Hindi News >>Home >>Odisha LifeStyle and Others

Shukra Gochar 2023: ଏହି ଦିନ ହେବ ମେଷ ରାଶିରେ ଶୁକ୍ର ଗୋଚର, ୫ଟି ରାଶି ଉପରେ ବର୍ଷିବ ଟଙ୍କା!

Shukra Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ। ହୋଲି ପରେ ମେଷ ରାଶିରେ ଶୁକ୍ର ପ୍ରବେଶ କରିବାକୁ ଯାଉଛନ୍ତି, ଯାହା ଫଳରେ ଅନେକ ରାଶି ପାଇଁ ଏହା ଲାଭଦାୟକ ହେବ। ତେବେ ଆସନ୍ତୁ ଜାଣିବା କେଉଁ ୫ଟି ରାଶିର ଲୋକଙ୍କ ବଦଳିବାକୁ ଯାଉଛି ଭାଗ୍ୟ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 04, 2023, 08:43 AM IST

Shukra Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ। ଧନ, ବୈଭବ, ଐଶ୍ୱର୍ଯ୍ୟ ଓ ସୌନ୍ଦର୍ଯ୍ୟର କାରକ ହେଉଛନ୍ତି ଶୁକ୍ର। ପ୍ରତ୍ୟେକ ଗ୍ରହର ଗୋଚର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ତେବେ ଚଳିତ ମାସ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ କିଛି ରାଶିର ଲୋକଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ହୋଲି ପରେ ମେଷ ରାଶିରେ ଶୁକ୍ର ପ୍ରବେଶ କରିବାକୁ ଯାଉଛନ୍ତି, ଯାହା ଫଳରେ ଅନେକ ରାଶି ପାଇଁ ଏହା ଲାଭଦାୟକ ହେବ।  ଏହାଛଡ଼ଡା କିଛି ରାଶି ଉପରେ ଏହାର କୁପ୍ରଭାବ ମଧ୍ୟ ପଡି଼ପାରେ। ତେବେ ଆସନ୍ତୁ ଜାଣିବା କେଉଁ ୫ଟି ରାଶିର ଲୋକଙ୍କ ବଦଳିବାକୁ ଯାଉଛି ଭାଗ୍ୟ ।

ମେଷ ରାଶି(Aries)

ଆସନ୍ତା ୧୨ ତାରିଖ ସକାଳ ୮ ଘଟିକା ୧୩ ମିନିଟ୍ ରେ ମେଷ ରାଶିରେ ଶୁକ୍ର ପ୍ରବେଶ କରିବାକୁ ଯାଉଛନ୍ତି, ଫଳରେ ଏହି ସମୟ ରାଶି ପାଇଁ ବହୁତ ଉପଯୁକ୍ତ ହେବ। ପରିବାର ଓ ସାଙ୍ଗ ମାନଙ୍କ ମଧ୍ୟରେ ଆପଣଙ୍କ ଐଶ୍ୱର୍ଯ୍ୟ ବଢିବ। ବିବାହିତ ମାନଙ୍କର ନିଜ ଜୀବନସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ଆପଣଙ୍କର ବିଚାର ତଥା ବ୍ୟବହାରରେ ପରିବର୍ତ୍ତନ ଆସିବ। ଏହି ସମୟ ଆପଣଙ୍କ ପାଇଁ ବହୁତ ଉପଯୁକ୍ତ ଅଟେ। ଏଥିସହ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ।

ମୀନ ରାଶି(Pisces)

ମୀନ ରାଶି ପାଇଁ ଶୁକ୍ର ଗ୍ରହ ଖୁସିର ଦିନ ଆଣି ଦେବେ। ଟଙ୍କା କାରବାର ସମୟରେ ଭାବି ଚିନ୍ତି ପଦକ୍ଷେପ ଗ୍ରହଣ କରିବେ। ଏହା ଫଳରେ ଆପଣ କିଛି ସଞ୍ଚୟ ମଧ୍ୟ କରି ପାରିବେ। ବାଣିଜ୍ୟରେ ସଫଳତା ହାସଲ କରିବେ। ବନ୍ଧୁ ବାନ୍ଧବଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ। ବାହାର ଲୋକମାନେ ଆପଣଙ୍କ ପ୍ରତି ଆକୃଷ୍ଟ ହେବେ। କୌଣସି ଡିଲ୍‌ କରୁଥିଲେ ସେଥିରେ ସଫଳତା ପାଇ ପାରିବେ।

ସିଂହ ରାଶି(Lion)

ଶୁକ୍ର ଗ୍ରହର ଆଗମନ ସିଂହ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ପାରିବାରିକ ଶାନ୍ତି ବଜାୟ ରହିବା ସହ ବୈବାହିକ ଜୀବନ ସୁଖମୟ ହେବ। ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ଉପଯୁକ୍ତ ସମୟ ଅଟେ। ଚାକିରୀ ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଏହା ଶୁଭ ଫଳ ଆଣିଦେବ।

ଧନୁ ରାଶି(Sagittarius)

ଧନୁ ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ପ୍ରବେଶ ବେଶ ଫାଇଦା ଦେଇପାରେ। ଚାକିରୀଆ ଲୋକଙ୍କୁ ଏହି ସମୟରେ ପଦୋନ୍ନତି ମିଳିପାରେ। ଟଙ୍କା ପଇସାର ଅଭାବ ରହିବ ନାହିଁ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ଶୁଭ ସମୟ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ସଫଳ ହେବେ। ପରିବାରରେ ଚାଲୁଥିବା ପୁରୁଣା ବିବାଦର ସମାଧାନ ହେବ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହା ହେଉଛି ଉପଯୁକ୍ତ ସମୟ।

ମିଥୁନ ରାଶି(Gemini)

ଶୁକ୍ର ଗ୍ରହଙ୍କର ଏହି ରାଶି ପରିବର୍ତ୍ତନ ସମୟରେ ମିଥୁନ ରାଶି ପାଇଁ ଭଲ ସମୟ ଆଣିଦେବ। ଛୁଆ ପିଲାଙ୍କଠାରୁ ଶୁଭ ଖବର ପ୍ରାପ୍ତି ହେବ। ମାନସିକ ଭାବରେ ଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ନୂତନ ସୁଯୋଗ ଆଣିଦେବ, ପାଠପଢାରେ ସେମାନେ ଭଲ ପ୍ରଦର୍ଶନ କରିବେ। ନୂତନ ବ୍ୟକ୍ତିତ୍ୱଙ୍କ ସହ ଆପଣଙ୍କର ସମ୍ପର୍କ ବଢିପାରେ ଯେଉଁଥି ପାଇଁ ଭବିଷ୍ୟତରେ ଆପଣ ହିଁ ଲାଭବାନ ହେବେ।

Also Read-Shani Uday 2023: ହୋଲି ପୂର୍ବରୁ ଶନିଙ୍କ ମହାଚଳନ, ଏହି ସବୁ ରାଶି ପାଇଁ ଆଣିଦେବ ମହାବିପତ୍ତି

Read More
{}{}