Hindi News >>Home >>Odisha LifeStyle and Others

Shani Jayanti 2023: ଏହି ଦିନ ପଡୁଛି ଶନି ଜୟନ୍ତୀ, ନ୍ୟାୟ ଦେବତାଙ୍କ କୃପାରେ ମାଲାମାଲ ହେବେ ୩ ରାଶି

Shani Jayanti: ପ୍ରତିବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମବାସ୍ୟା ତିଥିରେ ଶନି ଜୟନ୍ତୀ ପାଳନ କରାଯାଏ। ଏହି ବିଶେଷ ଦିନରେ ଶନି ଦେବଙ୍କୁ ପୂଜା କଲେ ସମସ୍ତ ରୋଗ, ବ୍ୟାଧି ଓ ବାଧାବିଘ୍ନରୁ ମୁକ୍ତି ମିଳିଥାଏ । ଚଳିତ ବର୍ଷ ଶନି ଜୟନ୍ତୀ ୧୯ ମଇ ଅର୍ଥାତ୍ ଶୁକ୍ରବାର ପାଳନ କରାଯିବ । ଶାସ୍ତ୍ର ଅନୁଯାୟୀ, ଶନି ଜୟନ୍ତୀ ଦିନ ଶନି ଦେବଙ୍କୁ ପୂଜା କଲେ ଶନି ସାଢେ ସତୀ ସହ ଶନି ମହାଦଶାରୁ ମୁକ୍ତି ମିଳିଥାଏ। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 14, 2023, 08:59 AM IST

Shani Jayanti 2023: ନ୍ୟାୟର ଦେବତା ଶନି। କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ସମସ୍ତ କାର୍ଯ୍ୟ ଅସଫଳ ହେବା ସହ ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମବାସ୍ୟା ତିଥିରେ ଶନି ଜୟନ୍ତୀ ପାଳନ କରାଯାଏ। ଏହି ବିଶେଷ ଦିନରେ ଶନି ଦେବଙ୍କୁ ପୂଜା କଲେ ସମସ୍ତ ରୋଗ, ବ୍ୟାଧି ଓ ବାଧାବିଘ୍ନରୁ ମୁକ୍ତି ମିଳିଥାଏ । ଚଳିତ ବର୍ଷ ଶନି ଜୟନ୍ତୀ ୧୯ ମଇ ଅର୍ଥାତ୍ ଶୁକ୍ରବାର ପାଳନ କରାଯିବ । ଶାସ୍ତ୍ର ଅନୁଯାୟୀ, ଶନି ଜୟନ୍ତୀ ଦିନ ଶନି ଦେବଙ୍କୁ ପୂଜା କଲେ ଶନି ସାଢେ ସତୀ ସହ ଶନି ମହାଦଶାରୁ ମୁକ୍ତି ମିଳିଥାଏ। ଜ୍ୟୋତିଷଙ୍କ ଅନୁଯାୟୀ, ଚଳିତ ବର୍ଷର ଶନି ଜୟନ୍ତୀ ଫଳରେ ୩ଟି ରାଶି ଉପରେ ଏହାର ଶୁଭଫଳ ପଡ଼ିବ । ଏହି ସମୟରେ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ମାଲାମାଲ ହେବା ନେଇ ଯୋଗ ରହିଛି ।

ମେଷ ରାଶି- ଜ୍ୟୋତିଷଙ୍କ ଅନୁଯାୟୀ, ଶନି ଜୟନ୍ତୀର କିଛି ଦିନ ପୂର୍ବରୁ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଶ୍ରଣ ହେତୁ ଗଜକେସରୀ ଯୋଗ ସୃଷ୍ଟି ହେଉଛି। ତେଣୁ ଏହି ସମୟ ମଧ୍ଯରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବା ନେଇ ଯୋଗ ରହିଛି । ପାରିପାରିବ ଜୀବନରେ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ । ବ୍ୟବସାୟରେ ଉନ୍ନତି ହେବ । ମିତ୍ରମାନଙ୍କ ସହଯୋଗ ମିଳିବ । ଦୂରସ୍ଥାନ ଭ୍ରମଣ କରିବେ ।

