Hindi News >>Home >>Odisha LifeStyle and Others

Laxmi Yog 2023: ଶୁକ୍ରଙ୍କ ଗୋଚର ଯୋଗୁଁ ସୃଷ୍ଟି ହେବ ଲକ୍ଷ୍ମୀ ଯୋଗ, ଏହି ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ!

Laxmi Yog: ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ସମୟରେ ମକର ରାଶିରେ ଲକ୍ଷ୍ମୀ ଯୋଗ ଗଠନ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଲକ୍ଷ୍ମୀ ଯୋଗ ପ୍ରଭାବରେ ମକର ରାଶିର ବ୍ୟକ୍ତି ବିଶେଷ ଭାବେ ଲାଭବାନ ହେବେ। ଅନ୍ୟପକ୍ଷରେ, ଏହି ରାଶି ପରିବର୍ତ୍ତନର ପ୍ରଭାବ ଅନ୍ୟ ରାଶିଙ୍କ ଉପରେ ମଧ୍ଯ ପଡ଼ିବ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 30, 2023, 07:56 AM IST

Laxmi Yog 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମୟ ସମୟରେ ଗ୍ରହ ମାନଙ୍କର ଗତିବିଧିରେ ପରିବର୍ତ୍ତନ ଯୋଗୁଁ ୧୨ଟି ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ । ମଇ ୩୦ ତାରିଖ ଦିନ ଅର୍ଥାତ୍ ମଙ୍ଗଳବାର ଦିନ ଶୁକ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଶୁକ୍ର ବର୍ତ୍ତମାନ ମିଥୁନ ରାଶିରେ ରହିଥିବା ବେଳେ ଆଜି ସନ୍ଧ୍ୟା ୭:୫୧ ମିନିଟ୍ ରେ ସେ କର୍କଟ ରାଶିକୁ ଗୋଚର କରିବେ। ଶୁକ୍ରଙ୍କୁ ଧନ ଓ ବିଳାସର କାରଣ  କୁହାଯାଏ, ତେଣୁ ଏହି ରାଶି ପରିବର୍ତ୍ତନ ଯୋଗୁଁ ୪ ରାଶିଙ୍କ ଜୀବନରେ ଧନ ଲାଭ ନେଇ ଯୋଗ ରହିଛି । ଏହା ଫଳରେ ଏହି ରାଶିମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଏହା ବ୍ୟତୀତ ଶୁକ୍ରଙ୍କୁ ବୈବାହିକ ସୁଖର ଶାସକ ଭାବେ ମଧ୍ଯ ପରିଗଣିତ କରାଯାଏ । ତେଣୁ ଏହି ସମୟରେ ରାଶିଙ୍କ ଜୀବନରେ ପ୍ରେମ ଓ ବିବାହ ନେଇ ମଧ୍ଯ ଯୋଗ ସୃଷ୍ଟି ହୋଇପାରେ । ତେବେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ସମୟରେ ମକର ରାଶିରେ ଲକ୍ଷ୍ମୀ ଯୋଗ ଗଠନ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଲକ୍ଷ୍ମୀ ଯୋଗ ପ୍ରଭାବରେ ମକର ରାଶିର ବ୍ୟକ୍ତି ବିଶେଷ ଭାବେ ଲାଭବାନ ହେବେ। ଅନ୍ୟପକ୍ଷରେ, ଏହି ରାଶି ପରିବର୍ତ୍ତନର ପ୍ରଭାବ ଅନ୍ୟ ରାଶିଙ୍କ ଉପରେ ମଧ୍ଯ ପଡ଼ିବ ।

ମେ ଶି- ଶୁକ୍ରଙ୍କ ଏହି ଗୋଚର ଯୋଗୁଁ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଏହି ସମୟ ଅନୁକୂଳ ରହିବ । ଏହି ସମୟରେ ଜମି, ଯାନ କିମ୍ବା ଘର ଇତ୍ୟାଦି କିଣିବା ନେଇ ଯୋଗ ରହିଛି । ଚାକିରିରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବେ । ଜୀବନରେ ସୁଖ ଫେରି ଆସିବ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ଅଟେ। କୌଣସି ଏକ ବଡ଼ ଡ଼ିଲ କରିପାରନ୍ତି । ଅବିବାହିତ ଲୋକଙ୍କ ବିବାହ ସ୍ଥିର ହୋଇପାରେ ।

ମିଥୁନ ରାଶି- ମିଥୁନ ରାଶି ଛାଡ଼ି କର୍କଟ ରାଶିକୁ ଗୋଚର କରିବାକୁ ଯାଉଛନ୍ତି ଶୁକ୍ର । ଏହି ରାଶି ପରିବର୍ତ୍ତନର ପ୍ରଭାବରେ ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଉପକୃତ ହେବେ। ଏହି ସମୟରେ ପୈତୃକ ସମ୍ପତ୍ତି ଲାଭ ହେବା ନେଇ ଦୃଢ ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜର ବୁଦ୍ଧି ବଳରେ ଟଙ୍କା ରୋଜଗାର କରି ସଫଳତା ପାଇପାରିବେ । ପାରିପାରିକ ଜୀବନରେ ସୁଖ ଶାନ୍ତି ବଜାଇ ରହିବ ।

କର୍କଟ ରାଶି- ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବ ଫଳରେ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ବେଶ ଅନୁକୂଳ ରହିବ । ରୋଜଗାର ନେଇ ସମସ୍ତ ବାଟ ଫିଟିପାରେ । ଚାକିରିରେ ପଦୋନ୍ନତି ମିଳିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ହେବା ସହ ସଫଳତା ମିଳିବ । ଆୟ ବୃଦ୍ଧି ପାଇବା ସହ ଖର୍ଚ୍ଚ ହ୍ରାସ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମକର ରାଶି- ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁଁ ମକର ରାଶିରେ ଲକ୍ଷ୍ମୀ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି କାରଣରୁ ଏହି ରାଶିର ଲୋକଙ୍କ ଲାଗି ସମୟ ବେଶ ଅନୁକୂଳ ରହିବ । ଆର୍ଥିକ ସ୍ଥିତ ମଜଭୁତ ହେବା ସହ ଧନ୍ୟଧାନ୍ୟ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ । ପ୍ରେମ ବିବାହରେ ପରିଣତ ହୋଇପାରେ । ବିଦେଶ ଯାତ୍ରା ନେଇ ଯୋଗ ରହିଛି । ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ ରହିବ । ପାଠପଢାରେ ଉନ୍ନତି କରିବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ରପଞ୍ଚାଙ୍ଗପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

 

Read More
{}{}