Hindi News >>Home >>Odisha LifeStyle and Others

Health Tips: ଠିଆ ହୋଇ ପାଣି ପିଉଛନ୍ତି କି? ମାଡ଼ି ବସିବ ଏହି ସବୁ ରୋଗ

Health Tips: ଆମ ଶରୀରରେ ୬୦ ରୁ ୭୦ ଭାଗ ପାଣି ରହିଥାଏ।  ପର୍ଯ୍ୟାପ୍ତ ପରିମାଣରେ ପାଣି ଥିଲେ ଯାଇ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ସଠିକ୍ ଭାବରେ କାମ କରିଥାଏ। ତେବେ ପାଣି ଆମ ପାଇଁ ଏକାନ୍ତ ଆବଶ୍ୟକ ଥିବା ବେଳେ ଜଣେ ମଣିଷକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ।  ତେବେ ପିଲାଟି ଦିନରୁ ଆମକୁ ଠିଆ ହୋଇ ପାଣି ପିଇବାକୁ ମନା କରାଯାଇଥାଏ। କେହି ଏହାର ପ୍ରକୃତ କାରଣ ଜାଣି ନ ଥିଲେ ହେଁ ସମସ୍ତେ ଜାଣନ୍ତି ଯେ ଠିଆ ହୋଇ ପାଣି ପିଇବା ଅନୁଚିତ୍। ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 15, 2023, 10:48 PM IST

Health Tips: ଆମ ଶରୀରରେ ୬୦ ରୁ ୭୦ ଭାଗ ପାଣି ରହିଥାଏ। ଏହା ଶରୀରର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ପର୍ଯ୍ୟାପ୍ତ ପରିମାଣରେ ପାଣି ଥିଲେ ଯାଇ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ସଠିକ୍ ଭାବରେ କାମ କରିଥାଏ। ତେବେ ପାଣି ଆମ ପାଇଁ ଏକାନ୍ତ ଆବଶ୍ୟକ ଥିବା ବେଳେ ଜଣେ ମଣିଷକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ। ପ୍ରତିଦିନ ୪ରୁ ୫ ଲିଟର ପାଣି ପିଇବା ପାଇଁ ଡାକ୍ତର ମାନେ ପରାମର୍ଶ ଦିଅନ୍ତି। ତେବେ ପିଲାଟି ଦିନରୁ ଆମକୁ ଠିଆ ହୋଇ ପାଣି ପିଇବାକୁ ମନା କରାଯାଇଥାଏ। କେହି ଏହାର ପ୍ରକୃତ କାରଣ ଜାଣି ନ ଥିଲେ ହେଁ ସମସ୍ତେ ଜାଣନ୍ତି ଯେ ଠିଆ ହୋଇ ପାଣି ପିଇବା ଅନୁଚିତ୍(Side Effects Of Drinking Water While Standing)। ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ।

କିଛି ଲୋକ ଦ୍ୱନ୍ଦରେ ପଡି଼ ଯାଆନ୍ତି ଯେ, ପ୍ରକୃତରେ ଠିଆ ହୋଇ ପାଣି ପିଇବା ଉଚିତ୍ ନା ବସିକି? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଙ୍କି ମାରିଥାଏ। କିନ୍ତୁ ପ୍ରାୟ ସମସ୍ତେ କୁହନ୍ତି ଯେ, ଠିଆ ହୋଇ ପାଣି ପିଇବା ଅନୁଚିତ୍। ଏହାର କାରଣ ହେଲା, ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ତେଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ସର୍ବଦା ବସିକି ପାଣି ପିଇବା ଉଚିତ୍।

ଠିଆ ହୋଇ ପାଣି ପିଇଲେ କଣ ପ୍ରଭାବ ପଡିଥାଏ?

