Hindi News >>Home >>Odisha LifeStyle and Others

Sunday Upay: ରବିବାର କରନ୍ତୁ ବାସ୍ ଏହି ୫ଟି କାମ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ

Sunday Upay News In Odia: ସୂର୍ଯ୍ୟ (Surya)ସକଳ ଶକ୍ତିର ଆଧାର। ସେ ତେଜ ଓ ପ୍ରାଣଶକ୍ତିର ସ୍ୱରୂପ ଏବଂ ଚରାଚର ବିଶ୍ୱର ଆତ୍ମା। ଯାହାଙ୍କ ବିନା ସଂସାର ତିଷ୍ଠି ରହିବା ସମ୍ଭବ ନୁହେଁ। ସୂର୍ଯ୍ୟଦେବଙ୍କ ବିଷୟରେ ଋଗ୍‌ବେଦରେ ବର୍ଣ୍ଣନା କରାଯାଇଛି। ରବିବାର (Sunday) ଦିନଟି ସୂର୍ଯ୍ୟଦେବ ପାଇଁ ଉସର୍ଗକୃତ କରାଯାଇଛି । ଏହି ଦିନ ସୂର୍ଯ୍ୟଙ୍କୁ ରୀତିନୀତି ଅନୁସାରେ, ପୂଜା କଲେ ଆପଣଙ୍କର ଏକାଧିକ ସମସ୍ୟା ଦୂର ହେବା ସହ ଘରେ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ରବିବାର ଦିନ ଏହି ସବୁ ଉପାୟ ଅବଲମ୍ବନ କଲେ ସୂର୍ଯ୍ୟ ଦେବତାଙ୍କ ଆର୍ଶିବାଦ ସହ ଆପଣଙ୍କ ଉପରେ ଧନ ବର୍ଷା କରିବେ ଏହି ଦେବତା । ପଢନ୍ତୁ ପୁରା ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 07, 2023, 08:44 AM IST

Sunday Upay  News In Odia: ସୂର୍ଯ୍ୟ (Lord Surya) ହେଉଛନ୍ତି ସକଳ ଶକ୍ତିର ଆଧାର। ରବିବାର (Sunday) ଦିନଟି ସୂର୍ଯ୍ୟଦେବ ପାଇଁ ଉସର୍ଗକୃତ କରାଯାଇଛି । ଏହି ଦିନ ସୂର୍ଯ୍ୟଙ୍କୁ ରୀତିନୀତି ଅନୁସାରେ, ପୂଜା କରାଯାଏ। ହିନ୍ଦୁ ଧର୍ମରେ, ପୃଥିବୀପୃଷ୍ଠରୁ ସିଧାସଳଖ ଦେଖାଯାଉଥିବା ପ୍ରତ୍ୟେକ୍ଷ ଦେବତା ହେଉଛନ୍ତି ସୂର୍ଯ୍ୟ ଦେବତା (Lord Surya)। ସେ ସମସ୍ତ ପ୍ରାଣୀ,ଗଛଲତାଙ୍କ ଜୀବନର ଆଧାର। ସୂର୍ଯ୍ୟ ଦେବତାଙ୍କୁ ସମସ୍ତ ଗ୍ରହର ରାଜା ବୋଲି ମଧ୍ୟ କୁହାଯାଏ। ଯଦିଓ ପ୍ରତିଦିନ ସୂର୍ଯ୍ୟ ଭଗବାନଙ୍କୁ (Surya)ଜଳ ଅର୍ପଣ କରିବା ଶୁଭ ଅଟେ, କିନ୍ତୁ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଆପଣଙ୍କ ଜୀବନରେ କିଛି ସମସ୍ୟାର ସମାଧାନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ରାଶିର ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥିବ । ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଆସିପାରେ। ତେଣୁ ଏହି ସହୁ ସମସ୍ୟାର ସମାଧାନ ପାଇଁ ରବିବାର ଦିନ କିଛି ବିଶେଷ ଉପାୟ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ । 

ରବିବାର ଦିନ କରନ୍ତୁ ଏହି ସବୁ କାମ,  ମିଳିବ ସୂର୍ଯ୍ୟ ଦେବତାଙ୍କ ଆର୍ଶିବାଦ ସହ ବର୍ଷିବ ଧନ :

