Hindi News >>Home >>Odisha LifeStyle and Others

Shani Remedies: ଶନିବାର ଦିନ କରନ୍ତୁ ଏହି ଉପାୟ, ଶନିଦେବଙ୍କ କୃପାରୁ ଖୋଲିଯିବ ଆପଣଙ୍କ ଭାଗ୍ୟ,ହୋଇଯିବେ ମାଲେମାଲ୍!

Shani Remedies: ଶନିଦେବ (Shani dev) ମଣିଷକୁ ତାର ଭଲ ଓ ଖରାପ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି ଶନିଦେବ ।  ଯଦି ଜଣେ ବ୍ୟକ୍ତିଙ୍କ ରାଶିରେ ଶନି ଚଳନ କରନ୍ତି । ତେବେ, ସେହି ବ୍ୟକ୍ତିଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ସଫଳତା ପାଇବାତ ଦୂରର କଥା ,ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଇଥାଏ । ସେଥିପାଇଁ କିଛି ସରଳ ଉପାୟ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ପଢନ୍ତୁ ପୂରା ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Jun 24, 2023, 08:14 AM IST

Shani Remedies: ନ୍ୟାୟର ଦେବତା ଶନିଙ୍କ(shani dev) ପାଇଁ ଶନିବାର (saturday) ଦିନଟି ଉତ୍ସର୍ଗ କରାଯାଇଛି । ମଣିଷକୁ ତାର ଭଲ ଓ ଖରାପ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି ଶନିଦେବ ।  ଯଦି ଜଣେ ବ୍ୟକ୍ତିଙ୍କ ରାଶିରେ ଶନି ଚଳନ କରନ୍ତି । ତେବେ, ସେହି ବ୍ୟକ୍ତିଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ସଫଳତା ପାଇବାତ ଦୂରର କଥା ,ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଇଥାଏ । ସେଥିପାଇଁ କିଛି ସରଳ ଉପାୟ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ସରଳ ଉପାୟ ଅବଲମ୍ବନ କରିବା ଦ୍ବାରା ଶନି ଆପଣଙ୍କ ରାଶିରେ ରହିଲେ ମଧ୍ୟ କୌଣସି ପ୍ରକାର ସମସ୍ୟା ହେବ ନାହିଁ (shani remedies)। ବରଂ ଶନିଦେବଙ୍କ ଆର୍ଶିବାଦ ଆପଣଙ୍କୁ ପ୍ରାପ୍ତ ହେବ। ଏବଂ ଆପଣଙ୍କ ଜୀବନ ସୁଖ ଶାନ୍ତିରେ ଭରିଯିବ(prosperous life)। ଆସନ୍ତୁ ଜାଣିବା ଏହି ସରଳ ଉପାୟ ଗୁ଼ଡିକ ବିଷୟରେ....

ଶନିବାର ଦିନ ଏହି ପ୍ରତିକାର ଗୁଡିକ କରନ୍ତୁ :

-ଯଦି ଆପଣ ଶନି ଦେବଙ୍କ (shani worship)ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଶନିବାର ଦିନ ପ୍ରତି ଶନିବାର ଦିନ ସୂର୍ଯ୍ୟୋଦୟ ପରେ ସ୍ନାନ କରି  ସଫା ପୋଷାକ ପିନ୍ଧି ଓସ୍ତ ଗଛକୁ ପୂଜା କରନ୍ତୁ । ଏହା କରିବା ଦ୍ବାରା ଶନିଦେବ ଖୁସି ହୋଇ ଆପଣଙ୍କୁ ଆର୍ଶିବାଦ ପ୍ରାପ୍ତ କରିଥାନ୍ତି। ଯାହା ଫଳରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। କେବେଳ ସେତିକି ନୁହେଁ, ଆପଣ ୭ଟି ଶନିବାର ସୂର୍ଯ୍ୟୋଦୟ ପରେ ଓସ୍ତ ଗଛ ମୂଳରେ ପୂଜା କରି କେବଳ ରାଶି ତେଲରେ ଦୀପ ଜାଳନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଶନିଦଶା କଟିଥାଏ। ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

Also Read: Horoscope Today 24 June 2023: ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Also Read: Rath Yatra 2023: ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମାଆ ମହାଲକ୍ଷ୍ମୀ,ଜାଣନ୍ତୁ ଏହା ପଛର ମାହାତ୍ମ୍ୟ