ଡାକ୍ତରଙ୍କ କହିବା ଅନୁଯାୟୀ, ଠିଆ ହୋଇ ପାଣି ପିଇଲେ ପାଣିରେ ଥିବା ମିନେରାଲ୍ସ ଗୁଡି଼କ ସଠିକ୍ ଭାବରେ ପାକସ୍ଥଳୀକୁ ଯାଇପାରେ ନାହିଁ। ଏହାର ପ୍ରଭାବରେ ବଦହଜମ(Indigestion), କୋଷ୍ଠକାଠିନ୍ୟ(Constipation) ଓ ଏସିଡ଼ ରିଫ୍ଲକ୍ସ ପରି ସମସ୍ୟା ଦେଖା ଦେଇଥାଏ । ଏହାଛଡ଼ା ଠିଆ ହୋଇ ପାଣି ପିଇବା ଦ୍ୱାରା କିଡ଼ନୀ(kidney) ଓ ଯକୃତ ଉପରେ ଗଭୀର ପ୍ରଭାବ ପଡି଼ଥାଏ ଓ ଏହା କ୍ଷତିଗ୍ରସ୍ତ ହୋଇଥାଏ। ଏହା ସହ ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବ୍ୟାହତ ହୋଇଥାଏ।  କିଡ଼ନୀ ଶରୀରରେ ଏକ ଫିଲ୍ଟର ଭଳି କାମ କରେ ଓ ଏହା ଖରାପ ହେଲେ ଧିରେ ଧିରେ ଶରୀରର ଅନ୍ୟ ଅଂଶ ଗୁଡି଼କ ଉପରେ ପ୍ରଭାବ ପଡିଥାଏ।  କେବଳ ଏତିକି ନୁହେଁ, ଠିଆ ହେବା ସମୟରେ ପାଣି ପିଇବା ଦ୍ୱାରା ଫୁସଫୁସ ଓ ହୃଦୟକୁ ମଧ୍ୟ କ୍ଷତି ପହଞ୍ଚାଏ।

ଏହି ସମସ୍ତ ସମସ୍ୟା ବ୍ୟତୀତ ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣା( Joint Pain) ଓ ଅନ୍ୟାନ୍ୟ ଅସ୍ଥି ଜନିତ ସମସ୍ୟା ଦେଖାଯାଇ ପାରେ।  ଭୁଲ ଉପାୟରେ ପାଣି ପିଇବା ଦ୍ୱାରା ସ୍ନାୟୁ ପ୍ରଣାଳୀ(Nervous syste) ଉପରେ ପ୍ରଭାବ ପକାଇ ଆପଣଙ୍କୁ ଗୁରୁତର କରିପାରେ। ସେଥିପାଇଁ ଠିଆ ହୋଇ କିମ୍ବା ଚାଲିବା ସମୟରେ ପାଣି ପିଇବା ଉଚିତ୍ ନୁହେଁ।

କେମିତି ପିଇବେ ପାଣି

ସବୁବେଳେ ବସିକି ନହେଲେ ଆରାମ କରିବା ସମୟରେ ପାଣି ପିଇବା ଉଚିତ୍। ଏହାଛଡା଼ ପିଇବା ସମୟରେ ସବୁବେଳେ ଛୋଟ ଛୋଟ ଢୋକରେ ପାଣି ପିଅନ୍ତୁ। ଶୀଘ୍ର ପାଣି ପିଇବା ଦ୍ୱାରା ଶରୀରରେ ଏହାକୁ ପ୍ରଭାବ ପକାଇ ଥାଏ। ତେଣୁ ଧିରେ ଧିରେ ପାଣି ପିଅନ୍ତୁ। ଏହା ଶରୀରରେ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ମଧ୍ୟ ସଠିକ୍ ରଖିବାରେ ସାହାଯ୍ୟ କରେ। ଏହାଛଡା଼ ସର୍ବଦା ୪ ରୁ ୫ ଲିଟର ପାଣି ପିଇବା ଉଚିତ୍। ଏହା ଶରୀରକୁ ହାଇଡ୍ରେଟେଡ୍‌ ରଖିବା ସହ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ସୁସ୍ଥ ରଖିଥାଏ।

Also Read-Health Tips: ମହିଳାମାନଙ୍କ ପାଇଁ ମଧ୍ୟ ଥାଏ କି ଭାୟାଗ୍ରା? ଜାଣନ୍ତୁ ପୂରା ଡିଟେଲ୍ସ

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଏହି ବିଷୟରେ ଡାକ୍ତରୀ ପରାମର୍ଶ ନେବାକୁ ଆମେ ନମ୍ରତାର ସହିତ ଅନୁରୋଧ କରୁଛୁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)

Read More
{}{}