-ଭଗବାନ ସୂର୍ଯ୍ୟଙ୍କ (Sunday Upay) ଆଶୀର୍ବାଦ ପାଇବା ପାଇଁ, ରବିବାର ସକାଳେ, ଗାଧୋଇବା ପରେ, ଉଦୟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍। କିନ୍ତୁ ମନେରଖନ୍ତୁ ଯେ, ଏଥିପାଇଁ କେବଳ ତମ୍ବା ଢାଳ ବ୍ୟବହାର କରାଯିବା ଉଚିତ୍। ତମ୍ବା ଢାଳରେ ଜଳ ସହିତ ଅରୁଆ ଚାଉଳ , ମିଶ୍ରି ଏବଂ କିଛି ଫୁଲ ସହ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ।  ଏହା କରିବା ଦ୍ବାରା ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆପଣଙ୍କର ହୋଇଯିବା । ଏବଂ କ୍ୟାରିୟରେ ଅସଫଳ ହେଉଥିବା ବ୍ୟକ୍ତି ମାନେ ଏଭଳି ସାତ ରବିବାର କରିବା ଦ୍ବାରା ସେମାନଙ୍କୁ ନୂଆ ନିଯୁକ୍ତି ସୁଯୋଗ ମିଳିବା ସହ ଅର୍ଥର ଅଭାବ ମଧ୍ୟ ଦୂର ହେବ ।

Also Read: Horoscope Today 7 May 2023: ଏହି ୫ ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

Also Read: Jharsuguda By Election 2023: କମ୍ପୁଛି ଝାରସୁଗୁଡ଼ା, ଦୀପାଳିଙ୍କ ପାଇଁ ଆଜି ଭୋଟ ମାଗିବେ ନବୀନ

-ସେହିପରି ନିଜର ମନୋସ୍କାମନା ପୂରଣ ପାଇଁ ରବିବାର ଦିନ , ବରଗଛରୁ ଏକ ପତ୍ର ଆଣନ୍ତୁ । ସେଥିରେ ଆପଣ ନିଜର ମନକଥା ଲେଖନ୍ତୁ । ଏହା ପରେ, ପତ୍ରକୁ ନିକଟସ୍ତ ନଦୀ କିମ୍ବା ଜଳଶୟରେ ଭସାଇ ଦିଅନ୍ତୁ । 

-ରବିବାର ଦିନ ଝାଡୁ କିଣିବା ଶୁଭ ବୋଲି ବିବେଚନା କରାଯାଏ। ଏଥିପାଇଁ ଆପଣ ରବିବାର ଦିନ ତିନୋଟି ଝାଡୁ କିଣି ନିଜ ଘରକୁ ଆଣନ୍ତୁ । ଏବଂ ସୋମବାର ଦିନ ଝାଡୁ ଗୁଡିକୁ ନିକଟସ୍ତ ମନ୍ଦିରରେ ଦାନ କରନ୍ତୁ । ଏହା କରିବା ଦ୍ବାର ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଦି ହେବା ସହ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ବିଶ୍ବାସ ରହିଛି । 

-ଯଦି ଆପଣ ନିଜ ଘରେ ଅର୍ଥର ଅଭାବ ଦୂର କରିବାକୁ ଚାହୁଁଛନ୍ତି । ତେବେ, ଆପଣ ରବିବାର ଦିନ ସକାଳେ ଓସ୍ତ ଗଛ ତଳେ ଏକ ଦୀପ ଜାଳନ୍ତୁ । କିନ୍ତୁ ମନେ ରଖନ୍ତୁ ଦୀପରେ ଆପଣ ରାଶି ତେଲ ବଦଳରେ ଦୀପରେ ସୋରିଶ ତେଲ ବ୍ୟବହାର କରିବେ। ଏଭଳି ପାଞ୍ଚ ରବିବାର କରିବା ଦ୍ବାରା ଘରେ ଅର୍ଥର ଅଭାବ ଦୂର ହେବା ସହ ଘରେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥାରେ ଠିକ୍ ରହିବ ।  

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ଯଦି ଜଣେ ବ୍ୟକ୍ତି ଧନୀ ଓ ସମୃଦ୍ଧତା ପାଇବାକୁ ଚାହୁଁଛି । ତେବେ, ସେହି ବ୍ୟକ୍ତିମାନେ ରବିବାର ଦିନ ରାତିରେ ନିଜ ଠାକୁର ଘରେ ଏକ ତମ୍ବା ପାତ୍ରରେ କିଛି କ୍ଷୀର ରଖନ୍ତୁ ଏବଂ ସୋମବାର ଦିନ ସକାଳେ ଏହାକୁ ଅଁଳା ଗଛମୂଳେ ଅର୍ପଣ କରନ୍ତୁ । ଏପରି ସାତ ରବିବାର କରିବା ଦ୍ବାରା ଘରେ ମାଆ ଲକ୍ଷ୍ମୀଙ୍କ ଆର୍ଶିବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ । ଏବଂ ଘରେ ଆର୍ଥିକ ସମସ୍ୟା ଦୂର ହେବା ସହ ଚାକିରୀରେ ପଦୋନ୍ନତି ମିଳିଥାଏ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Read More
{}{}