-ଯଦି ଆପଣ ପ୍ରତ୍ୟେକ ବାଧାବିଘ୍ନରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଶନିବାର ଦିନ ହନୁମାନଙ୍କୁ ପୂଜା କରନ୍ତୁ ।  ଏହା ସହିତ ଆପଣ ହନୁମାନ ଚାଲିସା ଏବଂ ସୁନ୍ଦରକଣ୍ଡ ମଧ୍ୟ ପାଠ କରନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ରାଶିରେ ଥିବା ଶନିଦୋଷ କଟିଥାଏ।

-ଯଦି ଆପଣ ଶନି ଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି,ତେବେ ଶନିବାର ଦିନ କଳା ବା ରାଶି ତେଲ, କଳା ମୁଗ ଡାଲି କିମ୍ବା କଳା ବିରି, କଳା ଛତା, କଳା କମ୍ବଳ ଇତ୍ୟାଦି ଜିନିଷ ଗରିବ ଲୋକଙ୍କୁ ଦାନ କରନ୍ତୁ। ଏହା କରିବା ଦ୍ବାରା ଆପଣ ଶନିଙ୍କ ଆଶୀର୍ବାଦ ପାଇବେ।

-ଯଦି ଆପଣଙ୍କ ରାଶିରେ ଶନି ସାଢେ ସତିରେ ଅଛନ୍ତି । ତେବେ, ଆପଣ ଶନିବାର ଦିନ ଶନି ମନ୍ଦିର ଯାଇ ପୂଜା କରନ୍ତୁ । ଏବଂ ଦୀପ ଜାଳନ୍ତୁ । ଏହାସହ ଶନି ମନ୍ତ୍ର  ଓଁ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନୀଶ୍ଚରାୟ ନମଃ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କୁ ଶନି ସାଢେ ସତିରୁ ମୁକ୍ତି ମିଳିବ। 

ଶନିବାର ଦିନ ଭୂଲରେ କରନ୍ତୁ ନାହିଁ ଏହି ସବୁ କାମ, ନଚେତ୍ କୋପ କରିବେ ଶନିଦେବ:

-ଶନି ଦେବଙ୍କୁ ଖୁସି କରିବା ପାଇଁ ସୋରିଷ ତେଲ ଦାନ କରିବା କିମ୍ବା ଶନିବାର ଦିନ ଏହାର ଦୀପ ଜାଳିବା ଲାଭଦାୟକ ଅଟେ । କିନ୍ତୁ ଏହି ଦିନ ସୋରିଷ ତେଲ କିଣିବା ଏବଂ ଘରକୁ ଆଣିବା ଉଚିତ୍ ନୁହେଁ କିମ୍ବା ଦୋକାନରୁ କିଣିବା ଉଚିତ୍ ନୁହେଁ । କେବଳ ପୂର୍ବରୁ କିଣାଯାଇଥିବା ତେଲ ବ୍ୟବହାର କରାଯିବା ଉଚିତ୍ ।

-ଶନିବାର ଦିନ ଲୋକମାନେ ସୋରିଷ ତେଲ ସହିତ ରାଶି ତେଲ ମଧ୍ୟ ଦାନ କରନ୍ତି, କିନ୍ତୁ ମନେରଖନ୍ତୁ ଯେ, ଶନିବାର ଦିନ କଳା ରଙ୍ଗର ତେଲ କିଣିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧିତ ହୋଇପାରନ୍ତି । ଏବଂ ଆପଣଙ୍କୁ କାଙ୍ଗାଳ ମଧ୍ୟ କରିପାରନ୍ତି। 

- ସେହିପରି ଲୁହା କିମ୍ବା ଲୁହାରେ ତିଆରି ଜିନିଷ ଶନିବାର କିଣିବା ଉଚିତ୍ ନୁହେଁ । ଏହି ଦିନ ଲୁହା ଦାନ କରିବା ଅନୁଚିତ୍। 

-ଶନିବାର ଦିନ ଜୋତା ଏବଂ ଚପଲ ଦାନ କରିବା ଦ୍ବାରା ଶନିଦେବ ଖୁସି ହୋଇଥାନ୍ତି । କିନ୍ତୁ  ମନେରଖନ୍ତୁ ଯେ, ଏହି ଦିନ କୌଣସି ବ୍ୟକ୍ତିଙ୍କ ଠାରୁ ଜୋତା ଏବଂ ଚପଲ ଉପହାର ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ ।

-ଗରିବ,ଦୁର୍ବଳ କିମ୍ବା ବୃଦ୍ଧଙ୍କୁ ଅପମାନିତ କରାଯିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କୁ ହଇରାଣ କରାଯିବା ଉଚିତ୍ ନୁହେଁ। ନିରିହ ଲୋକଙ୍କ ଉପରେ ଏପରି ଦାଉ ସାଧୁଥିବା ଲୋକଙ୍କ ଉପରେ  ଶନିଦେବ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

Read More
{}{}