିନ୍ଧନ୍ତୁ।

{}{}