ତୁଳା ରାଶି- ଶୁକ୍ର ତୁଳା ରାଶିର ଶାସକ ଗ୍ରହ ହୋଇଥିବାବେଳେ ଶନି ଦେବଙ୍କ ମିତ୍ର ଅଟନ୍ତି । ଏହି କାରଣରୁ ଶନି ଅଧିକାଂଶ ସମୟରେ ତୁଳା ରାଶିରେ ଅବସ୍ଥାନ କରିଥାଆନ୍ତି । ଶନି ଜୟନ୍ତୀ ଦିନ ଶନି ଦେବଙ୍କୁ ପୂଜା କରିବା ଦ୍ବାରା ସଫଳତା, ସମୃଦ୍ଧତା ଓ ଆର୍ଥିକ ଅଭିବୃଦ୍ଧି ହୋଇଥାଏ ।  ଶନି ଦେବଙ୍କ ଆରାଧ୍ୟନା କରିବା ଦ୍ବାରା ଚାକିରି ଓ ବ୍ୟବସାୟରେ ମଧ୍ୟ ଲାଭ ମିଳିଥାଏ । ଏହା ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ, ଫଳରେ ଆର୍ଥିକ ସ୍ଥିତି ମଜଭୁତ ହେବ । ଦାମ୍ପତ୍ୟ ଜୀବନରେ ଉନ୍ନତି ଆସିବ । ଅବିବାହିତଙ୍କ ଲାଗି ଏହି ସମୟ ମଧ୍ଯରେ ବିବାହ ହେବା ନେଇ ଯୋଗ ରହିଛି । ସନ୍ତାନ ସନ୍ତତି ଲାଭ ହେବ ।

ମିଥୁନ ରାଶି- ଗଜକେସରୀ ଯୋଗ ସହ ଶନି ଜୟନ୍ତୀ ପ୍ରଭାବର ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍ ଲାଗି ଅତ୍ୟନ୍ତ ଲାଭଦାୟୀ ହେବ । ଏହି ସମୟରେ ମାନ ସମ୍ମାନ ବୃଦ୍ଧି ପାଇବ ସହ ସମାଜରେ ପ୍ରତିଷ୍ଠା ଲାଭ ହେବ । ଦୀର୍ଘ ସମୟରୁ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ହେବା ନେଇ ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ଏହା ମଧ୍ଯ ପଢନ୍ତୁ-Happy Mother’s day 2023: ବିଶ୍ୱ ମାତୃ ଦିବସ ଅବସରରେ ଜାଣନ୍ତୁ ପୁରାଣରେ ବର୍ଣ୍ଣିତ “ମାଆ”ଙ୍କ ଅବଦାନ ବିଷୟରେ

ଶନି ଜୟନ୍ତୀ ଦିନ କରନ୍ତୁ ଏହିସବୁ ଉପାୟ

  • ଶନି ଜୟନ୍ତୀ ଦିନ ସକାଳୁ ସ୍ନାନ କରିବା ପରେ କଳା ପୋଷାକ ପିନ୍ଧନ୍ତୁ । ଏହା ପରେ ଶନି ମନ୍ଦିର ଯାଇ ଶନି ଦେବଙ୍କୁ ନୀଳ ରଙ୍ଗର ଫୁଲ ଓ ରାଶି ତେଲ ଅପର୍ଣ କରନ୍ତୁ ।
  • ଏହି ଦିନ କଳା ରଙ୍ଗର କପଡା ଦାନ କରିବା ସହ ଗରିବ ଅଭାବୀ ଲୋକଙ୍କୁ ଖାଇବାକୁ ଦେଲେ ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି ।
  • ଶନିଙ୍କ କୃପା ଲାଭ ପାଇଁ ଏହି ଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରିବା ସହ ରାଶି ତେଲରେ ଦୀପ ଜାଳନ୍ତୁ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର  ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

 

 

 

Read More
{}{}