Hindi News >>Home >>Odisha LifeStyle and Others

Vitamin B12 Deficiency: ଶରୀରରେ ଭିଟାମିନ୍ B12ର ଅଭାବ ଆଣିଥାଏ ବିପଦ, ହୋଇପାରେ ଏହି ୪ ବଡ଼ ସମସ୍ୟା !

Vitamin B12 Deficiency Disease: ଶରୀରରେ ଏହାର ଅଭାବ ଯୋଗୁ ଆମକୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏଥିପାଇଁ ଆମକୁ ଭିଟାମିଟ୍ ଭିଟାମିନ୍ B12ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ, ଯେମିତିକି ଅଣ୍ଡା, ଓଟ୍ସ, ଦୁଗ୍ଧଜାତ ଦ୍ରବ୍ୟ, ବ୍ରୋକୋଲି ଏବଂ ସାମୁଦ୍ରିକ ମାଛ ଭଳି ଅନ୍ୟାନ ଜିନିଷ। ଶରୀରରେ ଭିଟାମିନ୍ B12 ର ଅଭାବ ଥିଲେ ଆମ ସହିତ କ’ଣ ସବୁ କ୍ଷତି ହୋଇପାରେ ଆସନ୍ତୁ ଜାଣିବା...

Advertisement
Vitamin B12 Deficiency: ଶରୀରରେ ଭିଟାମିନ୍ B12ର ଅଭାବ ଆଣିଥାଏ ବିପଦ, ହୋଇପାରେ ଏହି ୪ ବଡ଼ ସମସ୍ୟା !
Stop
Priyambada Rana|Updated: May 24, 2024, 07:53 PM IST

Vitamin B12 Deficiency Disease: ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ, ସେଥିମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍ B12ଯୁକ୍ତ ଖାଦ୍ୟ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇଥାନ୍ତି ଯେ ଶରୀରରେ ଏହି ପୁଷ୍ଟିକର ତତ୍ୱର ଅଭାବ ଖୁବ୍ ହାନୀକାରକ ଅଟ୍। ଶରୀରରେ ଏହାର ଅଭାବ ଯୋଗୁ ଆମକୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏଥିପାଇଁ ଆମକୁ ଭିଟାମିଟ୍ ଭିଟାମିନ୍ B12ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ, ଯେମିତିକି ଅଣ୍ଡା, ଓଟ୍ସ, ଦୁଗ୍ଧଜାତ ଦ୍ରବ୍ୟ, ବ୍ରୋକୋଲି ଏବଂ ସାମୁଦ୍ରିକ ମାଛ ଭଳି ଅନ୍ୟାନ ଜିନିଷ। ଶରୀରରେ ଭିଟାମିନ୍ B12 ର ଅଭାବ ଥିଲେ ଆମ ସହିତ କ’ଣ ସବୁ କ୍ଷତି ହୋଇପାରେ ଆସନ୍ତୁ ଜାଣିବା...

1. ଡିପ୍ରେସନ:

ଭିଟାମିନ୍ B12ର ଅଭାବ ଆମ ମାନସୀକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ।ଏହା ଆମର ମନୋବଳକୁ ଦୁର୍ବଳ କରିଥାଏ ଯାହାକୁ ଅଧିକାଂଶ ସମୟରେ ଡିପ୍ରେସନର କାରଣ ମଧ୍ୟ ହୋଇପାରେ। ତେଣୁ ଶରୀର ପାଇଁ ଭିଟାମିନ୍ B12 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହା ମନୋବଳକୁ ଉନ୍ନତ କରିଥାଏ ଏବଂ ଆପଣଙ୍କୁ ଚାପରୁ ସହଜରେ ବାହାର କରିବାରେ ସାହାଯ୍ୟ କରିଥାଏ।

2. ଶରୀରେ ରକ୍ତର ଅଭାବ:

ଯଦି ଆପଣ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍ ବି -12 ରେ ଭରପୂର ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତି ନାହିଁ, ତେବେ ଆପଣ ରକ୍ତହୀନତାର ସାମ୍ନା କରିପାରନ୍ତି ଏବଂ ଏପରି ପରିସ୍ଥିତିରେ ଶରୀରରେ ରକ୍ତର ଅଭାବ ଦେଖାଦେଇଥାଏ, ତେବେ ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିଥାନ୍ତି। ଶରୀରରେ ଲାଲ ରକ୍ତ କଣିକା ଉତ୍ପାଦନ କରିବା ପାଇଁ ଆମକୁ ଏହି ପୁଷ୍ଟିକର ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ।

3. ହାଡ଼ ଦୁର୍ବଳ ହୋଇଯିବ:

 

ହାଡକୁ ମଜବୁତ କରିବା ପାଇଁ ଆମେ ପ୍ରାୟତଃ କ୍ୟାଲସିୟମ ଏବଂ ଭିଟାମିନ୍ D ର ଅଭାବକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆମେ ଭୁଲିଯାଉ ଯେ ହାଡ ପାଇଁ ଭିଟାମିନ୍ B12 ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆପଣଙ୍କ ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ଥାଏ, ତେବେ ଆପଣଙ୍କୁ ଅଷ୍ଟିଓପୋରୋସିସ୍ ଭଳି ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

4. ତ୍ୱଚାର ଚମକ କମ୍ ହେବାକୁ ଲାଗେ:

ଆମ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧିରେ ଭିଟାମିନ୍ ବି 12 ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଏହାର ଅଭାବ ହେବା ଉଚିତ୍ ନୁହେଁ। ଏହା ଆମ ଚର୍ମ, କେଶ ଏବଂ ନଖକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ, ଯାହା ଆମ ଚେହେରାକୁ ଉନ୍ନତ କରିଥାଏ।

Disclaimer: ପ୍ରିୟ ପାଠକ, ଆମର ଏହି ଖବର ପଢ଼ିଥିବାରୁ ଧନ୍ୟବାଦ। ଏହି ଖବର କେବଳ ଆପଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲେଖାଯାଇଛି। ଏହାକୁ ଲେଖିବାରେ ଆମେ ଘରୋଇ ଉପଚାର ଏବଂ ସାଧାରଣ ତଥ୍ୟର ସାହାଯ୍ୟ ନେଇଛୁ। ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ କିଛି ପଢ଼ୁଛନ୍ତି, ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Read More
{}{}